ମାଟି ତଳେ ଶହ ଶହ ଆଧାରକାର୍ଡ଼

ବାଲେଶ୍ୱର ଅଫିସ, ୭।୬-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ବଡ଼ାସ ପଞ୍ଚାୟତର ଯୋଗାଇ ପୋଷ୍ଟ ଅଫିସ୍‌ର ପିଅନଙ୍କ ଘର ପୋଖରୀ ଆଡ଼ିରେ ପୋତା ହୋଇଥିବା ଶହ ଶହ ଆଧାରକାର୍ଡ଼ ଶନିବାର ଉଦ୍ଧାର କରାଯାଇଛି। ଏହାକୁ ନେଇ ଉକ୍ତ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି। ଆଧାରକାର୍ଡ଼କୁ ନ ବାଣ୍ଟି ପୋଖରି ଆଡ଼ିରେ ପୋତିଦିଆଯିବା ଭୁଲ୍‌ ବୋଲି ପିଅନ ବାଞ୍ଛାନିଧି ପରିଡ଼ା ସ୍ବୀକାର କରିଛନ୍ତି।
ଶନିବାର ମୋ ପୋଖରୀ ଯୋଜନାରେ ଉକ୍ତ ପୋଖରୀକୁ ଜେସିବି ଯୋଗେ ମାଟି ଖୋଳାଯାଉଥିବା ବେଳେ ଉକ୍ତ ଆଡ଼ିରୁ ଶତାଧିକ ଆଧାରକାର୍ଡ଼ ସହ ବହୁ ମୂଲ୍ୟବାନ କାଗଜପତ୍ର ଦେଖିବାକୁ ମିଳିଥିଲା। ପରେ ସ୍ଥାନୀୟ ଲୋକେ ସେଠାରେ ଏକାଠି ହୋଇଥିଲେ। ଉକ୍ତ ଗ୍ରାମର ବହୁ ଲୋକ ତଥା ପାଠ ପଢୁଥିବା ଛୋଟବଡ଼ ପିଲାଙ୍କର ଆଧାରକାର୍ଡ଼ ଚିହ୍ନଟ କରିଥିଲେ। ଆଧାରକାର୍ଡ଼ଗୁଡ଼ିକ ପୋଷ୍ଟ ଅଫିସ୍‌କୁ ଆସିବା ପରେ ପିଅନ ଏହାକୁ ବାଣ୍ଟିବାକୁ ନ ଯାଇ ମାଟି ତଳେ ପୋତିଦେଇଥିଲେ। ଫଳରେ ଉକ୍ତ ଅଞ୍ଚଳର ଲୋକମାନଙ୍କର ବ୍ୟାଙ୍କ ଟ୍ରାଞ୍ଜାକଶନ, କେୱାଇସି ହୋଇପାରୁ ନ ଥିବା, ପିଲାମାନଙ୍କର ଆଧାରକାର୍ଡ଼ ସ୍କୁଲରେ ଆବଶ୍ୟକତା ଥିବା ବେଳେ ଦେଇପାରୁ ନ ଥିବା, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଆଧାରକାର୍ଡ଼ ଏକ ମୁଖ୍ୟ ଡକ୍ୟୁମେଣ୍ଟ ହୋଇଥିବା କାରଣରୁ ବିଭିନ୍ନ କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଦୁର୍ଜୟ ମାଝୀଙ୍କ ସହ ଅନେକେ ଅଭିଯୋଗ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକାଧିକ ସ୍ଥାନରେ ଚାଲିଛି ରେଡ୍

ଭବାନୀପାଟଣା,୧୯।୫(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ଆଉ ଜଣେ ସରକାରୀ ବାବୁ। ମଙ୍ଗଳବାର ସକାଳୁ ସକାଳୁ କଳାହାଣ୍ଡି ଜିଲା ଧର୍ମଗଡ଼ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର; ବିଦ୍ୟୁତସେବା ବ୍ୟାହତ, ରୋଗୀ ହନ୍ତସନ୍ତ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍ବାସ୍ଥ୍ୟସେବା ଭୁଷୁଡ଼ି ପଡ଼ିଛି। ଏହା ନୂଆଁ କଥା ନୁହେଁ। ବର୍ଷବର୍ଷ ଧରି ଏଠାରେ ଏହି ସମ୍ଯଯା ଲାଗି ରହିଛି। ଡାକ୍ତର ଏବଂ…

ପଥଚାରୀଙ୍କୁ ପିଟିଦେଲା ବାଇକ୍‌: ପରିବହନ ବିଭାଗ କ୍ୟାମେରା ଆଗରେ ଘଟିଲା…

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଲାସପଦର ଛକ ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ ଚାଳକ ଜଣେ ପଥଚାରୀଙ୍କୁ…

ବୈଠକରେ ଜିଲାପାଳଙ୍କ ବଡ଼ ସୂଚନା: ଜୁନ ୧ ତାରିଖଠୁ ଆରମ୍ଭ ହେବ…

ଛତ୍ରପୁର ,୧୮।୫(ଦିଲ୍ଲୀପ ସାମଲ) : ଛତ୍ରପୁରରେ ମେ’ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା । ଏହାକୁ ଆହୁରୀ ଆକର୍ଷଣ…

ବିଦ୍ୟାଳୟରୁ ରାଶନ ଚୋରି କରୁଥିଲେ ପ୍ରଧାନଶିକ୍ଷକ, ସଭାପତି: ହଠାତ୍‌ ପହଞ୍ଚିଗଲେ ଗ୍ରାମବାସୀ, ଆଉ ତା’ପରେ…

ବୁଗୁଡ଼ା, ୧୮।୫(କାଳିଚରଣ ଦାଶ ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି କରୁଥିବାବେଳେ ପ୍ରଧାନଶିକ୍ଷକ , ସଭାପତିଙ୍କୁ ମାଡ଼ିବସିଲେ ଗ୍ରାମବାସୀ।…

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ…

ଅଧିକାରୀଙ୍କ ବିରୋଧରେ ଅସନ୍ତୋଷ ଝାଡିଲେ ସ୍ଥାନୀୟ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ…

ଥୁଆମୂଳ ରାମପୁର, ୧୮ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri