ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ନେଇ ଏବିଭିପିର ଏତଲା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ବୁଧବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା। ହେଲେ ଭାଇରାଲ ପ୍ରଶ୍ନପତ୍ର ଅସଲି ନୁହେଁ ନକଲି ବୋଲି ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। କିନ୍ତୁ ଏବିଭିପି ପକ୍ଷରୁ ପ୍ରଶ୍ନପତ୍ର ଭାଇରାଲ ସମ୍ପର୍କରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ପୂର୍ବରୁ ଅନେକ ଥର ପ୍ରଶ୍ନପତ୍ର ଭାଇରାଲ ହୋଇଛି। ଏଣୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଏତଲାରେ ଦର୍ଶାଯାଇଛି। ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମଲ୍ଲିକ, ଭୁବନେଶ୍ୱର ମହାନଗର ସମ୍ପାଦକ ସମ୍ବିତ ରାଉତ ଓ ଅନ୍ୟ କେତେଜଣ କାର୍ଯ୍ୟକର୍ତ୍ତା ଏତଲା ଦେବାକୁ ଥାନାକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ବନ୍ଦ ପ୍ରସଙ୍ଗରେ ନୂଆ ଯୁକ୍ତି:‘ମିଶ୍ରଣ ନିଷ୍ପତ୍ତି କେନ୍ଦ୍ରର’

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ରାଜ୍ୟରେ କୌଣସି ସ୍କୁଲ ବନ୍ଦ କରାଯାଉନାହିଁ। ଏହାକୁ ନିକଟସ୍ଥ ସ୍କୁଲ ସହ ମିଶ୍ରଣ କରାଯାଉଛି। ଏହି ମିଶ୍ରଣ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ନୁହେଁ, ବରଂ କେନ୍ଦ୍ର...

ଲକି ଡ୍ର ଜରିଆରେ ଇ-ସ୍କୁଟର ଜିତିଲେ ଗ୍ରାହକ

ଭୁବନେଶ୍ୱର,୧୪।୫: ଲାଲଚାନ୍ଦ୍‌ ଜୁଏଲର୍ସର ବ୍ରହ୍ମପୁର ଶୋ’ରୁମ୍‌ ପକ୍ଷରୁ ନିକଟରେ ଏକ ମେଗା ଲକି ଡ୍ର ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲକି ଡ୍ର ଜରିଆରେ...

ପୁରୀରେ ନଦୀକୂଳିଆ ଲୋକେ ଛାନିଆ: କଣାସ ବ୍ଲକରେ ସ୍ଥିତି ଗମ୍ଭୀର

ପୁରୀ ଅଫିସ,୩୦। ୮: କରୋନା ଆତଙ୍କ ଥମି ନ ଥିବାବେଳେ ଆସୁଛି ବନ୍ୟା। ବୋଝ ଉପରେ ନଳିତା ବିଡ଼ା ସଦୃଶ ଏଭଳି ଦୁଃସ୍ଥିତିକୁ ସାମ୍ନା କରିବାକୁ...

୩ ବର୍ଷ ବିତିଲା, ସରୁନି ମେଗା ଜଳଯୋଗାଣ ପ୍ରକଳ୍ପ

ବୋଲଗଡ଼,୨୫ା୪(ଡି.ଏନ୍‌.ଏ.): ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ପ୍ରକଳ୍ପ କରୁଛନ୍ତି। ତେବେ ବିଭାଗୀୟ ଅଧିକାରୀ ଏବଂ ଠିକାସଂସ୍ଥାର ଅବହେଳା...

ଘୂର୍ଣ୍ଣିବଳୟ : ୮ଜିଲାରେ ବର୍ଷା ଝଡ଼ ସମ୍ଭାବନା

ଭୁବନେଶ୍ୱର,୩୦।୪ (ବ୍ୟୁରୋ): ଦକ୍ଷିଣ ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର...

ନକଲି ଡାକ୍ତରଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୧୧।୩(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ। ତାଙ୍କ ମିଛ ଧରିବା ପାଇଁ କମିଶନରେଟ ପୋଲିସ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।...

ରାଜ୍ୟରେ ୧୪୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଚିନ୍ତା ବଢ଼ାଉଛି ଖୋର୍ଦ୍ଧା-କଟକ-ପୁରୀ

ଭୁବନେଶ୍ୱର,୧।୮(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ବାକି...

ନନ୍ଦନକାନନ: ଭାଲୁ ଆରତି ଅସୁସ୍ଥ

ବାରଙ୍ଗ,୧୬।୯(ଡି.ଏନ୍‌.ଏ): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଭାଲୁ ସଫାରିରେ ଥିବା ଭାଲୁ ଆରତି ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏହି ଭାଲୁଟିକୁ ସୋମବାର ନନ୍ଦନକାନନରେ...

Advertisement
Archives

Model This Week