ମାନସଙ୍କ ମାରାଥନ୍‌ ପ୍ରଚାର: ଘରକୁ ଘର ବୁଲି ଭୋଟଭିକ୍ଷା

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ପ୍ରଚାରକୁ ଜୋରଦାର୍‌ କରିବା ସହ ନେତା ଓ କର୍ମୀଙ୍କ ସହ ମିଶି ଘରକୁ ଘର ଯାଇ ଭୋଟ ପାଇଁ ନିବେଦନ କରୁଛନ୍ତି। ଗତ ୨୦୧୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ସଦର ନିର୍ବାଚନମଣ୍ଡଳୀରୁ ପ୍ରତିଯୋଗିତା କରି ୨୫ହଜାରରୁ ଊର୍ଦ୍ଧ୍ୱ ଭୋଟ ହାତେଇ ଥିବାବେଳେ ଚଳିତ ନିର୍ବାଚନରେ କଂଗ୍ରେସ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ପ୍ରଦାନ କରିଛି। ଏନେଇ ମାନସ ସମସ୍ତ ଦଳୀୟ କର୍ମୀଙ୍କୁ ଏକାଠି କରି ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ ହେଉଛନ୍ତି।

ଶନିବାର ପୂର୍ବାହ୍ନରେ ସେ ଘରକୁ ଘର ଯାଇ କ୍ୟାମ୍ପେନିଂ କରିବା ସହ ରାଇସୁଆଁ, ଦୁବଲାଗଡ଼ି, ବଇଁଚା, ଗୋପୀନାଥପୁର, ଅରଡ଼ବଜାର, ଦରଜିପୋଖରୀ, ଗୋଳାପୋଖରୀ, ଦରଘାମଇଦାନ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇଥିଲେ। ସଦର ନିର୍ବାଚନମଣ୍ଡଳୀରେ ଦୀର୍ଘଦିନ ଧରି ଶିଳ୍ପର ବିକାଶ ଠପ୍‌ ହୋଇ ରହିଥିବା ବେଳେ ଶିକ୍ଷିତ ଯୁବତୀଯୁବକ ନିଯୁକ୍ତି ନ ପାଇ ଦୁର୍ଦ୍ଦଶାରେ ପଡ଼ିଛନ୍ତି ବୋଲି  କହି ମାନସ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ।  କଂଗ୍ରେସ ଆସିଲେ ଯୁବ, ଚାଷୀ, ମହିଳାଙ୍କର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଗ୍ୟାରେଣ୍ଟି କାଡ଼ର୍ର୍ ମାଧ୍ୟମରେ ପ୍ରତିଶ୍ରୁତି ଦେଉଥିବା ପ୍ରକାଶ କରି ବିଧାୟକ ଏବଂ ଏମ୍‌ପି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲରେ ପଡି ଯୁବକଙ୍କ ପ୍ରାଣଗଲା, ଅଂଶୁଘାତ ସନ୍ଦେହ

ବାଲିଆପାଳ/ଲଙ୍ଗଳେଶ୍ୱର, ୯।୫(ସ୍ବ.ପ୍ର/ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଲଙ୍ଗଳେଶ୍ୱର ଗ୍ରାମର ନରୋତ୍ତମ ସାହୁ ନାମକ ଯୁବକ ଶନିବାର ମଧ୍ୟାହ୍ନ ସମୟରେ ବିଲରେ ପଡି ପ୍ରାଣ ହରାଇଛନ୍ତି। ସେ...

ମା’କୁ ଖୋଜୁଛି ଛୁଆ ହାତୀ

କେନ୍ଦୁଝର,୧୯ା୬ (ସ୍ବ.ପ୍ର./ଡି.ଏନ.ଏ.):କେନ୍ଦୁଝର ବନଖଣ୍ଡ ଭୂୟାଁ ଓ ଜୁଆଙ୍ଗ ପୀଢ ବନାଞ୍ଚଳ କାଞ୍ଜିପାଣି ଜଙ୍ଗଲରେ ଗୋଠରେ ଥିବା ମା’ଠାରୁ ଅଲଗା ହୋଇ ବାଟବଣା ହୋଇ ଏଣେତେଣେ ବୁଲୁଥିବା...

