Posted inଖେଳ

ମହିଳା ଟି୨୦ ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ଭାରତ

ମେଲବୋର୍ନ,୨୭ା୨(ପି.ଟି.)- ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ଓପନର ଶେଫାଳି ବର୍ମାଙ୍କ ବିସ୍ଫୋରକ ୪୬ ଓ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଏକ ରୋମାଞ୍ଚଭରା ମ୍ୟାଚ୍‌ରେ ଭାରତୀୟ ଦଳ ୩ ରନ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଭାରତୀୟ ଦଳ ପକ୍ଷରୁ ଧାର୍ଯ୍ୟ ୧୩୪ ରନ୍‌ର ଟାର୍ଗେଟ ଆଗରେ ନିର୍ଦ୍ଧାରିତ ୨୦ ଓଭରରେ ନ୍ୟୁଜିଲାଣ୍ଡ ୬ ଉଇକେଟ ହରାଇ ୧୩୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା।
ଭାରତୀୟ ଦଳ ପାଇଁ ସର୍ବାଧିକ ରନ୍‌ କରିଥିବା ଶେଫାଳିଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ କରାଯାଇଛି। ଏହି ବିଜୟ ସହ ଭାରତୀୟ ଦଳ ଗ୍ରୁପ୍‌ ଏ’ରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଦଳ ତା’ର ପ୍ରଥମ ଦୁଇ ମ୍ୟାଚ୍‌ରେ ଆୟୋଜକ ଅଷ୍ଟ୍ରେଲିଆ ଓ ବାଂଲାଦେଶକୁ ହରାଇଥିଲା।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ଇନିଂସର ତୃତୀୟ ଓଭରରେ ହିଁ ଗତ ମ୍ୟାଚ୍‌ରେ ଅସୁସ୍ଥତା ଯୋଗୁ ଖେଳି ନ ଥିବା ସ୍ମୃତି ମନ୍ଧାନା (୧୧) ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ। ଶେଫାଳି ଓ ତାନିୟା ଭାଟିଆ (୨୩) ଦ୍ୱିତୀୟ ଉଇକେଟ ପାଇଁ ଦଳୀୟ ସ୍କୋରରେ ୫୧ ରନ୍‌ ଯୋଡ଼ିଥିଲେ। ଏହିଠାରୁ ଦଳ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଦଶମ ଓଭରରେ ତାନିୟା ଓ ଦ୍ୱାଦଶ ଓଭରରେ ଜେମିମା ରୋଡ୍ରିଗୁଏଜ (୧୦) ଆଉଟ୍‌ ହୋଇଥିଲେ। ଅଧିନାୟିକା ହରମନପ୍ରୀତ (୧) ମଧ୍ୟ ବିଫଳ ହୋଇଥିଲେ। ଦଶମ ଓଭରରେ ଜୀବନ ଦାନ ପାଇଥିବା ଶେଫାଳି (୪୬) ଏକ୍ସଟ୍ରା କଭର ଅଞ୍ଚଳରେ ଧରା ପଡ଼ିଥିଲେ। ତାଙ୍କ ଇନିଂସରେ ୪ ଚୌକା ଓ ୩ ଛକା ସାମିଲ ଥିଲା। ବାମହାତୀ ବ୍ୟାଟ୍ସଓମେନ ଦୀପ୍ତି (୮) ଓ ବେଦ କ୍ରିଷ୍ଣମୂର୍ତ୍ତି (୬) ଦଳୀୟ ସ୍କୋରକୁ ୧୦୦ ରନ୍‌ରେ ପହଞ୍ଚାଇବା ପରେ ଆଉଟ୍‌ ହୋଇଥିଲେ। ରାଧା ଯାଦବ ୯ ବଲରେ ଗୋଟିଏ ଛକା ସାହାଯ୍ୟରେ ୧୪ ରନ୍‌ କରିଥିଲେ। ଫଳରେ ଟିମ୍‌ ଇଣ୍ଡିଆ ଧାର୍ଯ୍ୟ ୨୦ ଓଭରରେ ୮ ଉଇକେଟ ହରାଇ ୧୩୩ ରନ୍‌ କରିଥିଲା। ନ୍ୟୁଜିଲାଣ୍ଡ ବୋଲରଙ୍କ ମଧ୍ୟରେ ରୋଜମେରି ମେର ଓ ଆମେଲି କେର ୨ଉଇକେଟ ହାତେଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଓଭରରେ ସ୍ପିନର ଦୀପ୍ତି ଶର୍ମାଙ୍କଠାରୁ ୧୨ ରନ୍‌ ଆଦାୟ କରିଥିଲା। ମାତ୍ର ଦ୍ୱିତୀୟ ଓଭରରେ ଅଭିଜ୍ଞ ଶିକ୍ଷା ପାଣ୍ଡେ ଭାରତୀୟ ଦଳ ଲାଗି ପ୍ରଥମ ସଫଳତା ଆଣିଥିଲେ। ସେ ରିଚେଲ ପ୍ରିଷ୍ଟ (୧୨)ଙ୍କୁ ଆଉଟ୍‌ କରିଥିଲେ। ଇନିଂସର ୬ଷ୍ଠ ଓଭରରେ ଦୀପ୍ତି ସୁଜି ବାଟେଙ୍କୁ କ୍ଲିନ ବୋଲ୍ଡ କରି ପ୍ୟାଭିଲିଅନ ବାଟ ଦେଖାଇଥିଲେ। ଏହାପରେ ସ୍ପିନର ପୁନମ ଓ ରାଧା ଯାଦବ କଞ୍ଜୁସ ବୋଲିଂ କରି ନ୍ୟୁଜିଲାଣ୍ଡ ଉପରେ ଚାପ ପକାଇଥିଲେ। ଚାପର ସମ୍ମୁଖୀନ ହୋଇ ନ ପାରି ପ୍ରତିପକ୍ଷ ଦଳର ଅଧିନାୟିକା ସୋଫି ଡେଭିନ (୧୪) ଆଉଟ୍‌ ହୋଇଥିଲେ। ମାଡି ଗ୍ରୀନ ୨୪ ଓ କାଟେ ମାର୍ଟିନ ୨୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଫଳରେ ଦଳକୁ ଜିତିବା ପାଇଁ ଅନ୍ତିମ ୨ ଓଭରରେ ୩୪ ରନ୍‌ ଦରକାର ଥିଲା। ୧୯ତମ ଓଭରରେ ପୁନମଙ୍କୁ ଆମେଲି କେର ଏକ ଡବଲ ରନ୍‌ ସହ ୪ଟି ଚୌକା ମାରିଥିଲେ। ଏଣୁ ଅନ୍ତିମ ଓଭରରେ ଦଳକୁ ୧୬ ରନ୍‌ ଆବଶ୍ୟକ ଥାଏ। ଶିକ୍ଷା ପାଣ୍ଡେ ଓଭରରେ କେର ଓ ହାଇଲେ ଜେନସେନ ଗୋଟିଏ ଲେଖାଏ ଚୌକା ମାରିବା ସତ୍ତ୍ୱେ ମ୍ୟାଚ୍‌ ଭାରତ ହାତରୁ ଖସି ନ ଥିଲା। ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭର ଖେଳି ୬ ଉଇକେଟ ହରାଇ ୧୩୦ ରନ୍‌ କରିଥିଲା। ବିଜୟୀ ଦଳ ପକ୍ଷରୁ ଦୀପ୍ତି ଶର୍ମା, ଶିକ୍ଷା ପାଣ୍ଡେ, ରାଜେଶ୍ୱରୀ ଗାଏକ୍ୱାଡ, ପୁନମ ଯାଦବ ଓ ରାଧା ଯାଦବ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତୀୟ ଦଳ- ୨୦ ଓଭରରେ ୧୩୩/୮(ଶେଫାଳି ବର୍ମା ୪୬, ତାନିୟା ଭାଟିଆ ୨୩, ଆମେଲି କେର ୨/୨୧,ରୋଜମେରି ମେର ୨/୨୭)।
ନ୍ୟୁଜିଲାଣ୍ଡ ଦଳ- ୨୦ ଓଭରରେ ୧୩୦/୬ (ଆମେଲି କେର ୩୪*, କାଟି ମାର୍ଟିନ ୨୫, ମାଡି ଗ୍ରୀନ ୨୪, ଶିକ୍ଷା ପାଣ୍ଡେ ୧/୨୧, ରାଜେଶ୍ୱରୀ ଗାଏକ୍ୱାଡ ୧/୨୨)।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri