ମାଡ଼ି ଆସୁଛି ବିପଦ: ୭ମ ଥର ପାଇଁ ସମ୍ପୂର୍ଣ୍ଣ ଧ୍ୱଂସ ହେବ ପୃଥିବୀ !

ଓ୍ବାଶିଂଟନ,୧୭।୯ : ଜଳବାୟୁ ପରିବର୍ତ୍ତନର ପ୍ରଭାବ ପରିବେଶ ଉପରେ ପଡ଼ିବାରେ ଲାଗିଛି। ଏହାଯୋଗୁ ପୃଥିବୀ ପୁଣି ଧ୍ୱଂସ ମୁହାଁ ହେବାରେ ଲାଗିଛି। ଏହା ପୂର୍ବରୁ ପୃଥିବୀ ୬ଥର ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ସାରିଛି। ଏବେ ୭ମ ଥର ପାଇଁ ସେହି ବିପଦ ମାଡ଼ି ଆସୁଛି ବୋଲି ଆମେରିକା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଗବେଷକ ସୂଚନା ଦେଇଛନ୍ତି। ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଶେଷ ଥର ପାଇଁ ୨୬ କୋଟି ବର୍ଷ ତଳେ ପୃଥିବୀ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ପରେ ଏହା ଉପରେ ପୁଣି ଥରେ ଜୀବଜଗତ ଗଢ଼ିଉଠିଛି। ଏହା ପୂର୍ବରୁ ଘଟିଥିବା ୬ଟି ଘଟଣାରେ ପରିବେଶ ସନ୍ତୁଳନରେ ଅଚଳାବସ୍ଥା ଯୋଗୁ ଜୀବଜଗତ ଲୋପ ପାଇଯାଇଥିଲା। ଏବେ ପୁଣି ଥରେ ସେହିପରି ସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ପ୍ରଫେସର ମିଶେଲ ରିମ୍ମିନୋ ସୂଚନା ଦେଇଛନ୍ତି। ପୂର୍ବରୁ ହୋଇଥିବା ଧ୍ୱଂସ ଘଟଣାରେ ଉଲକାପାତ, ଭୂକମ୍ପ ଏବଂ ଆଗ୍ନେୟଗିରି ଉଦ୍‌ଗିରଣ ଯୋଗୁ ଉତ୍ତପ୍ତ ତରଳ ଲାଭା ପୃଥିବୀ ଉପରେ ପ୍ରବାହିତ ହୋଇଥିଲା। ଫଳରେ ଜୀବଜଗତ ନଷ୍ଟ ହୋଇଯାଇଥିଲା। ନ୍ୟୁୟର୍କ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାସ ହରାଉଛନ୍ତି ପାଲେଷ୍ଟାଇନ୍‌ବାସୀ

ଜେରୁଜେଲମ,୨୩।୭: ଏବେ ଇସ୍ରାଏଲ ସେନା ଜେରୁଜେଲମରେ ଥିବା ପାଲେଷ୍ଟାଇନବାସୀଙ୍କ ଘର ଭାଙ୍ଗିବାରେ ଲାଗିଛନ୍ତି। ଫଳରେ ଅଧିକାଂଶ ପାଲେଷ୍ଟାଇନବାସୀ ନିଜର ବାସଗୃହ ହରାଇ ବସିଲେଣି। ପୂର୍ବ ଜେରୁଜେଲମର...

ହଂକଂରେ ସରକାର ବିରୋଧୀ ବିଶାଳ ରାଲି

ହଂକଂ,୧୯ା୮: ହଂକଂରେ ୧୧ ସପ୍ତାହ ହେଲା ସରକାର ବିରୋଧୀ ଆନ୍ଦୋଳନ ଜାରି ରହିଛି। ରବିବାର ପ୍ରବଳ ବର୍ଷା ସତ୍ତ୍ୱେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ଛତାଧରି...

ଚାଇନାକୁ ଆଉ ଏକ ଝଟ୍‌କା : ବିଗୋ ଆପ୍‌ ଉପରେ ପାକିସ୍ତାନ ଲଗାଇଲା ପ୍ରତିବନ୍ଧକ

ଇସ୍‌ଲାମାବାଦ,୨୧।୭: ଚାଇନାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ପାକିସ୍ତାନ ଟେଲି କମ୍ୟୁନିକେଶନ ପ୍ରାଧିକାରଣ(ପିଟିଏ)ଲାଇଭ୍‌ ଷ୍ଟ୍ରିମିଙ୍ଗ ଆପ୍‌ ବିଗୋ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛି। ଏହାସହ...

କରୋନା ମହାମାରୀରେ ବି ଭାରତରେ ଶିଶୁ ଜନ୍ମ ହାର ରହିବ ସର୍ବାଧିକ: ଜନ୍ମନେବେ ୨ କୋଟିରୁ ଅଧିକ ଶିଶୁ

ଜେନେଭା/ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏଥିରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। କରୋନା ମହାମାରୀ ସମୟରେ...

ଉଇଗର ମୁସଲମାନ୍‌ଙ୍କୁ ଶୋଷଣ: ଆମେରିକା କଳା ତାଲିକାରେ ୨୮ ଚାଇନା କମ୍ପାନୀ

ଓ୍ବାଶିଂଟନ,୮।୧୦: ଚାଇନାରେ ଉଇଗର ମୁସଲମାନ୍‌ଙ୍କୁ ନିର୍ଯାତନା ଦିଆଯାଉଛି। ଶିନଜିୟାଙ୍ଗ୍‌ ପ୍ରଦେଶରେ ଥିବା ୨୮ଟି ଚାଇନା କମ୍ପାନୀ ଏହି ମୁସଲମାନ ସମ୍ପ୍ରଦାୟଙ୍କୁ ଶୋଷଣ କରୁଥିବାରୁ ସେସବୁ କମ୍ପାନୀକୁ...

ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର କରୁଛି ଚାଇନା: ଆମେରିକା

ଓ୍ବାଶିଂଟନ,୨୭।୧୧: ଚାଇନାରେ ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର କରାଯାଉଛି। ଏନେଇ ଆମେରିକା ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଆମେରିକା ବହିର୍ବ୍ୟାପାର ବିଭାଗ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ...

ରାଜରାସ୍ତାରେ ପରୀକ୍ଷଣ ହେଲା ଉଡ଼ନ୍ତା କାର

ଟୋକିଓ, ୨୯।୮: ଗତ ୧୦ ବର୍ଷ ଧରି ଜାରି ରହିଥିବା ପରୀକ୍ଷାର ଅନ୍ତ ଘଟିଛି। ରାଜରାସ୍ତାରେ ଉଡ଼ନ୍ତା କାରର ପରୀକ୍ଷା ଏବେ ଶେଷ ହୋଇଛି। ଜାପାନର...

କରୋନା ଯୋଗୁ କେତେ କ୍ଷତି ସହିଲେ ଟପ୍‌ ବିଲିୟନେୟାର

କରୋନା ଯୋଗୁ ସାରା ବିଶ୍ୱ ବୃହତ୍ତ ପରିମାଣରେ କ୍ଷତି ସହୁଛି। ଲକଡାଉନ ଯୋଗୁ ବାଣିଜ୍ୟ କାରବାର ଠପ୍‌ ହୋଇ ପଡିଥିଲା। ବର୍ତ୍ତମାନ କଟକଣା କୋହଳ ହେବା...

Coronavirus Update


Archives

Model This Week

Why Dharitri