ମାନିଲେନି ସେଣ୍ଟ୍ରାଲ ଜୁ ଅଥରିଟି ନିର୍ଦ୍ଦେଶ:ମାନ୍ୟତା ହରାଇବ କପିଳାସ ଚିଡ଼ିଆଖାନା

ଢେଙ୍କାନାଳ ଅଫିସ,୧୭ା୧୨ବନ ବିଭାଗର ଚରମ ଅବହେଳା, ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ମାନ୍ୟତା ହରାଇବାକୁ ଯାଉଛି ଢେଙ୍କାନାଳ ଜିଲାର କପିଳାସ ଚିଡ଼ିଆଖାନା। ଏ ନେଇ ନୂଆଦିଲ୍ଲୀସ୍ଥିତ ସେଣ୍ଟ୍ରାଲ ଜୁ ଅଥରିଟି ଅଫ୍‌ ଇଣ୍ଡିଆ ଗତ ନଭେମ୍ବରରେ ବନ ବିଭାଗକୁ ପତ୍ର ମାଧ୍ୟମରେ ଜଣାଇଛି। ଏହାପରେ ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ଚିଡ଼ିଆଖାନା ଗୌରବ ହରାଇବ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି।
୧୯୭୯ ଜାନୁୟାରୀ ୨୬ରେ ହରିଣ ପାର୍କ ଭାବେ ଆରମ୍ଭ ହୋଇଥିଲା କପିଳାସ ଜୁ’। ୧୯୮୬ରେ ଏହାକୁ ମିଳିଥିଲା ମିନି ଚିଡ଼ିଆଖାନାର ମାନ୍ୟତା। ୧୯୯୫ ଏପ୍ରିଲରେ ସେଣ୍ଟ୍ରାଲ ଜୁ ଅଥରିଟି ଅଫ୍‌ ଇଣ୍ଡିଆ ପକ୍ଷରୁ ଏହାକୁ ଚିଡ଼ିଆଖାନାର ମାନ୍ୟତା ଦିଆଯାଇଥିଲା। ଏବେ ଏଠାରେ ୧୨୦ ହରିଣ, ୪ ସମ୍ବର, ଗୋଟିଏ କୁଟୁରା, ୨ ଭାଲୁ, ୨ ମିଥୁନ ଗାଈ, ଗୋଟିଏ ବାର୍‌ହା, ୪ ହାତୀ, ୫୮ ପକ୍ଷୀ, ୧୧ ସରୀସୃପ ରହିଛନ୍ତି। ହେଲେ ଜୀବଜନ୍ତୁଙ୍କ ଚିକିତ୍ସା ଲାଗି ଏଠାରେ ପ୍ରାଣୀ ଚିକିତ୍ସାଳୟ ନାହିଁ। ବିଭାଗୀୟ ଚିକିତ୍ସକ ନ ଥିବାରୁ ଠିକ୍‌ ସମୟରେ ପ୍ରାଣୀଙ୍କୁ ଚିକିତ୍ସା ସୁବିଧା ମିଳିପାରୁନାହିଁ। ପଶୁପକ୍ଷୀଙ୍କ ଜନ୍ମମୃତ୍ୟୁ ପଞ୍ଜୀକରଣ ହେଉନାହିଁ। ଚିଡ଼ିଆଖାନା ରକ୍ଷଣାବେକ୍ଷଣ ଦାୟିତ୍ୱରେ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉନାହିଁ। ନିୟମ ବାହାରକୁ ଯାଇ ଶିଶୁ ପାର୍କ କରାଯାଇଛି। ବିଭିନ୍ନ ସମୟରେ ଚିଡ଼ିଆଖାନା ଆସୁଥିବା ଜୀବଜନ୍ତୁଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଉନି। ଗାଇଡ୍‌ ଲାଇନ ବାହାରକୁ ଯାଇ ଜୁ ପାଇଁ ଉଦ୍ଦିଷ୍ଟ ନ ଥିବା ପ୍ରାଣୀଙ୍କୁ ରଖାଯାଉଛି। କେବଳ ଏତିକି ନୁହେଁ, କପିଳାସ ଚିଡ଼ିଆଖାନାରେ ନିକଟ ଅତୀତରେ ଏକ ବଡ଼ କୁମ୍ଭୀରର ମୃତ୍ୟୁ ଘଟିଥିଲା। ସେହିପରି ତାର ଜାଲିରେ ମୁଣ୍ଡ ଫସିଯାଇ ଏକ ହରିଣର ଜୀବନ ଯାଇଥିଲା। ହେଲେ ଏହି ଘଟଣା ସମ୍ପର୍କରେ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ନ ଥିଲା। ଏଭଳି ଅବ୍ୟବସ୍ଥା ନେଇ କ୍ଷୋଭ ବ୍ୟକ୍ତ କରିଥିଲେ ସେଣ୍ଟ୍ରାଲ ଜୁ ଅଥରିଟି ଅଫ୍‌ ଇଣ୍ଡିଆ କର୍ତ୍ତୃପକ୍ଷ। ଚିଡ଼ିଆଖାନା ପାଇଁ ରହିଥିବା ନିୟମାବଳୀ ପାଳନ କରିବା ଏବଂ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ବନ ବିଭାଗକୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା। ଅନ୍ୟପଟେ ଚିଡ଼ିଆଖାନା ମାନ୍ୟତା ଅବଧି ୨୦୧୯ ସେପ୍ଟେମ୍ବର ୨୮ରୁ ଶେଷ ହୋଇଯାଇଛି। ଏହାର ନବୀକରଣ ଲାଗି ଜିଲା ବନ ବିଭାଗ ପକ୍ଷରୁ ଜୁଲାଇରେ ୧୦ ହଜାର ଟଙ୍କା ଡିପୋଜିଟ୍‌ କରାଯାଇଛି। ଏ ସବୁ ସତ୍ତ୍ୱେ ଆବଶ୍ୟକ ଗାଇଡ୍‌ ଲାଇନ ପାଳନ କରାଯାଉ ନ ଥିବାରୁ କପିଳାସ ଚିଡିଆଖାନାର ମାନ୍ୟତା ପ୍ରତ୍ୟାହାର କରାଯିବ ବୋଲି ପତ୍ରରେ ଦର୍ଶାଯାଇଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ଗାଇଡ୍‌ଲାଇନକୁ କେତେକାଂଶରେ ପୂରଣ କରାଯାଇଛି। ଏ ନେଇ ସେଣ୍ଟ୍ରାଲ ଜୁ ଅଥରିଟି ଅଫ୍‌ ଇଣ୍ଡିଆକୁ ଅବଗତ କରାଯାଇଛି। ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତି ହୋଇ ନ ଥିବାରୁ କପିଳାସ ରେଞ୍ଜରଙ୍କ ତତ୍ତ୍ୱାବଧାନରେ ଚିଡ଼ିଆଖାନା କାର୍ଯ୍ୟକ୍ଷମ ହେଉଛି। ଏଥିଲାଗି ଏକ ବ୍ରୋଚ୍ୟୁର ପ୍ରସ୍ତୁତ କରାଯାଇଛି। ମାନ୍ୟତା ମିଳିବା ନେଇ ଜିଲା ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୩ ଆକ୍ରାନ୍ତ; ୩୨୦୦ ଛୁଇଁଲା ମୋଟ ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଆଉ ୧୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁକ୍ରବାର ଅପରାହ୍ନରେ...

କ୍ଲାସରୁମରେ ଶିକ୍ଷକଙ୍କୁ ମୋବାଇଲ ମନା!

ଭୁବନେଶ୍ୱର,୧।୧(ବ୍ୟୁରୋ): କ୍ଲାସରୁମରେ ଶିକ୍ଷକଙ୍କୁ ମୋବାଇଲ ମନା। ଶ୍ରେଣୀକୁ ଯିବା ସମୟରେ ଶିକ୍ଷକ ମୋବାଇଲ ନେଇପାରିବେନି। ଯଦି ନେବେ ତେବେ ଫୋନ ସୁଇଚ ଅଫ କରିବେ। ପିଲାଙ୍କ...

ଅଚଳ ସ୍ଲୁଇସ୍‌ ଗେଟ୍‌ ଚାଷୀଙ୍କ ପାଇଁ କାଳ

ବାହାନଗା, ୨୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତର ଏକ ଅଚଳ ସ୍ଲୁଇସ୍‌ ଗେଟ୍‌ ଚାଷୀଙ୍କ ପାଇଁ କାଳ ସାଜିଛି। ଫଳରେ ହଜାର ହଜାର ହେକ୍ଟର...

କୋରେଇରେ ଟ୍ରେନ୍‌ ଦୁର୍ଘଟଣା: ୩ ମୃତ

ଯାଜପୁର ଅଫିସ,୨୧ା୧୧: ଯାଜପୁରର କୋରେଇଠାରେ ସୋମବାର ଟ୍ରେନ୍‌ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏକ ମାଲ୍‌ବାହୀ ଟ୍ରେନ୍‌ ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ି ଯିବାରୁ...

ଭୋଗଖାଇ ଝାଡ଼ାବାନ୍ତି

ଜଳେଶ୍ୱର,୨୮।୬: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଗୋପୀମୋହନପୁର ପଞ୍ଚାୟତର ବାସୁଳିଆଗାଁରେ ଠାକୁରଙ୍କ ଭୋଗଖାଇ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କୁ ଚିକିତ୍ସା...

ଲିଙ୍ଗରାଜଙ୍କ ନୀତି ବନ୍ଦ

ପୁରୁଣା ଭୁବନେଶ୍ୱର, ୨।୪ (ଡି.ଏନ୍‌.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବର୍ଷ ବର୍ଷ ଧରି ପାଳିତ ହେଉଥିବା ବହୁ ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପଡ଼ିବାରେ ଲାଗିଛି। ପୂର୍ବରୁ ୯ଶହ ବର୍ଷର...

ଆଉ ୨ ମାସ ଜାରି ରହିବ ଏସି ମୋ ବସ୍‌ର ଭଡ଼ା ରିହାତି

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଚଳାଚଳ କରୁଥିବା ଶୀତତାପ ନିୟନ୍ତ୍ରିତ (ଏସି) ମୋ ବସ୍‌ର ଭଡ଼ା ରିହାତି ଆସନ୍ତା ୨ ମାସ ପାଇଁ...

ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍‌: ବିବାଦୀୟ ବିଦା

ଭୁବନେଶ୍ୱର,୫।୬(ବ୍ୟୁରୋ): ନବୀନ ଗଢ଼ିଛନ୍ତି ନୂଆ ଟିମ୍‌। ସରକାରର ପଞ୍ଚମ ପାଳିରେ ମାଷ୍ଟରଷ୍ଟୋକ ଖେଳି ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ବଦଳାଇଛନ୍ତି ନବୀନ । ରବିବାର ନବୀନଙ୍କ ନୂଆ...

Advertisement
Archives

Model This Week