ମାନସିକ ଭାରସାମ୍ୟ ହରାଇ ବିଧବା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ପାଟଣା,୨୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରୀ ପଞ୍ଚାୟତ ମଲ୍ଲୀପଶି ଗଁାର ଜଣେ ବିଧବା ମହିଳା ଶୁକ୍ରବାର ବିଳମ୍ବିତ ରାତିରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଉକ୍ତ ମହିଳା ଜଣକ ହେଲେ ରୁନି ନାୟକ। ଖବର ପାଇ ଶନିବାର ସକାଳେ ସ୍ଥାନୀୟ ଲୋକେ ରୁନିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ରୁନିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ରୁନିଙ୍କ ଶରୀରର ପ୍ରାୟ ୭୨ ପ୍ରତିଶତରୁ ଊର୍ଦ୍ଧ୍ୱ ପୋଡିଯାଇଛି। ଏନେଇ ଚିକିତ୍ସା କରୁଥିବା ଡାକ୍ତର ଚିତ୍ତରଞ୍ଜନ ନାଏକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରୁନିଙ୍କ ସ୍ବାମୀ ବିଜୁ ମଲ୍ଲୀପଶି ବଜାରରେ ଚା’ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ହେଲେ ସ୍ବାମୀଙ୍କର ୩ ମାସ ପୂର୍ବରୁ ଦେହାନ୍ତ ହେବା ପରେ ଘର ଚଳାଇବା କଷ୍ଟକର ହୋଇପଡ଼ିଥିଲା। ଗୋଟିଏ ପଟେ ସ୍ବାମୀଙ୍କ ମୃତ୍ୟୁ ଅନ୍ୟପଟେ ଦାରିଦ୍ର୍ୟତା ତାଙ୍କୁ ଅସହାୟ କରିଦେଇଥିଲା। ଫଳରେ ମାନସିକ ଭାରସାମ୍ୟ ହରାଇ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ରିନୁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ପରେ ପିଟି ମାରିଦେଲେ

ବାରିପଦା ଅଫିସ/ବାଙ୍ଗିରିପୋଷି,୨୦।୪(ଡି.ଏନ.ଏ.): ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁକୁ କେନ୍ଦ୍ରକରି ମଙ୍ଗଳବାର ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଘଟିଛି ତୁମୁଳକାଣ୍ଡ। ଦୁର୍ଘଟଣା ଘଟାଇ ସ୍କର୍ପିଓ...

ଲକ୍‌ଡାଉନ ପ୍ରଭାବ: ଜୀବନ ବଞ୍ଚାଇଛି କାଇପୋକ, କନ୍ଦା ଆଳୁ

କାଳିଆପାଣି,୮।୪(ଡିଏନଏ):  ଯାଜପୁର ଜିଲା ସୁକିନ୍ଦା ବ୍ଳକ କଅଁସ ପଞ୍ଚାୟତର ଟିକରପଡ଼ା ଗ୍ରାମରେ ଏବେ ୫୩ ପରିବାର ବସବାସ କରୁଥିବାବେଳେ ବୁଧବାର ମାତ୍ର ୧୦ ପରିବାର ପାଖରେ...

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ: ଅସନ୍ତୋଷ ପରେ ଟପ୍ପର ତାଲିକା ପ୍ରକାଶ ପାଇଁ ପ୍ରତିଶ୍ରୁତି

ଭୁବନେଶ୍ୱର,୧।୧୧(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଥିବା ରାଜ୍ୟର ୪୮ ମହିଳା ମହାବିଦ୍ୟାଳୟର ୟୁଜି ଓ ପିଜି ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଥିଲା।...

୪ ସ୍ଥାନରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର, ୭।୧୨ (ବ୍ୟୁରୋ): ରାଜଧାନୀରେ ଜୋର୍‌ଦାର ସୌନ୍ଦର୍ଯ୍ୟକରଣ କାମ ଚାଲୁ ରହିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ମଧ୍ୟ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିଲା। ବିଡିଏର...

ସର୍ଭେରେ ଗୋପାଳପୁର-ରାୟଗଡ଼ା ରେଳ ଲିଙ୍କ୍‌

ବ୍ରହ୍ମପୁର ଅଫିସ,୧୫ା୧୨: ଦକ୍ଷିଣ ଓଡ଼ିଶାର ଏକମାତ୍ର ଗୋପାଳପୁର ବନ୍ଦର ସାମୟିକରୁ ଇତିମଧ୍ୟରେ ସବୁଦିନିଆ ହୋଇଛି। ରାଜ୍ୟ ରାଜକୋଷରୁ ୧୯୮୦ ଦଶକରେ ୧୪୦ କୋଟି ଟଙ୍କା ବ୍ୟୟରେ...

ଆତ୍ମଜୀବନୀ ପ୍ରକାଶ ନ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ

କଟକ ଅଫିସ,୧୯।୮: କଟକ ବାଣିଜି୍ୟକ ଅଦାଲତରେ ମଙ୍ଗଳବାର ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପାଣ୍ଡୁଲିପି ଛପା ମାମଲାର ଶୁଣାଣି ହୋଇଥିଲା। ଅଦାଲତର ସିନିୟର ସିଭିଲ ଜଜ୍‌...

କଟକ ସହରରୁ ୯୨ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୧୦।୧୦-କଟକ ସହରରୁ ଶନିବାର ମୋଟ ୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୫୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୦...

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଏସ୍‌ଟିଏଫ୍‌ର ଚଢ଼ାଉ

ଖୋର୍ଦ୍ଧା ଅଫିସ,୧୭।୭: ଖୋର୍ଦ୍ଧା ଟାଉନ ଥାନା ଅଧୀନ ଶିଳ୍ପାଞ୍ଚଳରେ ଶନିବାର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ (ସ୍ପେଶାଲ ଟାସ୍କ ଫୋର୍ସ) ଟିମ୍‌ ଚଢ଼ାଉ କରି ୭୩୦.୩୩ ଏମ୍‌ଟି କ୍ରୋମାଇଟ,...

Advertisement
Archives

Model This Week