ମହିଳାଙ୍କ ତଣ୍ଟିକାଟି ହତ୍ୟା ଘଟଣାର ପର୍ଦ୍ଦାଫାଶ ଅର୍ଥ ଲୋଭ, ଋଣ ନ ଶୁଝିବାରୁ ହତ୍ୟା

ଶେରଗଡ଼,୮ା୧୨(ଡି.ଏନ୍‌.ଏ.) -ଶେରଗଡ ବ୍ଲକ ବାରସିଙ୍ଗି ଗ୍ରାମରେ ଗତ ୨୭ ତାରିଖ ରାତିରେ କବିତା ସେଠୀଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା। ଏହି ଘଟଣାର ଫର୍ଦ୍ଦାଫାସ କରିଛି ବଡଗଡ ପୋଲିସ। ମୁଖ୍ୟ ଅଭିଯୁକ୍ତ ବାରସିଙ୍ଗି ଗ୍ରାମର ଶିବ ସେଠୀ ଶନିବାର ସୁରଟ ଚାଲିଯିବାକୁ ଉଦ୍ୟମ କରୁଥିବାବେଳେ ଷ୍ଟେଶନରୁ ଗିରଫ କରାଯାଇଛି। ଶନିବାର ଆସିକା ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଗଞ୍ଜାମ ଏସ୍‌ପି ବ୍ରିଜେଶ ରଏ ଏନେଇ ସୂଚନା ଦେଇଛନ୍ତି। ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଶିବ ନିୟମିତ କବିତାଙ୍କ ଘରକୁ ଯିବାଆସିବା କରନ୍ତି। କବିତା ଅସୁବିଧା ସମୟରେ ଶିବଙ୍କଠାରୁ ଟଙ୍କା ଧାର ନେଇଥାନ୍ତି। ଇତିମଧ୍ୟରେ କବିତାଙ୍କ ମାଉସୀ ଝିଅଙ୍କୁ ଶିବ ବିବାହ କରିଥିଲେ। ବିବାହବେଳେ ଶିବ ଯାନିଯୌତୁକ ଆଣି ନ ଥିଲେ। ପରେ ଯୌତୁକ ଦାବି କରି ସ୍ତ୍ରୀଙ୍କୁ ବାପଘରେ ଛାଡି ଦେଇଥିଲେ। ସେଠାରେ କୂଳ ସମାଜ ବୈଠକ ବସି ୧ ଲକ୍ଷ ୧୦ହଜାର ଟଙ୍କା ଦେବାପରେ ଶିବ ସ୍ତ୍ରୀଙ୍କୁ ନିଜ ପାଖକୁ ଆଣିଥିଲେ। ସେଥିରୁ ମଧ୍ୟ କବିତା ୧୦ହଜାର ଟଙ୍କା ନେଇଥିଲେ। ଏଥିସହ ଏକ ଫାଇନାନ୍ସ କମ୍ପାନୀରୁ କବିତା ତାଙ୍କ ଭାଇଙ୍କ ପାଇଁ ଗୋଟିଏ ବୋଲେରୋ କିଣିଥିଲେ। ଶିବ ଏହାର ଗ୍ୟାରେଣ୍ଟର ଥିଲେ। ମାତ୍ର ୩/୪ବର୍ଷ ଯାଏ କିସ୍ତି ନ ଶୁଝିବାରୁ ଫାଇନାନ୍ସ କମ୍ପାନୀ ଶିବଙ୍କୁ ୫ଲକ୍ଷ ୫୭ହଜାର୧୨୧ ଟଙ୍କା ତୁରନ୍ତ ପୈଠ ପାଇଁ ୭ ନଭେମ୍ବର ୨୦୧୯ରେ ଚିଠି କରିଥିଲା। କବିତାଙ୍କୁ ଟଙ୍କା ମାଗିବାରୁ ସେ ଧରାଛୁଅଁା ଦେଇ ନ ଥିଲେ। ଶେଷରେ ନିରାଶ ହୋଇ ହତ୍ୟା କରିବାକୁ ଯୋଜନା କରିଥିଲେ ଶିବ। ଏନେଇ ଦୁଇଟି ସର୍ଜିକାଲ ବ୍ଲେଡ କିଣିଥିଲେ। ରାତି ପାହିଲେ ଗୁରୁବାର ଥିବାରୁ କବିତା ୨୭ତାରିଖ ରାତିରେ ଚିତା ପକାଉଥିଲେ। ସ୍ବାମୀ ପୂଜା ସାମଗ୍ରୀ ପାଇଁ ବଜାର ଯାଇଥିଲେ। ରାତି ପ୍ରାୟ ୭ଟାରେ ଶିବ ଆସି କବିତାଙ୍କୁ ଟଙ୍କା ମାଗିଥିଲେ। ସେ ମନା କରିବାରୁ ସର୍ଜିକାଲ ବ୍ଲେଡରେ ତଣ୍ଟି କାଟି ଫେରାର ହୋଇଯାଇଥିଲେ। ବଡଗଡ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲେ। ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣୀ ପ୍ରଧାନଙ୍କ ନେତୃତ୍ୱରେ ଶେରଗଡ, ବଡଗଡ ଓ ପାଟପୁର ପୋଲିସ ତିନୋଟି ଟିମ୍‌ କରି
ଛାନବିନ୍‌ ଚଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri