Posted inଖେଳ

ମାଞ୍ଚେଷ୍ଟର ସିଟି-ଆର୍ସେନଲ ମ୍ୟାଚ୍‌ ବାତିଲ

ଲଣ୍ଡନ,୧୧।୩- ଆର୍ସେନଲ ଓ ମାଞ୍ଚେଷ୍ଟର ସିଟି ମ୍ୟାଚ୍‌କୁ ବୁଧବାର ବାତିଲ କରିଦିଆଯାଇଛି। ଲଣ୍ଡନ କ୍ଲବର ଖେଳାଳିଙ୍କୁ କ୍ୱାରାଣ୍ଟାଇନରେ ରଖାଯିବାରୁ ପ୍ରିମିୟର ଲିଗ୍‌ର ପ୍ରଥମ ମ୍ୟାଚ୍‌ ବାତିଲ ହୋଇଛି। ଆର୍ସେନଲ ପକ୍ଷରୁ କୁହାଯାଇଛି, ଖେଳାଳିଙ୍କୁ ୧୪ ଦିନ ପାଇଁ ଅଲଗା ରଖାଯିବ। ସେମାନେ ଗ୍ରୀକ କ୍ଲବ ଅଲିମ୍ପିଆକ୍ସ ମାଲିକଙ୍କ ସହ ସମ୍ପର୍କରେ ଆସିଥିଲେ। ତାଙ୍କ ମାଲିକ କୋଭିଡ୍‌ ୧୯ରେ ଆକ୍ରାନ୍ତ ଅଛନ୍ତି। ଆମେ ସରକାରଙ୍କ ନିୟମର ପାଳନ କରୁଛୁ। ଯଦି କେହି ଭାଇରସରେ ଆକ୍ରାନ୍ତଙ୍କ ସମ୍ପର୍କରେ ଆସୁଛନ୍ତି ସେମାନଙ୍କୁ ଘରେ ୧୪ ଦିନ ପାଇଁ ଅଲଗା ରଖାଯିବ। ଫଳରେ ଖେଳାଳିମାନେ ମାଞ୍ଚେଷ୍ଟର ସିଟି୍‌ ବିପକ୍ଷ ମ୍ୟାଚ୍‌ ପାଇଁ ଉପଲବ୍ଧ ହେବେ ନାହିଁ। ଏଣୁ ମ୍ୟାଚ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଆର୍ସେନଲ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଚଳିତ ସିଜନରେ କରୋନା ଭାଇରସ ଯୋଗୁ ପ୍ରଥମ ଥର ପାଇଁ କୌଣସି ପ୍ରିମିୟର ଲିଗ୍‌ ମ୍ୟାଚ୍‌ ବାତିଲ ହୋଇଛି। କରୋନା ଭାଇରସ ଆତଙ୍କ ଯୋଗୁ ୟୁଫା ଚାମ୍ପିୟନ୍ସ ଲିଗ୍‌ ଓ ୟୁରୋପା ଲିଗ୍‌ ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶୀର୍ଷ ସ୍ତରୀୟ ଫୁଟବଲ ଲିଗ୍‌ ସିରି ଏ’କୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜିଟିର ସହଜ ବିଜୟ…

ମୁମ୍ବାଇ, ୧୦।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୭ତମ ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ସହଜ ବିଜୟ ହାସଲ...

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ପାନ୍ଥର୍ସ-ଲାୟନ୍ସ ଫାଇନାଲ

ଭୁବନେଶ୍ୱର, ୧୩।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ଫାଇନାଲରେ ଓଡ଼ିଶା ପାନ୍ଥର୍ସ...

ଜୁନିୟର କ୍ରିକେଟ ଚାମ୍ପିୟନଶିପ୍:ଯୁବ ଖେଳାଳିଙ୍କୁ ପରାମର୍ଶ ଦେବେ ଆଶୋକ ମାଲହୋତ୍ରା

ନୂଆଦିଲ୍ଲୀ,୫।୫ (ପି.ଟି.): ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସିଏ) ମୁଖ୍ୟ ଆଶୋକ ମାଲହୋତ୍ରା ଏବେ ଏକ ନୂଆ ଦାୟିତ୍ୱ ନେବାକୁ ଯାଉଛନ୍ତି। ଅଶୋକଙ୍କ ସହ ଅନ୍ୟ ୩ଜଣ...

ଆଜିର ଦିନରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ ମ୍ୟାଚ୍‌ ଖେଳିଥିଲେ ମାଷ୍ଟର ବ୍ଲାଷ୍ଟର; ହେଲେ ଏହି ଘଟଣା ଯୋଗୁ…

ନୂଆଦିଲ୍ଲୀ,୧୫।୧୧: ୩୧ ବର୍ଷ ପୂର୍ବେ ଆଜିର ଦିନରେ କରାଚିରେ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ସଚିନ ତେନ୍ଦୁଲକର। ମାତ୍ର ୧୬ ବର୍ଷ ବୟସରେ...

ଇତିହାସ ରଚିଲେ ରାହୁଲ: ୬ ବଡ଼ ରେକର୍ଡ କଲେ ହାସଲ

ଲଣ୍ଡନ,୧୩।୮: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଦୃଢ ଆରମ୍ଭ କରିଛି। ଲର୍ଡସରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳ ୩ ଉଇକେଟ୍‌...

ଏସିଆ କପ୍‌: ବିଦାୟ ପଥରେ ଭାରତ

ଦୁବାଇ, ୭।୯: ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଖରାପ ପ୍ରଦର୍ଶନ କରି ଭାରତ ଏସିଆ କପ୍‌ କ୍ରିକେଟର ମଙ୍ଗଳବାର ଅନୁଷ୍ଠିତ ସୁପର ଫୋର ମ୍ୟାଚରେ ଶ୍ରୀଲଙ୍କାଠାରୁ...

ସଚିନଙ୍କ ଝିଅଙ୍କୁ ପ୍ରେମ କରି ବସିଛନ୍ତି ଏହି କ୍ରିକେଟର, ଭାଇରାଲ ହେଉଛି ମେସେଜ୍‌

କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ କୁଆଡେ ଏବେ ଜଣେ କ୍ରିକେଟରଙ୍କ ପ୍ରେମରେ ପଡିଥିବା ନେଇ ଆଲୋଚନା...

ଆଇସିସି ବୋର୍ଡ ବୈଠକ ଆଜି: ଟି୨୦ ବିଶ୍ୱକପ୍‌ ନେଇ ନିଷ୍ପତ୍ତି ନିଆଯିବ

ଦୁବାଇ,୧୯।୭(ପି.ଟି.): ସୋମବାର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ଭର୍ଚୁଆଲ ବୋର୍ଡ ବୈଠକ ବସିବ। ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ନେଇ ଗତ ଦୁଇମାସ...

Advertisement
Archives

Model This Week