Posted inଜାତୀୟ

ମହିଳା ବିରୋଧୀ ଅପରାଧରେ ରାଜନେତାଙ୍କ ସମ୍ପୃକ୍ତି: ଭାଜପା ପ୍ରଥମ, କଂଗ୍ରେସ ଦ୍ୱିତୀୟରେ

ନୂଆଦିଲ୍ଲୀ,୧୧ା୧୨: ଦେଶବ୍ୟାପୀ ମହିଳା ବିରୋଧୀ ହିଂସା ଓ ଅପରାଧର ମାତ୍ରା ବଢ଼ି ବଢ଼ି ଚାଲିଛି। ଦିଲ୍ଲୀରୁ ପଲ୍ଲୀ ଯାଏ ଏହାକୁ ନେଇ ତୀବ୍ର ପ୍ରତିବାଦର ସ୍ବର ମଧ୍ୟ ଦେଖିବାକୁ ମିଳୁଛି। ସାଧାରଣ ଜନତାଙ୍କ କଥା ଛାଡ଼ନ୍ତୁ, ବିଭିନ୍ନ ଦଳର ରାଜନେତାମାନେ ମଧ୍ୟ ମହିଳା ବିରୋଧୀ ଅପରାଧରେ ସାମିଲ ଥିବା ଜଣାଯାଏ। ଇଲେକ୍ସନ ଓ୍ବାଚ୍‌ଡଗ୍‌ ଏଡିଆର୍‌( ଆସୋସିଏସନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ ରିପୋର୍ଟ ଅନୁଯାୟୀ ଭାଜପାର ୨୧ ନେତା ମହିଳା ବିରୋଧୀ ଅପରାଧ ମାମଲାରେ ଛନ୍ଦିହୋଇ ରହିଥିବାବେଳେ କଂଗ୍ରେସର ୧୬, ଓ୍ବାଇଏସ୍‌ଆର୍‌ସିପି ୭ ଅଛନ୍ତି।
୨୦୦୯ରେ ୨ ଏମ୍‌ପିଙ୍କ ବିରୋଧରେ ଏଭଳି ମାମଲା ରହିଥିବାବେଳେ ୨୦୧୯ରେ ଏହା ବଢ଼ି ୧୯ରେ ପହଞ୍ଚିଛି। ଏବେ ୩ ଏମ୍‌ପି ଓ ୬ ବିଧାୟକଙ୍କ ବିରୋଧରେ ବଳାତ୍କାର ମାମଲା ଚାଲିଥିବା ଜଣାପଡ଼ିଛି। ଗତ ୫ ବର୍ଷ ମଧ୍ୟରେ ବଳାତ୍କାର ମାମଲାରେ ଫସିଥିବା ୪୧ ପ୍ରାର୍ଥୀଙ୍କୁ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଟିକେଟ୍‌ ଦିଆଯାଇଥିବା ପ୍ରକାଶ। ମହିଳା ବିରୋଧୀ ହିଂସା ଓ ଅପରାଧ ମାମଲା ଚାଲିଥିବା ୬୬ ଜଣଙ୍କୁ ଭାଜପା ଟିକେଟ୍‌ ଦେଇଥିବା ଜଣାପଡ଼ିଛି। କଂଗ୍ରେସରୁ ଏଭଳି ୪୬ ଓ ବିଏସ୍‌ପିରୁ ୪୦ ପ୍ରାର୍ଥୀ ଥିବା ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି। ୭୫୯ ଏମ୍‌ପି ଓ ୪୦୬୩ ବିଧାୟକଙ୍କ ସତ୍ୟପାଠ ତର୍ଜମା କରାଯିବା ପରେ ଏଭଳି ତଥ୍ୟ ଲୋକଲୋଚନକୁ ଆସିଛି। ବିଗତ ଲୋକ ସଭା ନିର୍ବାଚନରେ ଏଭଳି ୩୮ ପ୍ରାର୍ଥୀ ଜନମତ ଲୋଡ଼ିଥିଲେ।
ପଶ୍ଚିମବଙ୍ଗରେ ଏଭଳି ସର୍ବାଧିକ ଏମ୍‌ପି ଓ ବିଧାୟକ(୧୬) ରହିଥିବାବେଳେ ଓଡ଼ିଶା ଓ ମହାରାଷ୍ଟ୍ରରେ ୧୨ ଲେଖାଏ ବିଧାୟକ ଥିବା ଜଣାପଡ଼ିଛି। ଗତ ୫ ବର୍ଷ ମଧ୍ୟରେ ମୋଟ ୫୭୨ ଏଭଳି ପ୍ରାର୍ଥୀ ଲୋକ ସଭା, ରାଜ୍ୟ ସଭା ଓ ବିଧାନସଭା ନିର୍ବାଚନ ଲଢ଼ିଥିବା କୁହାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏ ପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରୁ କେହି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ ପକ୍ଷରୁ ଏଭଳି ୪୧୦ ପ୍ରାର୍ଥୀଙ୍କ ମଧ୍ୟରୁ ଲୋକ ସଭା ଓ ରାଜ୍ୟ ସଭାକୁ ୮୯ ମନୋନୀତ ହୋଇଛନ୍ତି। ବିଗତ ୫ ବର୍ଷ ମଧ୍ୟରେ ମହିଳା ବିରୋଧୀ ଅପରାଧ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୮୫, ବିହାରରେ ୭୫ ଜଣଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବରେ ଆଜି ପ୍ରଚାର ଶେଷ

ଚଣ୍ଡିଗଡ଼,୧୮ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଯୋରସୋରରେ ଚାଲିଛି । ଶୁକ୍ରବାର ପ୍ରଚାର ଶେଷ ହେଉଥିବା ବେଳେ ସବୁ ରାଜନୌତିକଦଳ ଭୋଟରଙ୍କ...

ପୁଣି ୧୮ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି...

ଗୁରଦାସପୁରରେ ୨ ସନ୍ଦିଗ୍ଧ ପାକିସ୍ତାନୀ ବନ୍ଧୁକଧାରୀ: ଘର-ଘର ସର୍ଚ୍ଚ ଅପରେଶନ୍‌ ଜାରି

ଚଣ୍ଡିଗଡ଼,୧୩।୧୦: ପଞ୍ଜାବର ଗୁରଦାସପୁରରେ ୨ ସନ୍ଦିଗ୍ଧ ପାକିସ୍ତାନୀ ବନ୍ଧୁକଧାରୀ ପ୍ରବେଶ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୂଚନା ଆଧାରରେ ଅଢ଼େଇ...

ଦିଲ୍ଲୀରୁ ଖୁସି ଖବର, ଅଗଷ୍ଟରେ ପିଲାଙ୍କ ପାଇଁ କରୋନା ଭାକ୍ସିନ୍‌…

ନୂଆଦିଲ୍ଲୀ,୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି।...

ସର୍ବଦଳୀୟ ବୈଠକରେ ମୋଦି କହିଲେ କଥାବାର୍ତ୍ତା ଦ୍ୱାରା ହିଁ ବାହାରିବ କୃଷକ ଆନ୍ଦୋଳନର ସମାଧାନ

ନୂଆଦିଲ୍ଲୀ,୩୦ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନସିଂ ଜରିଆରେ ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରିଥିଲେ । ବୈଠକରେ ସେ ଆମେରିକାରେ ମହାତ୍ମା ଗାନ୍ଧୀଙ୍କ...

୨୦୨୦ ମାର୍ଚ୍ଚ ପରେ ସର୍ବନିମ୍ନ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୯।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୯ ଦିନ ଧରି...

୫୧ ବର୍ଷରେ ରାହୁଲ: ଛଦ୍ମନାମ ରଖି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ ପାଠ; ମ୍ୟାନେଜମେଣ୍ଟ କମ୍ପାନୀରେ…

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆଜି ହେଉଛି ଜନ୍ମଦିନ। ଶନିବାର ୫୧ ବର୍ଷର ହୋଇଛନ୍ତି ରାହୁଲ। ଗାନ୍ଧୀ-ନେହେରୁ ପରିବାରରୁ ଆସିଥିବା ରାହୁଲଙ୍କ ଜୀବନ ଏବଂ...

ବାତ୍ୟା ନିସର୍ଗକୁ ନେଇ ମୁମ୍ବାଇରେ ରେଡ ଆଲର୍ଟ: ଘଣ୍ଟାପ୍ରତି ଶହେ କିଲୋମିଟର ବେଗରେ ବହିପାରେ ପବନ

ମୁମ୍ବାଇ,୨।୬: ବାତ୍ୟା‘ ନିସର୍ଗ’ ବୁଧବାର ଅର୍ଥାତ୍‌ ଜୁନ୍‌ ୩ରେ ମହାରାଷ୍ଟ୍ର ଉପକୂଳ ଛୁଇଁବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ...

Advertisement
Archives

Model This Week