ମାଛ ମାର୍କେଟ ବନ୍ଦ କଲା ପ୍ରଶାସନ; ପାଳନ ହେଉନି ସାମାଜିକ ଦୂରତା

ଅନୁଗୋଳ ଅଫିସ, ୯।୪: ଅନୁଗୋଳ ପୌରପାଳିକା ଅଧୀନରେ ଥିବା ମାଛ ମାର୍କେଟ (ଆମିଷ ବଜାର)କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି। ମାଛ ବ୍ୟବସାୟୀଙ୍କ ସହ ଗ୍ରାହକ ସାମାଜିକ ଦୂରତା ରଖୁ ନ ଥିବାରୁ ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ପୌର କର୍ତ୍ତୃପକ୍ଷ କହିଛନ୍ତି ଯେ, କରୋନା ଭଳି ମହାମାରୀର ମୁକାବିଲା ପାଇଁ ସମଗ୍ର ରାଜ୍ୟ ଲକ୍‌ଡାଉନ୍‌ ଥିବାବେଳେ ସାମାଜିକ ଦୂରତା ରକ୍ଷା କରିବାକୁ ସରକାର ଓ ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଛି। କିନ୍ତୁି କିଛି ଅମାନିଆ ଲୋକ ବିନା କାରଣରେ ଘରୁ ବାହାରିବା ସହ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି। ସେହିପରି ପ୍ରଶାସନର ବାରମ୍ବାର ତାଗିଦ ସତ୍ତ୍ବେ ମାଛ ମାର୍କେଟର ବ୍ୟବସାୟୀମାନେ ସାମାଜିକ ଦୂରତ୍ୱ ଅବଲମ୍ବନ କରୁନାହାନ୍ତି। ତେଣୁ ଜନସାଧାରଣଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଧବାର ପୌରପ୍ରଶାସନ ଆମିଷ ବଜାରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ଆମିଷ ବଜାରରେ ଏ ସମ୍ପର୍କିତ ନୋଟିସ୍‌ ଲଗାଯାଇଛି। ଆଗାମୀ ନିର୍ଦ୍ଦେଶ ଦିଆ ନ ଯିବା ପର୍ଯ୍ୟନ୍ତ ମାଛ ମାର୍କେଟ ବନ୍ଦ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାମଶୁଳି କଲେଜରେ ପରୀକ୍ଷା ଫି’ ବୃଦ୍ଧିକୁ ନେଇ ଅଚଳାବସ୍ଥା ଜାରି

ବସ୍ତା, ୧୯।୯(ସ୍ବ.ପ୍ର.): ଦ୍ବିତୀୟ ଦିନରେ ମଧ୍ୟ ଜାମଶୁଳି କଲେଜରେ ପରୀକ୍ଷା ଫି’ ବୃଦ୍ଧିକୁ ନେଇ ଅଚଳାବସ୍ଥା ଜାରି ରହିଛି । କଲେଜର ମୁଖ୍ୟ ଫାଟକକୁ ତାଲା...

ବିରୋଧୀ ସକ୍ରିୟ, ବିଦ୍ରୋହୀ ମାଳ ମାଳ

ଭଦ୍ରକ ଅଫିସ, ୧୨ ।୩ ଭଦ୍ରକ ପୌରାଧ୍ୟକ୍ଷା ପଦ ପାଇଁ ଏବେ ୭ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୌରପାଳିକାର ୪ ନଂ. ୱାର୍ଡ...

ନିଳାଚଳ କାରଖାନା ପରିସରରେ ଶ୍ରମିକଙ୍କ ଆନ୍ଦୋଳନ

ଯାଜପୁର ଅଫିସ,୧୩।୫: କଳିଙ୍ଗନଗର ନିଳାଚଳ ଇସ୍ପାତ ନିଗମ ଲିଃ(ଏନଆଇଏନଏଲ)କୁ ଲ୍‌କଡାଉନ ସମୟରେ ବନ୍ଦ କରି ଦିଆଯିବା ଯୋଗୁ ପ୍ରାୟ ୪ ହଜାର କର୍ମଚାରୀ ଓ ଶ୍ରମିକଙ୍କ...

ନୂଆଁଖାଇରେ ସରକାରୀ ଛୁଟି ଘୋଷଣା ଦାବି: ଆରଡିସିଙ୍କୁ ଚିଠି ଲେଖିଲେ ବିଧାୟିକା

ସୁନ୍ଦରଗଡ,୨୬ା୮(ଡି.ଏନ.ଏ.): ନୂଆଁଖାଇ ପଶ୍ଚିମ ଓଡ଼ିଶାର ଏକ ଗଣପର୍ବ। ଏହି ଦିବସକୁ ପୂର୍ବରୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଉଥିବା ବେଳେ ଚଳିତବର୍ଷ ସରକାରୀ ଛୁଟି ଭାବେ...

ଏଟିଏମ୍‌ ଭାଙ୍ଗି ଲୁଟିନେଲେ ୩୨ଲକ୍ଷ

ବାଲେଶ୍ୱର ଅଫିସ, ୨୬।୬: ବାଲେଶ୍ୱର ସଦର ଥାନା ହଳଦୀପଦା ଫାଣ୍ଡି ଅଧୀନ ଜାତୀୟ ରାଜପଥ ପଦ୍ମପୁର ହାଟରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌ରୁ ୩ଦୁର୍ବୃତ୍ତ ୩୨ଲକ୍ଷ...

ବାର୍‌ହା ଆକ୍ରମଣରେ ଚାଷୀ ଗୁରୁତର

ଖୋର୍ଦ୍ଧା ଅଫିସ,୨।୧୧ : ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ନିଳାଦ୍ରୀପ୍ରସାଦ ପଞ୍ଚାୟତ ଅରାଙ୍ଗ ଗାଁରେ ବସନ୍ତ ଶବର(୪୦) ବିଲକୁ ଯାଇଥିବାବେଳେ ଶନିବାର ପୂର୍ବାହ୍ନରେ ବାର୍‌ହା ଆକ୍ରମଣରେ...

ମାସ୍କ ବଣ୍ଟନ କଲା ରାଇକିଆ ବଣିକ ସଂଘ

ରାଇକିଆ,୭ା୪(ଡି ଏନ ଏ)- କରୋନା ମୁକାବିଲା ପାଇଁ ବିଭିନ୍ନ ସଙ୍ଗଠନ ଆଗକୁ ଆସୁଛନ୍ତି। କିଏ ସଚେତନତା କରୁଛି ତ ଆଉକିଏ ଆର୍ଥିକ ସହଯୋଗ କରୁଛନ୍ତି। ମଙ୍ଗଳବାର...

୨୫ କିମି ସାଇକେଲ ଚଳାଇ ସଚେତନତା ବାର୍ତ୍ତା ଦେଲେ ଶକ୍ତି ମନ୍ତ୍ରୀ

ଜୁନାଗଡ଼,୪।୬(ଡି.ଏନ୍‌.ଏ.)-ଜୁନାଗଡ଼ ବିଧାୟକ ତଥା ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ୨୫ କି.ମି. ସାଇକେଲ ଚଳାଇ ସଚେତନତା ବାର୍ତ୍ତା ଦେଇଛନ୍ତି ା ସାଇକେଲ ଚଳାଇବାର ଉପକାରିତା...

Advertisement
Archives

Model This Week