ମହିଳା ରୋଷେୟାଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକ, ପୁରୁଷ ରୋଷେୟା ଗିରଫ

ଦାରିଙ୍ଗବାଡି,୨୫।୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଛଡାକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ରୋଷେୟା(ବିଧବା)ଙ୍କୁ ୩ବର୍ଷ ଧରି ଅସଦାଚରଣ କରିଆସୁଥିବା ଘଟଣାରେ ମଙ୍ଗଳବାର ଦାରିଙ୍ଗବାଡି ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଯିଶାୟ ପ୍ରଧାନ, ପୁରୁଷ ରୋଷେୟା କମ୍‌ ଆଟେଣ୍ଡାଣ୍ଟ ସଂସାରି ଦିଗାଳ ବୋଲି ଆଇଆଇସି କୌଶିକ ମାଝୀ ସୂଚନା ଦେଇଛନ୍ତି।

ପୋଲିସ ସୂଚନାନୁଯାୟୀ, ମହିଳା ରୋଷେୟା ଗତ ୪ବର୍ଷ ଧରି ଉକ୍ତ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ବେଳେ ହଷ୍ଟେଲରେ ରୋଷେଇ କରୁଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଧାନ ଏବଂ କୁକ କମ ଆଟେଣ୍ଡାଣ୍ଟ ସମ୍ପୃକ୍ତା ମହିଳାଙ୍କୁ ବିଭିନ୍ନ ସମୟରେ ଅସଦାଚରଣ କରିଆସୁଥିଲେ। ଏନେଇ ସେ କାହାକୁ କହିଲେ ଚାକିରି ହରେଇବାର ଧମକ ଦିଆଯାଉଥିଲା। ତେଣୁ ସେ କିଛିଦିନ ଧରି ଏଭଳି ନିର୍ଯାତନା ସହି ଆସୁଥିଲେ ସୁଦ୍ଧା ଭୟରେ କାହାକୁ ଜଣାଇ ନ ଥିଲେ । ପରେ ସେ ଏନେଇ ପରିବାର ଲୋକଙ୍କୁ ଜଣାଇବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୨୬।୨୦) ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ସୋମବାର ଉଭୟ ପ୍ରଧାନ ଶିକ୍ଷକ ଏବଂ କୁକ କମ ଆଟେଣ୍ଡାଣ୍ଟଙ୍କୁ ଥାନାକୁ ଆଣି ପଚରାଉଚରା କରାଯିବା ପରେ ମଙ୍ଗଳବାର ଗିରଫ କରାଯାଇଥିବା ଆଇଆଇସି ମାଝୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୂଲିଆ ବେଶରେ ଧରିଲେ ଭିଜିଲାନ୍ସ ଅଧିକାରୀ

ବୁଗୁଡ଼ା,୧୯ା୨: ଗଞ୍ଜାମ ଜିଲା ଭଞ୍ଜନଗର ଉଦ୍ୟାନ ବିଭାଗ କାର୍ଯ୍ୟାଳୟର ବୁଗୁଡ଼ା ଦାୟିତ୍ୱରେ ଥିବା ଓଭରସିୟର ଶୁକ୍ରବାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ସେ ହେଲେ ଉମା...

ଅଙ୍ଗୁଳିରେ କରିଛନ୍ତି ଆୟତ୍ତ

ଢେଙ୍କାନାଳ ଅଫିସ,୨୦।୨(ରତନ ନାୟାର): କାହା ପାଇଁ ବଜରଙ୍ଗୀ ତ କାହା ପାଇଁ ବିରାଜ। ପୁଣି କିଏ ଶ୍ରଦ୍ଧାରେ ଡାକନ୍ତି ଗୋବିନ୍ଦ। ନଁା ଅଲଗା, ହେଲେ ପରିଚୟ...

କାଲି ପୁରୀରେ ଏୟାର୍‌ ଶୋ

ପୁରୀ ଅଫିସ, ୧୬।୯: ପୁରୀରେ ଶନିବାର ଏୟାର୍‌ ଶୋ ହେବ। ୧୦ଟା ୨୦ ରୁ ୧୧ ଟା ପର୍ଯ୍ୟନ୍ତ ଏହି ଶୋ କରାଯିବ। ଆସନ୍ତା ୧୮...

ଏମଏସଏମଇ ପ୍ରତିଷ୍ଠା ଉପରେ ଗୁରୁତ୍ୱ

ଟିଟିଲାଗଡ଼, ୨୩।୨ (ଡି.ଏନ.ଏ) ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ରାଜ କନୱର ପାର୍କ ପରିସରରେ ଏମଏସମଏଇ କ୍ଷେତ୍ରରେ ଆଗ୍ରହୀ ଉଦ୍ୟୋଗୀଙ୍କୁ ନେଇ ଏକ କର୍ମଶାଳା...

ଜେଲରୁ ୨ କଏଦୀ ଫେରାର

ଆର.ଉଦୟଗିରି,୨୮।୨(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରି ସବ୍‌ଜେଲରୁ ଶନିବାର ୨ କଏଦୀ ଚମ୍ପଟ୍‌ ମାରିଥିଲେ। ସେମାନେ ହେଲେ ଅଡ଼ବା ଗ୍ରାମର କରୁଣାକର ଗମାଙ୍ଗ ଏବଂ ପୁରୀ ଜିଲା...

ନିଖୋଜ ମହିଳାଙ୍କ ମୃତଦେହ ପୁଣେରୁ ଉଦ୍ଧାର, ହତ୍ୟା ସନ୍ଦେହ

ପାତ୍ରପୁର,୨୧ା୪(ଡି.ଏନ.ଏ.)-ଆନ୍ଧ୍ରପ୍ରଦେଶ ମଞୁଷାଗଡ଼ ମହାଦେଇପୁର ଗ୍ରାମରେ ବିବାହ କରିଥିବା କେ. ନୂଆଗଁା ଫାଣ୍ଡି ବୀରସିଂହଲକ୍ଷ୍ଣୀନାରାୟଣପୁର ଗ୍ରାମର ପୀତାମ୍ବର ପ୍ରଧାନଙ୍କ ଝିଅ ପ୍ରିୟଙ୍କା(୨୦) ଗତ ମାର୍ଚ୍ଚ ୧୧ରେ ଜରଡ଼ା...

ବୈତରଣୀରେ ବନ୍ୟା: କେତେ ଲୋକ ପ୍ରଭାବିତ, କିପରି ଯୋଗା ଯାଉଛି ପ୍ରଶାସନିକ ସହାୟତା ଜାଣନ୍ତୁ

ଭଦ୍ରକ ଅଫିସ,୨୯।୮: ଲଗାଣ ବର୍ଷାରେ ଭଦ୍ରକ ଜିଲାର ୧୧୮ଟି ପଞ୍ଚାୟତର ୧ଲକ୍ଷ ୫୬ ହଜାର ୧୧୩ ଲୋକ ପ୍ରଭାବିତ ହୋଇଥିବା ପ୍ରଶାସନର ପ୍ରାଥମିକ ଆକଳନରୁ ଜଣାପଡ଼ଛି...

ଫସଲ ଜଗିଥିବା ବୃଦ୍ଧଙ୍କୁ ଦଳିଦେଲା ହାତୀ

ବାଙ୍ଗିରିପୋଷି,୮ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲାରେ ହାତୀ ଆତଙ୍କ ଥମୁନି। ବନ ବିଭାଗ କର୍ମଚାରୀ ହାତୀ ଘଉଡାଇବାରେ ସଫଳ ହେଉ ନ ଥିବାରୁ ଧନଜୀବନ ହାନି ଘଟି ଚାଲିଛି।...

Advertisement
Archives

Model This Week