Posted inଫୁରସତ

ମାଛବନ୍ୟା

କଥାଟା ଶୁଣିବାକୁ ବିଚିତ୍ର ଲାଗୁଥାଇପାରେ। ଉପର ମୁଣ୍ଡରେ ବର୍ଷାହେଲେ ନଦୀନାଳରେ ପାଣିପଶେ। ତାହାର ପ୍ରଭାବରେ ବନ୍ୟା ସୃଷ୍ଟିହୁଏ। ବେଳେବେଳେ ସେହି ବନ୍ୟା ପ୍ରଳୟର ରୂପ ଧାରଣ କରେ। ତେବେ ମାଛରେ କେମିତି ବନ୍ୟା ଆସିବ। ହଁ ବେଳେବେଳେ ଆକାଶରୁ ମାଛବର୍ଷା ହୁଏ। ତେବେ ମାଛରେ ବନ୍ୟା ହେବ କେମିତି? ପ୍ରସଙ୍ଗଟି ବିସ୍ମୟକର ମନେହେଉଥିଲେ ବି ସତ୍ୟ। ଏମିତି ଏକ ଘଟଣା ଘଟିଛି ଆମେରିକାର ସାଇନ୍‌କକ୍‌ କେନାଲରେ। ହଠାତ ରାତି ପାହିବା ବେଳକୁ କେନାଲ ଭର୍ତ୍ତି ମାଛ। ଏତେ ମାଛ ଯେ କେନାଲର ପାଣି ଗାଏବ ହୋଇ ଯାଇଥିଲା। କେବଳ ମାଛ ଆଉ ମାଛ। ଶହଶହ ଟନ୍‌ର ମାଛ। ଅବଶ୍ୟ ସେ ସବୁ ଥିଲେ ମଲାମାଛ। ଏହି ଘଟଣା ସେହି ଖଣ୍ଡମଣ୍ଡଳରେ ହୋହଲ୍ଲା ଖେଳେଇ ଦେଇଥିଲା। କାରଣ କାହାରିକୁ କିଛି ଜଣା ନ ଥିଲା। ବିଶେଷଜ୍ଞମାନେ ମତ ଦେଇଥିଲେ ଯେ, ହୁଏତ କୌଣସି କାରଣରୁ ମାଛସବୁ ଏକତ୍ରିତ ହୋଇ କେନାଲ୍‌କୁ ଉଠି ଆସିଛନ୍ତି। ଆଉ ଆସିବା ପରେ ଫେରିନାହାନ୍ତି। କେନାଲ ଜଳରେ ଥିବା ଅମ୍ଳଜାନକୁ ସେମାନେ ପ୍ରଶ୍ୱାସରେ ନେଇ ଶେଷ କରିଦେଇଛନ୍ତି। ଆଉ ଅମ୍ଳଜାନ ଅଭାବରୁ ମାଛଗୁଡ଼ିକର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳରେ ଜମା ହେଲାଣି ୭ ଟନ୍‌ ବର୍ଜ୍ୟ

ଓ୍ବାଶିଂଟନ: ମଙ୍ଗଳ ଗ୍ରହରେ ମଣିଷ ଜାଗା କିଣିଛି ସତ କିନ୍ତୁ ସେଠାରେ କେବେ ବସତିସ୍ଥାପନ କରିବ ତାହା ଏବେ ଆଶା, ଆଶଙ୍କା ଭିତରେ ରହିଛି। ମଙ୍ଗଳରେ...

ଆଜି ହୋଇଥିଲା ଦେଶରେ ପ୍ରଥମ ମୋବାଇଲ କଲ୍‌, ଜାଣନ୍ତୁ କିଏ କାହାକୁ କରିଥିଲେ ଫୋନ୍‌

ଆଜିର ସମୟରେ, ମୋବାଇଲ ଫୋନ ବିନା ଜୀବନ କଳ୍ପନା କରାଯାଇପାରିବ ନାହିଁ। କିନ୍ତୁ ୨୫ ବର୍ଷ ପୂର୍ବେ, ଲୋକମାନେ ମୋବାଇଲ ଫୋନ ବିନା ନିଜ କାମ...

