ମହୀଧରପୁରରେ ପୃଥକ୍‌ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

ଅନୁଗୋଳ ଅଫିସ,୧୨।୧୦: ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁରରେ ଶନିବାର ୨ଟି ସ୍ଥାନରେ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଶୁଶୁଡା ଅଞ୍ଚଳର ନରେଶ ମାହାଳିକ(୩୨) ଓରଫ ପିଣ୍ଟୁ। ଗୁରୁତର ଦ୍ୱୟ ହେଲେ ଶୁଶୁଡା ଅଞ୍ଚଳର ସତ୍ୟବ୍ରତ ମହାପାତ୍ର ଓ ଫୁଲପଡା ଅଞ୍ଚଳର ଯଶବନ୍ତ ତ୍ରିପାଠୀ।
ସୂଚନାଯୋଗ୍ୟ, ପିଣ୍ଟୁ ଓ ସତ୍ୟବ୍ରତ ବାଇକ୍‌ (ଓଡି୧୯ କେ ୭୦୫୨) ଯୋଗେ ମହୀଧରପୁରରୁ ଅନୁଗୋଳ ଅଭିମୁଖେ ଯାଉଥିଲେ। ହାଟଛକ ନିକଟରେ ଏକ ୪୦୭ ଟ୍ରକ୍‌ ତାଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ପିଣ୍ଟୁଙ୍କୁ ମୃତ ଘୋଷଣା କରିଥିଲେ।
ସେହିପରି ମହୀଧରପୁର କାଜୁ ସାହିର ଯଶବନ୍ତ ବାଇକ୍‌ ଯୋଗେ ଅନୁଗୋଳ ଅଭିମୁଖେ ଯାଉଥିବା ବେଳେ ଏକ ଟିପ୍ପର ଗାଡ଼ି (ଓଡି ୧୫ ଏସ ୫୪୪୫) ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା ଘଟାଇଥିବା ମିନିଟ୍ରକ୍‌ ଏବଂ ଟିପ୍ପର ଗାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ୨ ନାମଲେଖା : ପ୍ରକାଶ ପାଇଲା ଦ୍ୱିତୀୟ ମେଧା ତାଲିକା

ବ୍ରହ୍ମପୁର ଅଫିସ୍‌,୧୪ା୭-ଯୁକ୍ତ ୨ରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଶନିବାର ପ୍ରକାଶ ପାଇଛି। କଟ୍‌ଅଫ୍‌ ଉଭୟ ବିଜ୍ଞାନ ଏବଂ ବାଣିଜ୍ୟ ବିଷୟରେ ନୀଳକଣ୍ଠନଗର...

ପାଠପଢ଼ା ସ୍ଥିତି ପରଖିଲେ ଗଣଶିକ୍ଷାମନ୍ତ୍ରୀ : ବିଜେବିରେ ଯୁକ୍ତ ୨ ଖୋଲିବାକୁ ପ୍ରସ୍ତାବ

ଖୋର୍ଦ୍ଧା ଅଫିସ/ଯାଁଳା/ବେଗୁନିଆ,୧୧ା୧(ଡି.ଏନ୍‌.ଏ.): ରାଜ୍ୟ ସରକାର ଦୀର୍ଘ ୯ମାସ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ କୋଭିଡ୍‌ କଟକଣାରେ ସ୍କୁଲ ଖୋଲିଛନ୍ତି। ପାଠପଢ଼ା କିପରି...

ଗଳ୍ପ ସାହିତ୍ୟରେ ନୂଆ ଧାରା ଆଣିଥିଲେ କହ୍ନେଇଲାଲ୍‌

ବାଲେଶ୍ୱର ଅଫିସ,୨୮।୬-ମଣିଷ ଜୀବନର ବାସ୍ତବ ଚିତ୍ରକୁ କାହାଣୀରେ ରୂପ ଦେଇ ବିଶିଷ୍ଟ କଥାକାର କହ୍ନେଇଲାଲ୍‌ ଦାସ ଓଡିଆ ଗଳ୍ପ ସାହିତ୍ୟରେ ଏକ ନୂଆ ଧାରା ସୃଷ୍ଟି...

ପୋଲିସ ହାତରେ ଲାଗିଲା ୟୁପିକୁ ଯାଉଥିବା ୩ କୁଇଣ୍ଟାଲ ଗଞ୍ଜେଇ

କୋକସରା,୮।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ପୋଲିସ ୪ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ଜଣେ ଫେରାର ଥିବା ଜଣାପଡ଼ିଛି। ଗିରଫ ୪ଜଣ ଉତ୍ତରପ୍ରଦେଶର ଇଲାହାବାଦ...

ଆଶଙ୍କାରେ ପକାଉଛି ଶିକ୍ଷକ ଅଭାବ

ବଇଣ୍ଡା,୫ା୧(ଡି.ଏନ.ଏ.): ମେ’ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହା ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର ଆସନ୍ତା ୮...

କରୋନା ସହ ଲଢ଼ିଲଢ଼ି ଶେଷରେ ଆଖିବୁଜିଲେ ଯୋଦ୍ଧା

ବୁଗୁଡ଼ା,୨୯।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଜଣେ କରୋନା ଯୋଦ୍ଧାଙ୍କ ବୁଧବାର ମୃତ୍ୟୁ ଘଟିଛି। ସେ ହେଲେ ବୁଗୁଡ଼ା ବ୍ଲ୍ଳକ ଅନ୍ତର୍ଗତ...

କରୋନା କଟକଣା: ୪୦ ହଜାର ଛାତ୍ରୀଛାତ୍ର ଶିକ୍ଷାଦାନରୁ ବଞ୍ଚତ୍ତ ହେବେ

ମାଲକାନଗିରି,୧୪ା୫ (ଡି.ଏନ୍‌.ଏ.)-ରାଜ୍ୟରେ କରୋନା ମହାମାରୀରେ ଯେପରି ଛାତ୍ରୀଛାତ୍ରମାନେ ସଂକ୍ରମିତ ନ ହୁଅନ୍ତି ଏହାକୁ ଦଅଟେିରେ ରଖି ସରକାର ଗତ ମାର୍ଚ୍ଚ ମାସରେ ପ୍ରଥମରୁ ନବମ ଶ୍ରେଣୀ...

୮ରୁ ଅନ୍‌ଲାଇନ୍‌ ପଞ୍ଜୀକରଣ

ଅନୁଗୋଳ ଅଫିସ୍‌, ୩।୯: ଅନୁଗୋଳରେ ଭାରତୀୟ ବାୟୁସେନାର ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ରାଜ୍ୟର ୩୦ଟି ଜିଲାରୁ ଆଶାୟୀଙ୍କୁ ନେଇ ଆସନ୍ତା ୨୩ ତାରିଖରୁ ଅକ୍ଟୋବର...

Advertisement
Archives

Model This Week