ମାଟି ମା’ର ସୁରକ୍ଷା ଉପରେ ଗୁରୁତ୍ୱ

କେନ୍ଦୁଝର, ୫।୧୨(ସ୍ବ.ପ୍ର.): ସ୍ଥାନୀୟ କୃଷି ସୂଚନା ପରାମର୍ଶ କେନ୍ଦ୍ର ପରିସରରେ ଗୁରୁବାର ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଜିଲା କୃଷି ଅଧିକାରୀ ଚିତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଓମ ପ୍ରକାଶ ରଥ, କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ତଥା ସଂଯୋଜକ ସୁକାନ୍ତ କୁମାର ସାହୁ, ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର ତୁଷାର ମହାନ୍ତି, କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଶତପଥୀ, ମୃତ୍ତିକା ରସାୟନବିତ୍‌ ହେମନ୍ତ କୁମାର ସାମଲ ଅତିଥି ଭାବରେ ଯୋଗ ଦେଇ ବର୍ତ୍ତମାନ ସମୟରେ ମାଟିର ଅବସ୍ଥା ଓ ଏହାର ସୁରକ୍ଷା କରିବାର ଆବଶ୍ୟକତା ବିଷୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ କୃଷି ଅଧିକାରୀ ସଦର ବ୍ଲକ, ଯୁଗଳ କିଶୋର ପାତ୍ର, ବିଭିନ୍ନ ଅଞ୍ଚଳରୁ ଶତାଧିକ ଚାଷୀ ଓ କର୍ମଚାରୀ ଯୋଗ ଦେଇଥିଲେ। ମୃତ୍ତିକାର ସୁରକ୍ଷା କରିବା ଓ ଭବିଷ୍ୟତ ସୁରକ୍ଷା କରିବା ଚଳିତବର୍ଷର ଥିମ ରଖାଯାଇଛି। ମାଟି ମା’ର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବର୍ତ୍ତମାନ ସମୟରେ ମାଟିର ସୁରକ୍ଷା ଜରୁରୀ। ରସାୟନିକ ସାର ବ୍ୟବହାର ଯୋଗୁ ମାଟିର ଉର୍ବରତା ନଷ୍ଟ ହୋଇ ଉତ୍ପାଦନ ହ୍ରାସ ପାଉଥିବାରୁ ଅତିଥିମାନେ ଚିନ୍ତା ପ୍ରକଟ ପାଇଥିଲା। ଗତ ଚାରିବର୍ଷରେ ଜିଲାରେ ୪ ଲକ୍ଷ ୨୦ ହଜାର ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି। ମାଟି ଉପରେ ସଚେତନତା ସୃଷ୍ଟି କରି ଖାଦ୍ୟ ସାର ପରିଚାଳନା କରାଯାଉଛି। ଚାଷି ମାନଙ୍କୁ ଏନେଇ ସୁସ୍ଥ ମାଟି ପ୍ରସ୍ତୁତ ଉପରେ ସେମାନଙ୍କ ଅଞ୍ଚଳକୁ ଯାଇ ତାଲିମ ଦିଆଯାଉଥିବା କହିଛନ୍ତି। ଜିଲାରେ ୫୫ ଭାଗ ଅମ୍ଳ ମାଟି ରହିଛି। ମାଟିରେ ଅଣୁଜୀବମାନଙ୍କ ଭୂମିକା ଅଧିକ। ଏଣୁ ସେମାନଙ୍କୁ ଜୈବିକ ସାର ପ୍ରୟୋଗ କରି ଖାଦ୍ୟ ଯୋଗାଇ ଦିଆଯାଇଥାଏ ବୋଲି କହିଥିଲେ। ମାଟିର ସୁରକ୍ଷା କରା ନ ଗଲେ ଫସଲ ଉତ୍ପାଦନରେ ବାଧା ସୃଷ୍ଟି ହେବ। ଏଣୁ ମାଟିର ସୁରକ୍ଷା କରିବା ପାଇଁ ସମସ୍ତେ ସଚେତନ ହେବା ସହ ଶପଥ ନେବାକୁ ଆହ୍ବାନ କରାଯାଇଥିଲା। ଏହି ଅବସରରେ ଏକ ସଚେତନତା କୃଷି ଯନ୍ତ୍ରପାତି ତଥା ଜ୍ଞାନ କୌଶଳର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ପାଇଁ ଗୌରବ ଆଣିଲେ ଖୁସିରାମ: ଜାତୀୟ ଜୁନିୟର ପେନ୍‌ଚାକ୍‌ ସିଲାଟ୍‌ ଚାମ୍ପିୟନଶିପ୍‌ରେ…

