ମାଓବାଦୀଙ୍କ ବର୍ବରକାଣ୍ଡ:  ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ଗୁଳିକରି ହତ୍ୟା

ଦାରିଙ୍ଗବାଡ଼ି/କ.ନୂଆଗଁ।,୪।୧(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ. ନୂଆଗଁ। ବ୍ଲକ ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହାରେ ଗୁରୁବାର ରାତିରେ ମାଓବାଦୀମାନେ ଜଣକୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗୁଳିକରି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଛନ୍ତି ବାଲିଗୁଡା ଥାନା ରେବିଙ୍ଗିଆ ପଞ୍ଚାୟତ ମାର୍ଦ୍ଦୋଳ ଗ୍ରାମର ରଞ୍ଜନ ଦିଗାଳ (୪୫)। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ନ ଥିଲା। ରଞ୍ଜନଙ୍କ ସ୍ତ୍ରୀ ମୀନାକ୍ଷୀ କ.ନୂଆଗଁ। ଥାନାରେ ପହଞ୍ଚତ୍ ଅଭିଯୋଗ କରିଥିଲେ। ନଂ.୧/୨୦ରେ ହତ୍ୟା ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଛି। ସୁରକ୍ଷା ଦୃଷ୍ଟିରୁ ପୋଲିସ ସିର୍ତ୍ତିଗୁଡା ପର୍ଯ୍ୟନ୍ତ ପହଞ୍ଚତ୍ଥିଲା। ଗ୍ରାମବାସୀଙ୍କ ସହାୟତାରେ ରଞ୍ଜନଙ୍କ ମୃତଦେହ ମହାପ୍ରୟାଣ ଗାଡ଼ିରେ ଅଣାଯାଇଥିଲା।
ରଞ୍ଜନଙ୍କୁ ପୂର୍ବରୁ ମାଓବାଦୀମାନେ ଇନ୍‌ଫର୍ମର ସନ୍ଦେହରେ ଜନ ଅଦାଲତକୁ ଡକାଇଥିଲେ। ସେ ଭୟରେ ଗ୍ରାମଛାଡ଼ି ପ୍ରାୟ ୫୦ କି.ମି. ଦୂର ଶଶୁର ଘର ବୁଡ୍ରୁମାହାରେ ସ୍ତ୍ରୀ ଓ ୨ ସନ୍ତାନଙ୍କ ସହ ରହୁଥିଲେ। ତାଙ୍କ ସ୍ତ୍ରୀ ମୀନାକ୍ଷୀ ବୁଡ୍ରୁମାହା ଅଙ୍ଗନାୱାଡ଼ି କେନ୍ଦ୍ରରେ କର୍ମୀଭାବେ କାର୍ଯ୍ୟରତ।
ପ୍ରକାଶ ଯେ, ଗୁରୁବାର ବିଳମ୍ବିତ ରାତିରେ ପ୍ରାୟ ୭ ରୁ ୮ ସଶସ୍ତ୍ର ମାଓବାଦୀ ବୁଡ୍ରୁମାହା ଆସିଥିଲେ। ରଞ୍ଜନ ପରିବାର ସହ ଶୋଇଥିବାବେଳେ ତାଙ୍କୁ ଡାକିଥିଲେ। ମାତ୍ର ଭୟରେ ସେମାନେ ଘରୁ ବାହାରି ନ ଥିଲେ। ମାଓବାଦୀମାନେ ଘର ଭାଙ୍ଗି ପଶି ରଞ୍ଜନଙ୍କୁ ବାହାରକୁ ଟାଣିଆଣି ଗୁଳି କରି ହତ୍ୟା କରିଥିଲେ। ମୃତଦେହକୁ ଆଣି ଗଁା ମୁଣ୍ଡରେ ଥିବା ବିଦ୍ୟାଳୟ ସମ୍ମୁଖରେ ଛାଡ଼ି ଚାଲିଯାଇଥିବା ରଞ୍ଜନଙ୍କ ଶାଶୁ ଲିସାରା ପ୍ରଧାନ କହିଛନ୍ତି। ସେମାନେ ନେହୁରା ହୋଇଥିଲେ ମଧ୍ୟ ମାଓବାଦୀମାନେ କିଛି ଶୁଣି ନ ଥିଲେ। ବରଂ ସମସ୍ତଙ୍କୁ ମାଡ଼ ମାରିଥିବା ଲିସାରା କହିଛନ୍ତି। ରଞ୍ଜନ ପୋଲିସ ଇନ୍‌ଫର୍ମର ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ମୃତଦେହ ନିକଟରେ ମାଓବାଦୀମାନେ ଛାଡ଼ିଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଅନ୍ୟ ଏକ ପୋଷ୍ଟରରେ ସିପିଆଇ ମାଓବାଦୀ ବିରୋଧରେ ରଞ୍ଜନ କାର୍ଯ୍ୟ କରିଆସୁଥିଲେ। ଏନେଇ ତାଙ୍କୁ ଜନ ଅଦାଲତକୁ ବିଚାର ପାଇଁ ବାରମ୍ବାର ଡକାଯାଇଥିଲା। ମାତ୍ର ସେ ନିଜ ଗ୍ରାମରୁ ଲୁଚି ପଳାଇବା ସହ ପୋଲିସ ଇନ୍‌ଫର୍ମର ଭାବେ କାର୍ଯ୍ୟ କରି ଲୋକଙ୍କୁ ଭୟଭୀତ କରାଉଥିଲେ। ସେ ଜଣେ ମହିଳା କ୍ୟାଡର ମାଓବାଦୀଙ୍କ ହତ୍ୟାରେ ସାମିଲ ଥିଲେ। ତେଣୁ ଜନ ଅଦାଲତର ନିଷ୍ପତ୍ତି ପ୍ରକାରେ ରଞ୍ଜନଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଆହୁରି ଅନେକ ଇନ୍‌ଫର୍ମର ରହିଛନ୍ତି ସେମାନେ ମଧ୍ୟ ଜନଅଦାଲତକୁ ନ ଆସିଲେ ଏଭଳି ମୃତ୍ୟୁଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଚେତାବନୀ ଦିଆଯାଇଛି। ଶେଷରେ କେକେବିଏନ ଡିଭିଜନାଲ କମିଟି, ସିପିଆଇ (ମାଓବାଦୀ) ବୋଲି ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri