ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଜେଏସ୍‌ଡବ୍ଲ୍ୟୁର ପ୍ରୟାସ

ପାରାଦୀପ, ୧୧ା୧ (ସ୍ବ.ପ୍ର.): ପାରାଦୀପଠାରେ ହେବାକୁ ଥିବା ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ କମ୍ପାନୀ ପକ୍ଷରୁ ଶୁକ୍ରବାର ଶିଳ୍ପ ପ୍ରଭାବିତ ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ପାଇଁ ରୋଜଗାର ଯୋଗାଇବା ବ୍ୟବସ୍ଥା କରାଯାଇଛି। କମ୍ପାନୀ ପକ୍ଷରୁ ଢିଙ୍କିଆ, ଗଡ଼କୁଜଙ୍ଗ, ନୂଆଗଁ। ପଞ୍ଚାୟତର ୬୦ଜଣ ମହିଳାଙ୍କୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ରାଜ୍ୟ ସରକାରଙ୍କ ଓରମାସ୍‌ ଦ୍ୱାରା ଆୟୋଜିତ ଶିଶିର ସରସ ମେଳାକୁ ପଠାଯାଇଛି। ସେଠାରେ ମହିଳାମାନେ କୁଶଳୀ ପ୍ରଶିକ୍ଷକଙ୍କ ଦ୍ୱାରା ବିଭିନ୍ନ ସାମଗ୍ରୀ ତିଆରି କରିବା ପ୍ରଣାଳୀ ଶିଖିବେ। ମହିଳାମାନଙ୍କୁ ମେଶିନ୍‌ ଦ୍ୱାରା ନିର୍ମିତ ସାମଗ୍ରୀର ମାନ-ଗୁଣବତ୍ତା, ଜ୍ଞାନକୌଶଳ, ବ୍ୟବସାୟିକ ପଦ୍ଧତି ଆଦି ବାବଦରେ ପ୍ରଶିକ୍ଷଣ ଦିଆଯିବ। ସେଠାରୁ ଆସିବା ପରେ ସେହି ମହିଳାମାନେ ଗଁ।ରେ ଅନ୍ୟ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ପ୍ରଶିକ୍ଷଣ ଦେବେ। ଏହାଦ୍ୱାରା ଗୋଷ୍ଠୀ ସମୂହର ବିକାଶ ଗ୍ରାମାଞ୍ଚଳରୁ ହୋଇପାରିବ ବୋଲି ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ପକ୍ଷରୁ କୁହାଯାଇଛି। ଏହା ରାଜ୍ୟ ସରକାରଙ୍କ ଜୀବିକା ମିଶନର ଏକ ଅଂଶସ୍ବରୂପ ଭଳି ଉପାଦେୟ ହେବ। ମହିଳାଙ୍କୁ କମ୍ପାନୀ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ। କମ୍ପାନୀ ପକ୍ଷରୁ କରାଯାଇଥିବା ଏହି ବ୍ୟବସ୍ଥାକୁ ଅଞ୍ଚଳର ବୁଦ୍ଧିଜୀବୀମାନେ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୧ ବସ୍ତା ଗୁଟ୍‌ଖା ଜବତ, ଜଣେ ଅଟକ

ଶେରଗଡ,୨୧ା୫(ଡି.ଏନ୍‌.ଏ.)- ଶେରଗଡ ପୋଲିସ ଓ ପ୍ରଶାସନ ତହସିଲ ରୋଡରେ ଥିବା ଏକ ଘରୁ ବିପୁଳ ପରିମାଣର ଗୁଟ୍‌ଖା ଓ ଖଇନି ଜବତ କରିଛି। ଜଣେ ବ୍ୟକ୍ତିଙ୍କ...

ଭାରତ ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ

କେସିଙ୍ଗା,୮।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଥିବା ବେଳେ ଏହାର ଆଂଶିକ ପ୍ରଭାବ ପଡ଼ିଛି।...

ପ୍ରକଳ୍ପ ସମ୍ପର୍କରେ ମୋ ପରାମର୍ଶ ନିଆଯାଇନି: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୩।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢିଚାଲିଥିବାବେଳେ ଶେଷରେ ମୁହଁ ଖୋଲିଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ରବିବାର ସେ ଏହି ପ୍ରସଙ୍ଗକୁ ନେଇ ନିଜର...

ଗୋଟିଏ ଦିନରେ ପ୍ରକାଶ ପାଇପାରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର,୨।୩(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଆସନ୍ତା ୩ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’...

ବିବାହ ଭୋଜିରୁ ବାପାପୁଅଙ୍କୁ ଉଠାଇନେଲା ପୋଲିସ

ଭଟଲି,୨୭। ୩(ଡି.ଏନ.ଏ.): କରୋନା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଘରୁ ନ ବାହାରିବା ସହିତ କୌଣସି ପ୍ରକାର ଭୋଜି ମହୋତ୍ସବ ନ କରିବା...

ବସ୍ତାରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ: ୪ ଅଟକ

ଟିକିରି,୮ା୧୦(ଡି.ଏନ୍‌.ଏ): ରାୟଗଡ଼ା ଜିଲା କାଶିପୁର ବ୍ଲକ ପୋଡ଼ାପାଡି ପଞ୍ଚାୟତ ବନ୍ଧପଦର ଗ୍ରାମରୁ ଏକ ବସ୍ତାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମୃତଦେହ...

ବଣେଇରୁ ବଡବିଲକୁ ବାଲି ଚୋରା ଚାଲାଣ: ୭ ହାଇଓ୍ବା ଜବତ, ୭ ଗିରଫ

ବଡବିଲ,୫।୬(ସ୍ବ.ପ୍ର.)-ସୁନ୍ଦରଗଡ ଜିଲା ବଣେଇରୁ ବଡବିଲକୁ ବାଲି ଚୋରା ଚାଲାଣ ହେଉଥିବାବେଳେ କେନ୍ଦୁଝର ଜିଲା ବଡବିଲ ପୋଲିସ ଗୁରୁବାର ୭ଟି ବାଲି ବୋଝେଇ ହାଇଓ୍ବା ଟ୍ରକ ଜବତ...

ଗାଁ ଲୋକେ ଜଗୁଛନ୍ତି ଜଙ୍ଗଲ

ନୟାଗଡ଼ ଅଫିସ,୨।୧: ଚୋରଙ୍କ କବଳରୁ ଗ୍ରାମବାସୀ ଜବତ କରିଥିବା ଶାଗୁଆନ କାଠ ବନବିଭାଗ ନେଇ ଯିବା ପରେ ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ଗୁଣ୍ଡୁରାବାରୀ ଗାଁରେ...

Advertisement
Archives

Model This Week