ମାଓବାଦୀ ପ୍ରବଣ ଲାଞ୍ଜିଗଡ଼ରେ ମଦ ବିରୋଧୀ ସ୍ବର

ଲାଞ୍ଜିଗଡ, ୧ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଓ ମାଓବାଦୀ ପ୍ରବଣ ଅଞ୍ଚଳରେ ଅବାଧରେ ଚାଲିଛି ମଦ କାରବାର। ଏଥିଯୋଗୁଁ ଅନେକ ଧନଜୀବନ ନଷ୍ଟ ହେବାରେ ଲାଗିଛି। ମଦ ରାନ୍ଧିବା ଓ ମଦ ବିକ୍ର ବନ୍ଦ କରିବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ମହିଳା ଓ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ନୂଆବର୍ଷରେ ନେଇଛନ୍ତି ନୂଆ ସଂକଳ୍ପ, ଗଠନ କରିବେ ମଦ ମୁକ୍ତ ସମାଜ। ଲାଞ୍ଜିଗଡର ମାଓବାଦୀ ପ୍ରବଣ ଇଲାକାରେ ଯୁବକ ଓ ମହିଳାମାନେ ନେଇଛନ୍ତି ଶପଥ। ଏ ନେଇ ଖଣ୍ଡୁଆଳମାଳି ମହିଳା ଓ ଯୁବ ସଂଗଠନ ଆରମ୍ଭ କରିଛି ମଦ ବିରୋଧୀ ସଚେତନତା ପଦଯାତ୍ରା। ଗାଁ ଗାଁରେ ଆଦିବାସୀ ପରମ୍ପରା ଅନୁଯାୟୀ ଶୋଭାଯାତ୍ରାକୁ ମିଳୁଛି ଜନ ସମର୍ଥନ। ମଦ ଦ୍ୱାରା ପରିବାର ନଷ୍ଟ ହେଉଛି, ମହିଳା ବିଧବା ସାଜୁଛନ୍ତି। ଶ୍ରମିକଙ୍କ କଷ୍ଟୋପାର୍ଜିତ ଟଙ୍କା ମଦରେ ଯାଉଛି। ଗାଁ ଗାଁରେ ସଭା କରି ଭାଟି ଓ ବେଆଇନ କୁଚିଆ ମଦବିକ୍ରି ବନ୍ଦ ପାଇଁ ସୃଷ୍ଟି କରାଯାଉଛି ସଚେତନତା। ସ୍ଥାନୀୟ କୁଇ ଭାଷାରେ ମଦ କିପରି ପରିବାରକୁ ନଷ୍ଟ କରୁଛି ଏହି ଆଦିବାସୀ ମହିଳା ବଖାଣୁଥିବା ବେଳେ ଏଥିରୁ ମୁକ୍ତି ପାଇଁ ଦେଉଛନ୍ତି ଆହ୍ବାନ। ଏହି ପଦଯାତ୍ରା ପ୍ରଥମ ପର୍ଯ୍ୟାୟରେ ୧୬ଟି ଗାଁରେ କରାଯିବା। ପରେ ବ୍ଲକରୁ ଜିଲାସ୍ତର ପର୍ଯ୍ୟନ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ପାହାଡପଦର ଗଁ।ରୁ ବୁଧବାର ଆରମ୍ଭ ହୋଇଥିବା ଏହି ପଦଯାତ୍ରାକୁ ବିଭିନ୍ନ ଗଁ।ରେ ବାଜା ବଜାଇ ଲୋକେ ସ୍ବାଗତ କରୁଥିବା ଦେଖାଯାଉଛି। ନିର୍ବାଚିତ ପ୍ରତିନିଧିଠାରୁ ଆରମ୍ଭ କରି ସବୁବର୍ଗର ଲୋକେ ଏହି ଅଭିଯାନରେ ସାମିଲ ହେଉଛନ୍ତି। ନୂଆବର୍ଷରେ ନୂଆ ସମ୍ଭାବନାକୁ ନେଇ ଯୁବଗୋଷ୍ଠୀଙ୍କ ଏହି ଅଭିଯାନ ମାଓବାଦୀ ପ୍ରବଣ ଆଞ୍ଚଳ ପାଇଁ ଶୁଭଙ୍କର ହେବ ବୋଲି ଆଶା କରାଯାଉଛି। ଯୁବ ସାମାଜିକ କର୍ମୀ ବିଟ୍ରିଶ କୁମାରଙ୍କ ନେତୃତ୍ୱରେ ହୋଇଥିବା ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ପୂର୍ବତନ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ, ପାହାଡପଦର ପୂର୍ବତନ ସରପଞ୍ଚ କୁଞ୍ଜ ମାଝି, ବୈଦ୍ୟନାଥ ବାବୁ, ଲଳିତା ମାଝୀ, ପାହାଡପଦର ସରପଞ୍ଚ ଡମୁଣି ମାଝି, ନୁଆ ମାଝି, ରିମା ମାଝି, ଲୋକନାଥ ମାଝି, କୁନି ମାଝି, ମାଧବ ନାଏକ ପ୍ରମୁଖଙ୍କ ସହ ଖଣ୍ଡୁଆଳମାଳି ସୁରକ୍ଷା ସମିତିର ସମସ୍ତ ସଦସ୍ୟ ଏଥିରେ ସାମିଲ ହୋଇଥିଲେ। ବୋରପଦର, ପୁଞ୍ଜାମ୍‌, ଜୀରାଗାଁ, କାଞ୍ଚନମୁହିଁ, ମଦନଗୁଡା, ତାଲବୁରା, ଘାଟିକୁଣ୍ଡ୍ରୁରୁ, ପାହାଡପଦର, ପଟାଙ୍ଗପଦର ଆଦି ଗାଁର ଲୋକେ ଏହି କାର୍ଯ୍ୟକ୍ରରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri