ମହିଳାଙ୍କ ମୃତ୍ୟୁକୁ ନେଇ ଗଣ୍ଡଗୋଳ, ସ୍ବାମୀ ଗିରଫ: ବାପଘର-ଶ୍ୱଶୁର ଘର ଲୋକେ ମୁହାଁମୁହିଁ

ବାଲେଶ୍ୱର ଅଫିସ/ରୂପ୍‌ସା, ୨୧।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ପରମାନନ୍ଦପୁର ଗ୍ରାମର ଜଣେ ମହିଳାଙ୍କର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମଧ୍ୟରାତ୍ରିରେ ମୃତ୍ୟୁ ହୋଇଛି। ଏହାକୁ କେନ୍ଦ୍ର କରି ସୋମବାର ପୂର୍ବାହ୍ନରେ ଡାକ୍ତରଖାନା ପରିସରରେ ମହିଳାଙ୍କ ବାପଘର ଓ ଶ୍ୱଶୁର ଘର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଆକ୍ରମଣ ଓ ପ୍ରତିଆକ୍ରମଣରେ ମହିଳାଙ୍କ ଦିଅର ଜିତେନ୍ଦ୍ର ମହାଳିକ ଆହତ ହୋଇଥିଲେ। ଫାଣ୍ଡି ପୋଲିସ ପହଞ୍ଚତ୍ ଯୁବକଙ୍କୁ ଉଦ୍ଧାର କରିଥିଲା। ପୋଲିସ ମୃତ ମହିଳାଙ୍କ ସ୍ବାମୀ, ପରିବାର ଲୋକ ଓ ଆକ୍ରମଣ କରିଥିବା ବାପଘର, ସମ୍ପର୍କୀୟମାନଙ୍କୁ ଅଟକ ରଖି ଆଲୋଚନା କରିଥିଲା। ପରେ ଏନେଇ ବସ୍ତା ଥାନାରେ ଏକ ମାମଲା (ନଂ. ୩୨୩/୧୯) ରୁଜୁ କରି ସ୍ବାମୀ ସତ୍ୟବାନ ମହାଳିକଙ୍କୁ ପୋଲିସ ଗିରଫ କରିଛି।
ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପରମାନନ୍ଦପୁର ଗ୍ରାମର ସତ୍ୟବାନଙ୍କ ସ୍ତ୍ରୀ ସାବିତ୍ରୀ (୩୦) ଘରୋଇ କଳହକୁ କେନ୍ଦ୍ର କରି ରବିବାର ମଧ୍ୟାହ୍ନରେ କନିଅର ମଞ୍ଜି ଖାଇ ଗୁରୁତର ହୋଇଥିଲେ। ଅପରାହ୍ନ ୨ଟା ବେଳେ ତାଙ୍କ ସ୍ବାମୀ ଓ ଶାଶୁ ଚିକିତ୍ସା ଲାଗି ସାବିତ୍ରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ। ପ୍ରାୟ ରାତି ଗୋଟାଏ ବେଳେ ଚିକିତ୍ସାଧୀନ ଅବସ୍ଥାରେ ସାବିତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସୋମବାର ପୂର୍ବାହ୍ନରେ ସାବିତ୍ରୀଙ୍କ ଶାଶୁଘର ଓ ପଡ଼ୋଶୀ ଉପସ୍ଥିତ ଥିବା ବେଳେ ବାପଘର ପକ୍ଷରୁ କେତେକ ଲୋକ ସେଠାରେ ପହଞ୍ଚତ୍ ହଠାତ୍‌ ଆକ୍ରମଣ କରିଥିଲେ। ଫଳରେ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାଇବର ଠକେଇରୁ ବର୍ତ୍ତିଲେ ଯୁବକ

ବାଲେଶ୍ୱର ଅଫିସ, ୧୨।୧୦:  ହ୍ବାଟସଆପରୁ ପରିଚୟ ହେବା ପରେ ନଗ୍ନ ଭିଡ଼ିଓ କଲ୍‌ କରି ଫସାଇବାକୁ ଉଦ୍ୟମ କରୁଥିବା ମହିଳାଙ୍କଠାରୁ ଅଳ୍ପକେ ବର୍ତ୍ତିଛନ୍ତି ବାଲେଶ୍ୱର ସହରର...

ବିଞ୍ଝାରପୁର ବିଧାୟିକାଙ୍କୁ ଜବାବ ତଲବ

ଯାଜପୁର ଅଫିସ,୧୨ା୨: ଚଳିତ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲାରେ ବିଜେଡି ପୂର୍ବର ସଫଳତା ଦୋହରାଇବାକୁ ଉଦ୍ୟମ କରୁଥିବାବେଳେ ଭାଜପା କଡ଼ା ଟକ୍କର ଦେଉଛି। ଏଭଳିସ୍ଥଳେ ବିଞ୍ଝାରପୁର...

ମହାଜନଙ୍କ ପରିବାର ଲୋକେ ଆଖି ତାଡ଼ି ଦେଲେ

ନୟାଗଡ ଅଫିସ,୧୩।୨: ସୁଧ ବାବଦରେ ୫ ହଜାର ଟଙ୍କା କମ୍‌ ଦେବାକୁ କହିବାରୁ ମହାନଜଙ୍କ ପରିବାର ଲୋକେ ଜଣେ ବ୍ୟକ୍ତିଙ୍କ ଆଖି ତାଡି ଦେଇଛନ୍ତି। ନୟାଗଡ...

ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ମେଶିନ ଉଦ୍‌ଘାଟିତ

ବୌଦ୍ଧ, ୨୯ା୪(ସ୍ବ.ପ୍ର.): ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ବୁଧବାର ନୂତନ ଅଲଟ୍ରାସାଉଣ୍ଡ ମେଶିନ ଉଦ୍‌ଘାଟନ କରାଯାଇଛି। ବିଧାୟକ ପ୍ରଦୀପ କୁମାର ଅମାତ ଏହି ମେଶିନର ଉଦ୍‌ଘାଟନ କରିଥିଲେ।...

ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତି ବିରୋଧରେ ଆମରଣ ଅନଶନ

ବରୀ,୧ା୧୧(ଡି.ଏନ୍‌.ଏ.): ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ଉଦୟନାଥପୁର ପ୍ରାଥମିକ ବିଦ୍ୟାଳୟର ମିଶ୍ରଣକୁ ନେଇ ଛାତ୍ରୀଛାତ୍ର, ଗ୍ରାମବାସୀ,ଅଭିଭାବକ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରସନ୍ନ ସାମଲଙ୍କ ନେତୃତ୍ୱରେ...

ଖୁଡ଼ୀ ହତ୍ୟାକାରୀ ପୁତୁରାଙ୍କୁ ଆଜୀବନ ଜେଲ

ଅନୁଗୋଳ ଅଫିସ, ୨୩।୮-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଜଳତାପ ଗ୍ରାମରେ ୨୦୧୮ରେ ହୋଇଥିବା ଏକ ହତ୍ୟା ମାମଲାର ବିଚାର କରି ଗୁରୁବାର ଅନୁଗୋଳ ଆଡିଶନାଲ ଡିଷ୍ଟ୍ରିକ୍ଟ...

ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ

ଭବାନୀପାଟଣା/କେସିଙ୍ଗା,୧୨।୬(ଡି.ଏନ.ଏ.): କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ରବିବାର ୨ ଦିନିଆ କଳାହାଣ୍ଡି ଜିଲା ଗସ୍ତରେ ଆସିଛନ୍ତି। ପୂର୍ବାହ୍ନ ସାଢ଼େ ୧୧ଟାରେ ଉତ୍କେଲା ଏୟାର...

କୋରାପୁଟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଜୟପୁର,୧୭।୧୨(ଡି.ଏନ୍‌.ଏ.): କୋରାପୁଟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଛାତ୍ରୀଛାତ୍ର ଧାରଣା ଦେଇଛନ୍ତି। ଜୟପୁରସ୍ଥିତ ବିକ୍ରମଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା, କ୍ୟାଣ୍ଟିନ ପ୍ରଭୃତି ଦାବି...

Advertisement
Archives

Model This Week