ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ମିଳିବନି ନବମ, ଦଶମ ବହି

ଜୟପୁର, ୧୬ା୫ (ଡି.ଏନ୍‌.ଏ.)- କୋରାପୁଟ ଜିଲା ଜୟପୁରସ୍ଥିତ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟରେ ଚଳିତବର୍ଷ ନବମ ଏବଂ ଦଶମ ଶ୍ରେଣୀର ବହି ମିଳିବନି। ଏଠାରେ ସରକାରଙ୍କ ପକ୍ଷରୁ ବହି ପହଞ୍ଚତ୍ବା ପରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବଂ ମାଲାକାନଗିରି ଜିଲାର ଅନୁମତିପ୍ରାପ୍ତ ବହି ଦୋକାନଗୁଡ଼ିକ ନେଇ ବିକ୍ରୟ କରିଥାନ୍ତି। ଏହି ବହି ଜୟପୁର ଆଞ୍ଚଳିକ କାର୍ଯ୍ୟାଳୟରେ ମିଳିବ ନାହିଁ। ଏହା ବ୍ରହ୍ମପୁରସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟରେ ରହିବ ା ଜିଲା ଶିକ୍ଷାଧିକାରୀଙ୍କ ଅନୁମତି ପରେ ଅନୁମତିପ୍ରାପ୍ତ ବହି ଦୋକାନଗୁଡିକ ବ୍ରହ୍ମପୁରରୁ ଏହି ବହି ଆଣି ବିକ୍ରି କରିବେ। ଉପରୋକ୍ତ ୪ଟି ଜିଲାର ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ବହି ରଖିବାକୁ ଜୟପୁର ଆଞ୍ଚଳିକ କାର୍ଯ୍ୟାଳୟରେ ଗୋଦାମ ସହ ଆବଶ୍ୟକ କର୍ମଚାରୀ ନ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏନେଇ ଆଞ୍ଚଳିକ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଯୁଗ୍ମ ସଚିବ ସୁନାକର କାର୍ଜିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏନେଇ ବୋର୍ଡ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ ା ଏଥିପାଇଁ ଆଞ୍ଚଳିକ କାର୍ଯ୍ୟାଳୟରେ ସମସ୍ୟା ରହିଥିବାରୁ ଏପରି ବ୍ୟବସ୍ଥା ହୋଇଥିବା ସେ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପହଞ୍ଚିଲା କରୋନା ଟିକା

କୋରାପୁଟ,୧୪।୧(ସ୍ବ.ପ୍ର.): କୋରାପୁଟରେ ଗୁରବାର ପହଞ୍ଚିଛି ୮୩୦୦ ଡୋଜ୍‌ କୋଭିଡ ସିଲ୍‌ଡ ଟିକା। ଏହାକୁ କୋରାପୁଟ ଆଞ୍ଚଳିକ ଟିକା କେନ୍ଦ୍ରଠାରେ ରଖାଯାଇଛି। ଏହି ଟିକା କୋରାପୁଟରେ ପହଞ୍ଚିବା...

ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ

କୋରାପୁଟ,୯।୫(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋରାପୁଟ ଜିଲା ପ୍ରତି ଚରମ ଅବହେଳାକୁ ବିରୋଧ କରି ଜିଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ୧୨ ଘଣ୍ଟିଆ...

ମାଟି ଧସି ରାସ୍ତା ଅବରୋଧ

ଦଶମନ୍ତପୁର,୧୩ା୯ (ଡି.ଏନ. ଏ.):ଦଶମନ୍ତପୁର ବ୍ଲକ କାର୍ଯ୍ୟାଳୟ ଛକଠାରୁ ମୁର୍କାର ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଅଧିକଂଶ ସମୟ ମାଟି ଧସି ରାସ୍ତା ଅବରୋଧ ହେଉଛି।...

ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ରାସ୍ତାକୁ ଓହ୍ଲାଇଲେ ବିରୋଧୀ

ଜୟପୁର, ୩୦ା୧୨ (ନି.ପ୍ର.): ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣବଳାତ୍କାର ଘଟଣାର ୬ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି...

ଶୁଣିଲାନି ପ୍ରଶାସନ, ଗାଁ ରାସ୍ତା କାମ କରୁଛନ୍ତି ୧୦ ପରିବାର

ଦଶମନ୍ତପୁର,୩୦ା୩(ଡି.ଏନ୍‌.ଏ.):ଗାଁ ରାସ୍ତା ମରାମତି ଲାଗି ପ୍ରଶାସନ ନିକଟରେ ବହୁ ଅଭିଯୋଗ ପରେ ବି ସୁଫଳ ନ ମିଳିବାରୁ ୧୦ଟି ପରିବାର ଶ୍ରମଦାନ କରି ସମସ୍ୟା ସମାଧାନ...

ଆଲମାରିରୁ ମିଳିଲା ୯୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ,୮ା୮(ସ୍ବ.ପ୍ର.): ଗଞ୍ଜେଇ ଚୋରାଚାଲାଣ କରିବା ଲାଗି ଚାଲାଣକାରୀମାନେ ଭିନ୍ନଭିନ୍ନ ତରିକା ଆପଣାଉଛନ୍ତି। କେତେବେଳେ ମୁଢିବସ୍ତା ଭିତରେ ତ କେବେ ଅଦା, ପଣସ ଅଖା ଭିତରେ ଗଞ୍ଜେଇ...

ଏୟାରଷ୍ଟ୍ରିପ୍‌ ସଂପ୍ରସାରଣ: ଦ୍ୱୀତିୟ ପର୍ଯ୍ୟାୟରେ ୪୨ କୋଟିର ଟେଣ୍ଡର ଆହ୍ବାନ

  ଜୟପୁର,୧୧ା୧(ଡି.ଏନ୍‌.ଏ.): କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଉଡାନ ଯୋଜନାରେ ଜୟପୁର ଏୟାରଷ୍ଟ୍ରିପ ସଂପ୍ରସାରଣ କାର୍ଯ୍ୟ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ଏଥିପାଇଁ ୪୨...

ଓଷ୍ଟା କୋରାପୁଟ ଶାଖାର ରାସ୍ତାକୁ ଓହ୍ଲାଇବା ଚେତାବନୀ

ସୁନାବେଡ଼ା,୧୬।୫(ସ୍ବ.ପ୍ର.): ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କୁ ସପ୍ତମ ବେତନ ପ୍ରଦାନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।...

Advertisement
Archives

Model This Week