Advertisement
Posted inଖେଳ

ମାଙ୍କଡ଼ ଆକ୍ରମଣ: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରୁ ବାଦ୍‌ପଡ଼ିଲେ ଖେଳାଳି

ପୋଚେଫ୍ସଟ୍ରୁମ,୨୯।୧- ଅଷ୍ଟ୍ରେଲିଆନ ଓପନର ଜ୍ୟାକ ଫ୍ରାସର ମ୍ୟାକଗର୍କ ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ମୁହଁକୁ ମାଙ୍କଡ଼ ରାମ୍ପୁଡି ଦେଇଛି। ନେଚର ରିଜର୍ଭଠାରେ ଏହି ଘଟଣା ଘଟିଥିବା କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ବୁଧବାର କୁହାଯାଇଛି। ଗତ ସପ୍ତାହରେ କିମ୍ବରଲେଠାରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ବିଜୟୀ ହେବା ପରେ ଅଷ୍ଟ୍ରେଲିଆ ଦଳ ଆଉଟିଂରେ ଯାଇଥିଲା। ଅଷ୍ଟ୍ରେଲିଆରେ ତାଙ୍କର ସାବଧାନତାପୂର୍ଣ୍ଣ ଚିକିତ୍ସା କରାଯିବ। ଜ୍ୟାକଙ୍କ ସମ୍ପର୍କରେ କିଛି ଚିନ୍ତା କରିବାର ନାହିଁ। ଏଭଳି କ୍ଷେତ୍ରରେ ଖେଳାଳିଙ୍କୁ ଫିଟ୍‌ ହେବା ପାଇଁ ମାତ୍ର ୭ ଦିନ ଲାଗେ ବୋଲି ସିଏ ସ୍ପୋଟର୍‌ସ ମେଡିସିନ ମ୍ୟାନେଜର ଆଲେକ୍ସ କାଉଣ୍ଟରିସ କହିଛନ୍ତି। ପୋଚେଫ୍ସଟ୍ରୁମଠାରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ହରାଇ ଦେଇଛି। ମ୍ୟାଚ୍‌ରେ ଖେଳିଥିବା ଜ୍ୟାକ ରନଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେଉଁ ଭଳି ଆରମ୍ଭ ହୋଇଥିଲା ରଣଜୀ ଟ୍ରଫି

ରଣଜୀ ଟ୍ରଫି ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘରୋଇ କ୍ରିକେଟ ପ୍ରତିଯୋଗିତା। ଏଥିରୁ ହିଁ ଖେଳାଳିଙ୍କୁ ଭାରତୀୟ ଦଳ ପାଇଁ ଚୟନ କରାଯାଏ। କିନ୍ତୁ ଏହି ରଣ୍‌ଜୀ...

ଅଭ୍ୟାସ ମ୍ୟାଚ୍‌: ପୂଜାରାଙ୍କ ଶତକ

ଆଣ୍ଟିଗୁଆ,୧୮।୮(ପି.ଟି.)- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ଓ୍ବେଷ୍ଟଇଣ୍ଡିଜ ଏ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଏକ ୩ ଦିନିକିଆ ଅଭ୍ୟାସ ମ୍ୟାଚ୍‌ ଶନିବାର ଆରମ୍ଭ ହୋଇଛି।...

କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ

ଭୁବନେଶ୍ୱର,୬।୩(ସ୍ପୋଟର୍‌ସ ବ୍ୟୁରୋ): ଭାରତରେ ନିଯୁକ୍ତ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଲେନାନ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଜାଭିୟର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ବିଜ୍‌ନେସ୍‌ (ଏକ୍ସଆଇଏମ୍‌ବି)ସ୍ଥିତ...

ମୁସ୍ତାକ ଅଲୀ ଟ୍ରଫି: ସୌରାଷ୍ଟ୍ରର ନେତୃତ୍ୱ ନେବେ ଉନାଡକଟ୍‌

ରାଜକୋଟ, ୨୬ା୧୨ (ପି.ଟି.)- ଆସନ୍ତା ମାସରେ ସୟଦ ମୁସ୍ତାକ ଅଲୀ ଟ୍ରଫି ଜାତୀୟ ଟି୨୦ ଚାମ୍ପିୟନଶିପ୍‌ ସହ ୨୦୨୦-୨୧ ଘରୋଇ ସିଜନ ଆରମ୍ଭ ହେବ। ଏଥିପାଇଁ...

ଲଜ୍ଜାଜନକ ରେକର୍ଡ କଲେ କୋହଲି, ଧୋନୀଙ୍କୁ ବି ବଳିଗଲେ

ଚେନ୍ନାଇ,୧୩।୨: ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ଶନିବାରଠାରୁ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯାଉଛି। ଚାରି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ରେ...

କ୍ରିସ୍‌ ଗେଲଙ୍କ ଅର୍ଦ୍ଧଶତକ

ପୋର୍ଟ ଅଫ୍‌ ସ୍ପେନ, ୧୫।୮- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ କୁଇନ୍ସପାର୍କ ଓଭାଲ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ...

ଧୋନୀ ଧୋନୀ ଗୁଞ୍ଜରିତ ହେଲା ଓ୍ବାଙ୍ଖ୍‌ଡେ

ମୁମ୍ବାଇ,୧୫।୧- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟଠାରୁ ଦୀର୍ଘଦିନ ହେଲା ଦୂରେଇ ରହିଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକ ଏବେ ମଧ୍ୟ ତାଙ୍କୁ ଅପେକ୍ଷା...

ବାପାଙ୍କୁ ହରାଇଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୬।୯: ପୂର୍ବତନ ଭାରତୀୟ ଉଇକେଟ କିପର ପାର୍ଥିବ ପଟେଲଙ୍କ ବାପାଙ୍କ ରବିବାର ଦେହାନ୍ତ ଘଟିଛି। ପାର୍ଥିବ ଟୁଇଟ୍‌ କରି ପ୍ରଶଂସକମାନଙ୍କୁ ଏହି ଖବର ବିଷୟରେ ଜଣାଇଥିଲେ।...

Advertisement
Archives

Model This Week