ମହିଳାଙ୍କୁ ବୀଭତ୍ସ ହତ୍ୟା

ବାଲେଶ୍ୱର ଅଫିସ,୧୩।୧: ବାଲେଶ୍ୱର ସଦର ଥାନା ନଗ୍ରମ ନିକଟରେ ମହିଳାଙ୍କୁ ବୀଭତ୍ସ ହତ୍ୟା ହୋଇଛି। ପୋଲ ଉପରେ ମହିଳାଙ୍କୁ ହତ୍ୟା କରିବା ପରେ କେହି ଦୁର୍ବୃତ୍ତ...

‘ବିଶ୍ୱସ୍ତ, କ୍ରିୟାଶୀଳ ହେଉ ଶାସନତନ୍ତ୍ର’

ଭୋଗରାଇ, ୧୩।୧(ପ୍ରଦୀପ ଦାସ)-ସନାତନ ଧର୍ମ ସମସ୍ତ ଧର୍ମର ଆଧାର। ଏହାର ବିକଳ୍ପ ନାହଁି କି ଶେଷ ନାହଁି। ସମଗ୍ର ବିଶ୍ୱରେ ଅଧର୍ମୀମାନଙ୍କ ଦୌରାମତ୍‌ୟ ବଢ଼ିଚାଲିଥିବା ବେଳେ...

ଜମୁଛି ଆଖଡା ଖେଳ

ରେମୁଣା, ୭ା୧୦(ଡି.ଏନ.ଏ.)-ଚଳିତବର୍ଷ ଦୁର୍ଗାଷ୍ଟମୀ ମହାସମାରୋହରେ ପାଳିତ ହୋଇଛି। ପ୍ରତିବର୍ଷ ପରି ଐତିହାସିକ ପାଇକ ଆଖଡା ଖେଳ ଅନୁଷ୍ଠିତ ହୋଇଥିଲା। ମନ୍ଦାରପୁରର ୨ଟି ଖେଳ ସହିତ ମହାବୀର...

ପାଣିରେ ବୁଡ଼ିି ଜୀବନ ଗଲା

ଖଇରା, ୨୪ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଚନ୍ଦ୍ରାଟିକିରୀ ଗ୍ରାମର ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ପୁଅ ଓଁକାର(୮) ଶନିବାର ପୋଖରୀ ପାଣିରେ ବୁଡି ପ୍ରାଣ...

ନୀଳଗିରି ଆଇଆଇସି, ଆଇଓଙ୍କ ବଦଳି

ସଜନାଗଡ଼,୯।୪(ଡି.ଏନ.ଏ.): ସାମାନ୍ୟ ଘଟଣାକୁ କେନ୍ଦ୍ର କରି ନୀଳଗିରି ପୋଲିସ ଆକ୍ରୋଶମୂଳକ ଭାବେ ମେଡିକାଲରେ ଚିକିତ୍ସାଧୀନ ଜଣେ ଖବରଦାତାଙ୍କ ଗୋଡ଼ରେ ଦାଗୀ ଅପରାଧୀଙ୍କ ଭଳି ବେଡ଼ି ପକାଇବା...

ଦରକାର ବେଳେ ଖୋଜା, ପରେ ଅଲୋଡ଼ା

ଭଣ୍ଡାରିପୋଖରୀ, ୧୩।୭(ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ୟା ପ୍ଲାବିତ ଅଞ୍ଚଳ। ବୈତରଣୀ ନଦୀରେ ବନ୍ୟା ଆସିଲେ ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼େ।...

Advertisement
Archives

Model This Week