ବଲାଙ୍ଗୀର,୩ା୭(ବୀରେନ୍ଦ୍ର କୁମାର ଝାଙ୍କର):ମହାରାଷ୍ଟ୍ରର ନାସିକଠାରେ ଗତ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୧୪ତମ ସିଙ୍ଗା, ମାକାନ, ପ୍ରି-ଟିନ୍‌, ପ୍ରି-ଜୁନିୟର ଓ ଜାତୀୟ ଜୁନିୟର ପେନ୍‌ଚାକ୍‌ ସିଲାଟ୍‌…

ଅଙ୍ଗନବାଡି ଗୃହ ପାଇଁ ବ୍ଲକ ଘେରାଉ: ଆନ୍ଦୋଳନରେ ସାମିଲ ହେଲେ କୁନି କୁନି ପିଲା

ଜଗନ୍ନାଥପ୍ରସାଦ,୩।୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଚାରିକୋଣିଆ ଗୌଡ଼ ସାହିରେ ଅଙ୍ଗନବାଡି…

ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ପରଲୋକ, ଶୋକବ୍ୟକ୍ତ କଲେ କଳାହାଣ୍ଡି ଏମପି

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ପତ୍ନୀ ଶ୍ରୀମତୀ ମାଝୀ (୫୭)ଙ୍କ ଗୁରୁବାର ବିଳମ୍ବିତ…

ବରଗଡ଼ରେ ଠକସଂସ୍ଥା ଠାବ ଘଟଣାର ଫିଟୁଛି ଗୁମର: ପୋଲିସକୁ ଫେରାଦ ହେଲେ ଯୁବତୀଯୁବକ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ):ଚାକିରି ଦେବା ଆଳରେ ଯୁବତୀ, ଯୁବକଙ୍କୁ ଠକେଇ କରି ବରଗଡ଼ ପୋଲିସ ହାତରେ ଧରାପଡ଼ିଥିବା ଠକସଂସ୍ଥାର ଗୁମର ଫିଟିବାରେ ଲାଗିଛି। ଏହି ଠକସଂସ୍ଥା ଦ୍ୱାରା ଶତାଧିକ…

୧୮ ଦଫା ଦାବି ନେଇ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ଠପ୍‌

ବଲାଙ୍ଗୀର, ୩/୭ (ବୀରେନ୍ଦ୍ର କୁମାର ଝାଙ୍କର)- ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ) ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ସିଡ଼ିଏମଓ ଅଫିସ ସମ୍ମୁଖରେ ଧାରଣା ଦିଆଯାଉଥିଲା। ଏଥିରେ…

ବନ ମହୋତ୍ସବ ସପ୍ତାହ, ସାନଖେମୁଣ୍ଡି କୋର୍ଟ ପରିସରରେ ଚାରା ରୋପଣ କଲେ ମାଜିଷ୍ଟ୍ରେଟ 

ଦିଗପହଣ୍ଡି,୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ଆନୁକୁଲ୍ୟରେ  ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ: ‘ପିଲାଟିଏ ଗଛଟିଏ’ ଅଭିଯାନରେ …

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ୭୬ ତମ ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri