ମହିଳାଙ୍କ ଓଜନ ବଢ଼ିବାର ୫ ମୁଖ୍ୟ କାରଣ

ଦ ଓବେସିଟି ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବିବାହର ୫ ବର୍ଷ ଭିତରେ ପାଖାପାଖି ୮୨ ପ୍ରତିଶତ ଦମ୍ପତିଙ୍କର ଓଜନ ୫ରୁ ୧୦ କିଲୋ ବଢ଼ି ଯାଇଥାଏ। ଏହି ଘଟଣାରେ ମହିଳାମାନେ ସବୁଠାରେ ଆଗରେ ଅଛନ୍ତି। ସେମାନଙ୍କ ଓଜନ ପୁରୁଷଙ୍କ ତୁଳନାରେ ଖୁବ୍‌ଶୀଘ୍ର ବଢ଼ିଥାଏ। ନୂଆ ନୂଆ ବାହାଘର ପରେ ଯେତେବେଳେ ହଠାତ୍‌ ଓଜନ ବଢ଼ିବାରେ ଲାଗିଥାଏ, ଲୋକେ ଚିନ୍ତିତ ହୋଇପଡ଼ିଥାନ୍ତି। ଆଉ ମନ ଭିତରେ ଅନେକ ପ୍ରକାର ପ୍ରଶ୍ନ ଆସିଥାଏ। ତେବେ ୫ଟି କାରଣ ଯୋଗୁ ଓଜନ ବୃଦ୍ଧି ପାଇଥାଏ…
* ଖାଦ୍ୟପେୟରେ ପରିବର୍ତ୍ତନ
ବିବାହ ପରେ ଝିଅର ଘର ବଦଳି ଯାଇଥାଏ। ଘର ବଦଳିବା ସହିତ ଅନେକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସେ। ଯେମିତିି ଖାଦ୍ୟପେୟ। ବାପଘର ଏବଂ ଶାଶୁଘର ଖାଦ୍ୟରେ ମସଲା ଓ ପ୍ରସ୍ତୁତି ଶୈଳୀ ଅଲଗା ହୋଇଥାଏ, ଯେଉଁ କାରଣରୁ ପାଚନକ୍ରିୟା ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହାଛଡ଼ା ବାପଘରେ ଖାଦ୍ୟ ଖାଇବା ପରେ ଏଠିସେଠି ବୁଲିବା କିମ୍ବା ଏପଟ ସେପଟ ହେବା ଦିନଚଯର୍‌ୟାରେ ସାମିଲ ଥିଲା,  ଶାଶୁଘରେ ଏହି ସୁବିଧା ସେଭଳି  ମିଳି ନ ଥାଏ।
*ବାହାରେ ଖାଇବା
ବିବାହ ପରେ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କ ସହ ମିଶି ଖାଇବା କିଛି ସପ୍ତାହ ପର୍ଯ୍ୟନ୍ତ ଜାରି ରହିଥାଏ। ଏହାରି ଭିତରେ ହନିମୁନ୍‌ରେ ସବୁ ପ୍ରକାର ଖାଦ୍ୟର ମଜା ନିଅନ୍ତି, ଯେଉଁଥି ପାଇଁ  ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ମଧ୍ୟ ଖାଇଥାନ୍ତି। ଓଜନ ବଢ଼ିବାର ଏହା ମଧ୍ୟ ଆଉ ଏକ କାରଣ ।
*ଦାୟିତ୍ୱବୋଧତା
ବିବାହ ପରେ ଝିଅମାନେ ନିଜ ପସନ୍ଦର ନୁହେଁ, ବରଂ ସ୍ବାମୀ ଏବଂ ଶାଶୁଘର ଲୋକଙ୍କ ପସନ୍ଦ ଅନୁସାରେ ଖାଦ୍ୟ ପ୍ରସ୍ତୁତ କରିଥାଆନ୍ତି। ଶାଶୁଘର ଲୋକଙ୍କୁ ଖୁସି କରିବା ଉଦ୍ଦେଶ୍ୟରେ ଅଧିକ ଘିଅ, ମସଲା ବ୍ୟବହାର କରିଥାଆନ୍ତି। ଏତେ ପରିଶ୍ରମରେ ପ୍ରସ୍ତୁତ କରିଥିବା ଖାଦ୍ୟ ଯେପରି ନଷ୍ଟ ନ ହେବ, ବେଳେବେଳେ ଅଧିକ ଖାଇବା ମଧ୍ୟ ହୋଇଯାଏ। ସମୟ ସହ ବଦଳୁଥିବା ଏଭଳି ଲାଇଫ୍‌ ଷ୍ଟାଇଲ ମଧ୍ୟ  ଓଜନ ବଢ଼ିବାରେ ଅନ୍ୟ ଏକ ମୁଖ୍ୟ କାରଣ ହୋଇଥାଏ।
*ଅବହେଳା/ଅସାବଧାନତା
ବିବାହ ପୂର୍ବରୁ ଅନେକ ଲୋକ ଆକର୍ଷଣୀୟ ଦେଖାଯିବା ପାଇଁ ଖାଦ୍ୟପେୟରେ ଧ୍ୟାନ ରଖିବା ସହ ନିୟମିତ ବ୍ୟାୟାମ କରିଥାଆନ୍ତି। କିନ୍ତୁ ବିବାହ ପରେ ସବୁକିଛି ଓଲଟପାଲଟ ହୋଇଯାଏ। ନ ଚାହିଁ ବି ଲୋକେ ଚିନ୍ତାଗ୍ରସ୍ତ ହୋଇପଡ଼ିଥାନ୍ତି ଏବଂ ଅନେକଙ୍କୁ କାର୍ଯ୍ୟବ୍ୟସ୍ତତା ଯୋଗୁ ବ୍ୟାୟାମ ପାଇଁ ସମୟ ମିଳି ନ ଥାଏ। ଖାଇବା, ପିଇବାର ସମୟ ବଦଳିଯାଏ। କେବେକେବେ ଏହି ଭାବନା ମନ ଭିତରେ ଘର ବସା ବାନ୍ଧିଥାଏ ଯେ ଏବେ ତ ବିବାହ ସରିଯାଇଛି, ଆଉ କ’ଣ ଫରକ ପଡ଼ିବ।
* ଷ୍ଟ୍ରେସ/ଚାପ
ବିବାହ ପରେ ନୂଆ ଘର ବା ପରିବେଶରେ ଖାପ ଖୁଆଇ ଚଳିବା ସାମାନ୍ୟ କଷ୍ଟକର ହୋଇପଡ଼େ। ଏଭଳି ସ୍ଥିତିରେ ଯଦି ଝିଅଟି କର୍ମଜୀବିନୀ ଥାଏ, ତା’ହେଲେ ବୋଝ ଆହୁରି ବଢ଼ିଯାଏ। ଅଫିସ ସହିତ ଘରେ ବି ନିଜର ବେଷ୍ଟ ଦେବା ପ୍ରୟାସରେ ସବୁବେଳେ ଚିନ୍ତାଗ୍ରସ୍ତ ରହିଥାଏ। ଧୀରେଧୀରେ ଷ୍ଟ୍ରେସ ଇଟିଙ୍ଗର ଶିକାର ହୋଇ ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ ଯାତ୍ରା ଦେଖୁ ନ ଥିଲେ, ଏବେ ଯାତ୍ରା କଳାକାର

ଓଡ଼ିଆ ଯାତ୍ରା ଜଗତର ଜଣେ ଆଗଧାଡ଼ିର ଯୁବ କଳାକାର ହେଉଛନ୍ତି ଅରୁଣ କୁମାର ଲେଙ୍କା। ଲୋକପ୍ରିୟ ନାଟକ ‘ଗୁପ୍ତ ସମ୍ପର୍କ’ରେ ଜନଜାତି ଚରିତ୍ରରେ ଅଭିନୟ କରି...

ସ୍ବଭାବକୁ ପ୍ରଭାବିତ କରେ ସୋସିଆଲ ସାଇଟ୍‌

ଏବେ ତ ହାଇଟେକ୍‌ ଯୁଗ। ଇଲେକ୍‌ଟ୍ରୋନିକ୍‌ ଗ୍ୟାଜେଟ୍‌ ବ୍ୟବହାର ଆଜିକାଲି ସାଧାରଣ କଥା ହୋଇଗଲାଣି। କେବଳ ଯୁବପିଢ଼ି ନୁହଁନ୍ତି, ଅନେକ ବର୍ତ୍ତମାନ ସୋସିଆଲ ସାଇଟ୍‌ ସହ...

ଏସବୁ ଛୋଟ କଥା ପ୍ରତି ଦିଅନ୍ତୁ ଧ୍ୟାନ: କେବେ ଘରେ ଦେଖାଯିବ ନାହିଁ ଧନର ଅଭାବ

ଯେତେବେଳେ ଘରର  ଦିଗରେ  ବାସ୍ତୁ ଦୋଷ ଦେଖାଯାଏ ସେହି ସମୟରେ ଆର୍ଥିକ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିଥାଏ। ଘରର ବାସ୍ତୁ ଦୋଷ ହଟାଇଲେ କୁବେର ଏବଂ...

ରେନ୍‌ବୋ ଫ୍ୟାଶନ

କଲରଫୁଲ୍‌ ଗେଟ୍‌ଅପ୍‌ ଯୁବପିଢିଙ୍କର ସବୁବେଳେ ପସନ୍ଦ। ଏମିତିରେ କିଛିଦିନ ହେବ ସପ୍ତରଙ୍ଗୀ ବା ରେନ୍‌ବୋ କଲର ଆଉଟଫିଟ୍‌ କଲେକ୍ସନ୍‌ ସେମାନଙ୍କ ଲାଗି ଲାଟେଷ୍ଟ ଫ୍ୟାଶନ୍‌ ଷ୍ଟେଟ୍‌ମେଣ୍ଟ...

ରାନି ପ୍ରନ

ଆମିଷ ଭିତରେ ଚିଙ୍ଗୁଡିକୁ ବିଭିନ୍ନ ରଙ୍ଗ ଦେଇ ପରଷା ଯାଇଥାଏ। ଷ୍ଟାର୍ଟରଠାରୁ ନେଇ ମେନ୍‌ କୋର୍ସରେ ସମସ୍ତେ ପସନ୍ଦ କରନ୍ତି ଏହି ଖାଦ୍ୟକୁ। ସେହିଭଳି ରାନି...

ଷ୍ଟାଇଲ ଷ୍ଟେଟ୍‌ମେଣ୍ଟରେ ଅଜବ ‘କ୍ଲଚ୍‌’

କ୍ଲଚ୍‌ ଏବେ ଷ୍ଟାଇଲ ଷ୍ଟେଟ୍‌ମେଣ୍ଟ ପାଲଟିଛି। ପାର୍ଟି ପାଇଁ ତ ଏହାର ଚାହିଦା ବେଶି। ତେବେ ଏମିତି ବି କିଛି କ୍ଲଚ୍‌ ଅଛି, ଯାହା ଦେଖିବାକୁ...

ଏସବୁ କଥା କେବେ କୁହନ୍ତୁନି କାହାକୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଜୀବନର ଅନେକ ଦିଗ ଉପରେ ବର୍ଣ୍ଣନା କରିଛନ୍ତି। ତାଙ୍କ ନୀତି ଗ୍ରହଣ କରି ଜଣେ ଖୁସିରେ ଜୀବନଯାପନ କରିପାରିବ।...

ଏମିତି ରୋଷେଇ ଘର ପକାଇଥାଏ ମହିଳାମାନଙ୍କ ଉପରେ ନକାରାତ୍ମକ ପ୍ରଭାବ: ଦେଖାଯାଏ ସ୍ବାସ୍ଥ୍ୟ ସମସ୍ୟା

ରୋଷେଇ ଘରର ମୁଖ୍ୟ ଭୂମିକା ରହିଛି, ରୋଷେଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ଆପଣଙ୍କୁ ସୁସ୍ଥ, ଚାପମୁକ୍ତ ରଖେ, କିନ୍ତୁ ଯଦି ଏହି ରୋଷେଇ ଘରଟି...

Advertisement
Archives

Model This Week