ମାଛ ବିକ୍ରି ଆରମ୍ଭ କଲେ ସ୍ବୟଂ ସହାୟକ ଗୋଷ୍ଠୀ

ଦେବଗଡ,୨୨ା୪(ଡି.ଏନ.ଏ.)-ଲକ୍‌ ଡାଉନ ସମୟରେ ଜୀବନ ଓ ଜୀବିକା ଗୁରୁତ୍ୱପୂର୍ଣ୍ଣ ା ଏହା ହୃଦୟଙ୍ଗମ କରି ରାଜ୍ୟ ସରକାର କେତେକ କ୍ଷେତ୍ରରେ କରୋନା ପାଇଁ ନିଆଯାଇଥିବା କେତେକ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ା ଏହାକୁ ଆଖି ଆଗରେ ରଖି ଦେବଗଡ଼ ଜିଲାର କେତେକ ସ୍ବୟଂ ସହାୟକ ଗୋଷ୍ଠୀ ମାଛ ବିକ୍ରି କରିବା ଆରମ୍ଭ କରିଛନ୍ତି ା ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସାମିଲ ହୋଇ ବେଶ୍‌ ଦୁଇ ପଇସା ରୋଜଗାର କରୁଛନ୍ତି ା ସେହି ଅର୍ଥ ତାଙ୍କ ପରିବାର ଚଳାଇବାରେ ସହାୟକ ହୋଇଛି ବୋଲି ସେମାନେ କହିଛନ୍ତି ା
ମିଳିଥିବା ସୂଚନା ଅନୁଯାୟୀ, ଜିଲାର ତିଲେଇବଣି ବ୍ଲକ ଅନ୍ତର୍ଗତ ବଡଛାପଲ ଗ୍ରାମପଞ୍ଚାୟତ ତିରିବ୍‌ ଗ୍ରାମର ମା’ସରସ୍ବତୀ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବାରକୋଟ ବ୍ଲକ କାଉଁସିବାହାଲ ଗ୍ରାମପଞ୍ଚାୟତ ସିମିଳିନାଳୀ ଗ୍ରାମର ମା’ ବୀଣାପାଣି ସ୍ବୟଂ ସହାୟକ ଗୋଷ୍ଠୀ ଏହି ସୁଯୋଗର ସଦୁପଯୋଗ କରିଛନ୍ତି ା ସେମାନେ ନିଜ ନିଜ ଗାଁ ବନ୍ଧରେ ମାଛଚାଷ କରିଥିଲେ ା ଏବେ ସେହି ମାଛ ଅମଳ ସମୟ ା ସେମାନେ ସେହି ମାଛକୁ ଧରି ବିକ୍ରି ଆରମ୍ଭ କରିଛନ୍ତି ା ମାଛ ଧରିବା ଏବଂ ବିକ୍ରି କରିବା ସମୟରେ ଗୋଷ୍ଠୀର ସଦସ୍ୟାମାନେ ସାମାଜିକ ଦୂରତା ରକ୍ଷା କରିବା ସହିତ ମୁହଁ ଓ ନାକକୁ ଘୋଡାଇ ରଖି ସରକାରଙ୍କ କରୋନା କଟକଣା ନିୟମକୁ ସମ୍ପୂର୍ଣ୍ଣ ଭାବେ ପାଳନ କରୁଛନ୍ତି ା ରବିବାର ବନ୍ଧହୁଡାରେ ହିଁ ସମସ୍ତେ ମାଛ ବିକ୍ରୟ କରିଥିଲେ ା ମା’ ସରସ୍ବତୀ ସ୍ବୟଂ ସହାୟକ ଗୋଷ୍ଠୀ ୧ କୁଇଣ୍ଟାଲ ୬୦ କେଜି ଏବଂ ମା’ ବୀଣାପାଣି ସ୍ବୟଂ ସହାୟକ ଗୋଷ୍ଠୀ ୭୦ କେଜି ମାଛ ବିକ୍ରୟ କରିଛନ୍ତି ା ସେହିଭଳି ଗତ ଶୁକ୍ରବାର ତିଲେଇବଣି ଗୁଣ୍ଡୁରିପୋଷି ମା’ମହାମାୟୀ ସ୍ବୟଂ ସହାୟକ ଗୋଷ୍ଠୀ ନିଜ ଗାଁ ବନ୍ଧରୁ ୧କୁଇଣ୍ଟାଲ ମାଛ ଧରି ବିକ୍ରୟ କରିଥିଲେ ା ଲକ୍‌ଡାଉନ ସମୟରେ ସରକାରଙ୍କ ପକ୍ଷରୁ ମାଛ ଚାଷ ଉପରୁ କଟକଣା ହଟାଇ ଦିଆଯାଇଥିବାରୁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ବେଶ୍‌ ସକ୍ରିୟ ହୋଇ ଉଠିଛନ୍ତି ା ସେମାନେ ଖୁସିରେ ମାଛ ଧରିବା ସହିତ ବିକ୍ରି କାମ କରୁଥିବା ଜିଲା ମତ୍ସ୍ୟ ଅଧିକାରୀ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତ୍ୟୁ ପରେ ଘରୁ ଚୋରି

ଗଜପତି,୨୮।୨(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ଷ୍ଟେଟ ବ୍ୟାଙ୍କ ନିକଟରୁ ଚୋରି ହୋଇଛି। ଘର ତାଲା ଭାଙ୍ଗି ଆଲମାରୀରୁ ୫ ଭରି ସୁନା ଚୋରି ହୋଇଥିବା ଅଭିଯୋଗ...

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରୁହ

ଢେଙ୍କାନାଳ ଅଫିସ,୨୫ା୧୨: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍‌ପି...

କିଡନୀ ରୋଗର ଅନୁଧ୍ୟାନ ପାଇଁ ମାଙ୍କଡକେନ୍ଦାରେ ଡାକ୍ତରୀ ଟିମ୍‌

କୁଆମରା,୮ା୮(ଡି.ଏନ୍‌.ଏ.): ଆଦିବାସୀ ଅଧ୍ୟୁଷିତ ଗୋପବନ୍ଧୁ ନଗର ବ୍ଲକ ପୁରୁଣା ବାରିପଦା ପଞ୍ଚାୟତ ଅନ୍ତର୍ଗତ ମାଙ୍କଡକେନ୍ଦା ଗ୍ରାମର ୧୧ ନମ୍ବର ୱାର୍ଡରେ କିଡିନୀ ରୋଗ ଆତଙ୍କ ଦେଖା...

ଆବାସ ଗୃହ ଅସମ୍ପୂର୍ଣ୍ଣ, ଭଙ୍ଗା ଘରେ ବିତୁଛି ଜୀବନ

କୋକସରା,୧୦।୧୨(ଡି.ଏନ.ଏ.): ରାଜ୍ୟ ସରକାର ଗରିବ ସୀମା ରେଖା ତଳେ ଥିବା ହିତାଧିକାରୀଙ୍କୁ ଆବାସ ଘର ଯୋଗାଇ ଦେଉଛନ୍ତି। ହେଲେ ପଞ୍ଚାୟତସ୍ତରରେ ପଞ୍ଚାୟତ କର୍ମଚାରୀ, ସରପଞ୍ଚ ଓ...

ବେଆଇନ ସର୍ଭିସିଂ ସେଣ୍ଟର ଲାଗି ସୁନା ନଦୀ ପ୍ରଦୂଷିତ

ଯୋଡ଼ା, ୨୦।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରରେ ଏକ ବେଆଇନ ସର୍ଭିସିଂ ସେଣ୍ଟର କରି ଲକ୍ଷ ଲକ୍ଷ ଲିଟର ପାଣି ନିଜ କାରବାରରେ ବ୍ୟବହାର କରିବା ସହିତ...

ବିଜେପୁର ଉପନିର୍ବାଚନ: ରୋଡ୍‌ ଶୋ’ରେ ବାହାରି ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ, ୧୭ା୧୦- ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ୪ଦିନ ବାକି। ଦୁଇ ଦିନ ପରେ ନିର୍ବାଚନୀ ପ୍ରଚାର ଅବଧି ସରିବ। ତେବେ...

ଏଯାଏ ଆଧାର ଲିଙ୍କ୍‌ କରିନାହାନ୍ତି ୭୮୫୫ କାର୍ଡଧାରୀ

ଭଦ୍ରକ ଅଫିସ, ୧୩।୮ – ରାଶନ କାର୍ଡ ସହ ଆଧାର ଲିଙ୍କ୍‌କୁ ବାଧ୍ୟତାମୂଳକ କରାଯାଇଛି। ଆଧାର ଲିଙ୍କ୍‌ ନ ଥିଲେ ସେପ୍ଟେମ୍ବର ମାସରୁ ହିତାଧିକାରୀଙ୍କୁ ଖାଉଟି...

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୪ ଗିରଫ

କୋରାପୁଟ,୧୧ା୯(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକର ଆନ୍ଧ୍ର ସୀମାବର୍ତ୍ତୀ ଜଲାପୁଟ ଅଞ୍ଚଳରୁ ୨ଟି ବୋଲେରୋରେ ଆନ୍ଧ୍ରରୁ ହାଇଦ୍ରାବାଦକୁ ଚୋରା ଚାଲାଣବେଳେ ୨୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ...

Advertisement
Archives

Model This Week