ମାଗଣାରେ ଖାଇବାକୁ ଡେଟ୍‌ରେ ଯାଆନ୍ତି ଯୁବତୀ

କାଲିଫର୍ନିଆ: ବିବାହ ବା ରିଲେଶପଶିପରେ ରହିବା ପୂର୍ବରୁ ପରସ୍ପରକୁ ଜାଣିବା ପାଇଁ ପୁଅ-ଝିଅ ଡେଟିଂରେ ଯାଉଥିବା କଥା କିଛି ନୂଆ ନୁହେଁ। ଅନ୍‌ଲାଇନ୍‌ ଡେଟିଂ ଆପ୍‌ରୁ ହେଉ କି ସୋସିଆଲ ମିଡିଆରୁ ପରିଚିତ ବନ୍ଧୁ ହୁଅନ୍ତୁ, ପ୍ରଥମେ ଡେଟ୍‌ରେ ଯିବାକୁ ସମସ୍ତେ ପସନ୍ଦ କରୁଛନ୍ତି। ହେଲେ ଏହି ଡେଟିଂକୁ ନେଇ କିଛି କୌତୂହଳଜନକ ତଥ୍ୟ ପଦାକୁ ଆସିଛି। ଅଜୁସା ପାସିଫିକ୍‌ ୟୁନିଭର୍ସିଟି ଏବଂ କାଲିଫର୍ନିଆ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରତି ୪ ଜଣରୁ ଜଣେ ଝିଅ ମାଗଣା ଖାଇବା ଲକ୍ଷ୍ୟରେ ଡେଟ୍‌ରେ ଯାଇଥାନ୍ତି। ରିଲେଶନଶିପ୍‌ ପ୍ରତି ତାଙ୍କ ଗୁରୁତ୍ୱ ନ ଥାଏ। ବିଶେଷଜ୍ଞଙ୍କ ଅନୁସାରେ ଏହି ନୂଆ ଫିନୋମିନାକୁ ‘ଫୁଡି କଲ’ କୁହାଯାଏ। ଯେଉଁଠି କିଶୋରୀମାନେ ମାଗଣାରେ ଖାଇବାକୁ ପସନ୍ଦ କରନ୍ତି। ଏକ ଅନ୍‌ଲାଇନ୍‌ ଅଧ୍ୟୟନରେ ୩୩% ତରୁଣୀ ସ୍ବୀକାର କହିଛନ୍ତି ଯେ, ସେମାନେ ଫୁଡ଼ି କଲ୍‌ କରନ୍ତି ଓ ଏହା ସେମାନଙ୍କୁ ଠିକ୍‌ ଲାଗେ। କିନ୍ତୁ ୬୭% ମହିଳା ଏହାକୁ ଅସ୍ବୀକାର କରିଛନ୍ତି। ୩୪ ବର୍ଷ ବୟସର ୩୫୭ ଯୁବତୀଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। ସୋସିଆଲ ସାଇକୋଲିଜିକାଲ ଆଣ୍ଡ ପର୍ସନାଲିଟି ସାଇନ୍ସ ପତ୍ରିକାରେ ପ୍ରକାଶିତ ଏକ ଗବେଷଣାରୁ ଜଣାପଡ଼ିଛି ଯେ, ବିଭିନ୍ନ ପ୍ରକାରର ଫୁଡ଼ି କଲ୍‌ ଦେଖାଯାଏ। ୮୨୦ ମହିଳାଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା, ଯେଉଁଥିରେ ରିଲେଶନଶିପ୍‌ ଓ ଫୁଡ଼ି କଲ୍‌ ବିଷୟରେ ପଚରା ଯାଇଥିଲା। ତେବେ ଏଥିରୁ ୨୩ ପ୍ରତିଶତ ମହିଳା ଡେଟ୍‌ରେ ମାଗଣାରେ ଖାଇବାକୁ ଯାଇଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି କାହିଁକି ରାତିରେ ଦେଖିବାକୁ ମିଳେ ଜୁଳୁଜୁଳିଆ ପୋକ

ରାତିରେ ଗଛଲତା ଏବଂ ଆଖପାଖରେ ଜୁଳୁଜୁଳିଆ ପୋକ ନିଶ୍ଚିତ ଦେଖିଥିବେ। ମାତ୍ର ଏହା ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଦେଖାଯାଏ। କିନ୍ତୁ ଜାଣିଛନ୍ତି ଏହା ରାତିରେ...

ଇମ୍ରାନ ହତାଶ

ଇସଲାମାବାଦ,୨୮ା୫: ପାକିସ୍ତାନରେ ନୂଆ ସରକାର ଗଠନ ପରେ ବି ରାଜନୈତିକ ଉତ୍ତେଜନା ଲାଗି ରହିଛି। ପାକିସ୍ତାନର ପୂର୍ବତନ ତଥା ବହିଷ୍କୃତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅସନ୍ତୋଷ...

କ୍ୟାବିନେଟ ସମ୍ପ୍ରସାରଣ କଲା ତାଲିବାନ୍‌

କାବୁଲ, ୨୨ା୯: ଆଫଗାନିସ୍ତାନରେ ଅନ୍ତରୀଣ ସରକାର ଗଢ଼ିଥିବା ତାଲିବାନ୍‌ ମଙ୍ଗଳବାର କ୍ୟାବିନେଟ ସମ୍ପ୍ରସାରଣ କରିଛି। ବିଭିନ୍ନ ବିଭାଗରେ ନୂଆ ଉପମନ୍ତ୍ରୀ ସାମିଲ ହୋଇଥିବାବେଳେ ଏଥର ମଧ୍ୟ...

ପାକିସ୍ତାନ ସଂସଦରେ ହାଇ ଭୋଲଟେଜ୍‌ ଡ୍ରାମା: ବିରୋଧୀ ବାଛିଲେ ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‌,୩।୪:ପାକିସ୍ତାନର ସଂସଦରେ ରବିବାର ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବ ପାକିସ୍ତାନ ନ୍ୟାସନାଲ...

ମଡର୍ନା ଟିକା ପାର୍ଶ୍ୱ ପ୍ରତିକ୍ରିୟାର ତଦନ୍ତ ଆରମ୍ଭ

ନ୍ୟୁୟର୍କ, ୨୧।୧: କାଲିଫର୍ନିଆର ସାନ୍‌ ଡିଏଗୋ ଟିକା କେନ୍ଦ୍ରରେ ମଡର୍ନା କମ୍ପାନୀର କୋଭିଡ୍‌ ଟିକା ନେବା ପରେ ଅନେକଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। କାଲିଫର୍ନିଆ...

ବିପର୍ଯ୍ୟୟ ସମୟର ସାଥୀ ଏନ୍‌ଡିଆର୍‌ଏଫ୍‌

ବିପର୍ଯ୍ୟୟ ସମୟରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନ୍‌ଡିଆର୍‌ଏଫ୍‌) ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ଆବଶ୍ୟକ ସେବା ଯୋଗାଇ ଦେଇଥାଏ। ଏନ୍‌ଡିଆରଏଫ୍‌ ବିପର୍ଯ୍ୟୟ ସମୟର ସାଥୀ...

ମେଶିନରୁ ବାହାରୁଛି ଗରମ ଇଡ୍‌ଲି

ବେଙ୍ଗାଲୁରୁ: ଇାନୋଭେଶନ୍‌ ହବ୍‌ ଭାବେ ବେଶ୍‌ ଜଣାଶୁଣା ବେଙ୍ଗାଲୁରୁ ସହର। ଅନେକ ସମୟରେ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ବ୍ୟବହାର କରି ନୂଆ ନୂଆ ଜିନିଷ ତିଆରି...

ଲମ୍ଫ ମାରି ପକ୍ଷୀକୁ ମାଡିବସିଲା ବିଲେଇ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରାଲ ହେଉଛି। ବିଲେଇ ଲମ୍ଫ ପ୍ରଦାନ କରି ଏକ ପକ୍ଷୀକୁ ଧରୁଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ...

Advertisement
Archives

Model This Week