ଏହା ହେଉଛି ଦୁନିଆର ସର୍ବ ପୁରାତନ ବୃକ୍ଷ, ବୟସ ପ୍ରାୟ ୫୪୮୪ ବର୍ଷ…

ଦକ୍ଷିଣ ଚିଲିର ଆଲର୍ସ କୋଷ୍ଟେରୋ ଜାତୀୟ ଉଦ୍ୟାନରେ ରହିଛି ଦୁନିଆର ସର୍ବ ପୁରାତନ ବୃକ୍ଷ। ଏହା ଏକ ସାଇପ୍ରସ ଗଛ। ହିନ୍ଦୀରେ ଏହାକୁ ‘ସାନୁଭର’ କୁହାଯାଏ।...

ପ୍ରଥମ ରୋଜଗାର ଟଙ୍କାରେ ଠାକୁରଙ୍କ ପାଖେ ଭୋଗ ହୋଇଥିଲା: ଦଶପଲ୍ଲା କୃଷି ଜିଲା ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ

ନୟାଗଡ଼ ଜିଲା ଓଡଗାଁ ବ୍ଲକ ଅନ୍ତର୍ଗତ ପନ୍ତିଖାରୀ ଶାସନରେ ମୋ ଜନ୍ମ। ରଘୁନାଥ ଉଚ୍ଚ ବିଦ୍ୟାପୀଠରୁ ୧୯୭୭ରେ ମାଟ୍ରିକ୍‌ ପାସ୍‌ କରି ପୁରୀ ଏସ୍‌.ସି.ଏସ୍‌. କଲେଜରେ...

ଏହି ହୋଟେଲ୍‌ର ୫ମ ମହଲାକୁ ଯିବା ମନା: ଗଲେ ମିଳୁଛି ଛାତି ଥରିଗଲା ଭଳି ଦଣ୍ଡ

ଉତ୍ତର କୋରିଆକୁ ଏକ ରହସ୍ୟମୟ ଦେଶ ଭାବରେ ବେଶ୍‌ ଜଣାଶୁଣା। ସାଧାରଣତଃ ଅତିଥିମାନଙ୍କୁ ହୋଟେଲର କୌଣସି ମହଲା ପରିଦର୍ଶନ କରିବାକୁ ଅନୁମତି ଦିଆଯାଏ ନାହିଁ ଏଭଳି...

ଗୋଟିଏ କରଞ୍ଜିର ମୂଲ୍ୟ ୧୨ ଶହ ଟଙ୍କା: ଖାଇପାରିଲେ…

ରଙ୍ଗର ପର୍ବ ହୋଲିରେ ଅନେକ ପ୍ରକାରର କରଞ୍ଜି ମିଳିଥାଏ। ହେଲେ ଏବେ ଏକ ସ୍ବତନ୍ତ୍ର କରଞ୍ଜି ଦେଖିବାକୁ ମିଳିଛି। ଲକ୍ଷ୍ନୌର ଛପନ ଭୋଗ ନାମକ ଏକ...

ପୁଅର ପାପ ଧୋଉଛନ୍ତି ୯୭ ବର୍ଷୀୟା ମା’

ପ୍ରୟାଗରାଜ: ଗଙ୍ଗାଜଳ ବାଣ୍ଟିଲେ ପାପ ଦୂର ହେବ। ଏଇ ବିଶ୍ୱାସରେ୧୫ ବର୍ଷ ହେଲାଣି ବିଭିନ୍ନ ସ୍ଥାନ ବୁଲି ବୁଲି ଗଙ୍ଗାଜଳ ବାଣ୍ଟୁଛନ୍ତି ପାର୍ବତୀ । ଅବଶ୍ୟ...

ପ୍ରଥମ ଦେଖାର ୪ଘଣ୍ଟା ମଧ୍ୟରେ ଦୁର୍ଗାମଣ୍ଡପରେ ବିବାହ କଲେ ପ୍ରେମୀଯୁଗଳ

ଝିଅ ପୁଅଙ୍କ ବିବାହ ପୂର୍ବରୁ ହିଁ ସ୍ବର୍ଗରେ ନିଷ୍ପତ୍ତି ହୋଇଥାଏ। ବିଶ୍ୱରେ କାହା ପାଇଁ କିଏ ନା କିଏ ନିଶ୍ଚୟ ଗଢ଼ା ହୋଇଛି। ଖାଲି ସମୟ...

Advertisement
Archives

Model This Week