ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ

ଛେଣ୍ଡିପଦା,୨୯।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଶୁକ୍ରବାର ଜନୈକା ବିବାହିତା ମହିଳାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିଲା। ଲୋକଲଜ୍ଜା ଭୟରେ ଘରେ କେହି ନ ଥିବା ବେଳେ ସମ୍ପୃକ୍ତା ମହିଳା ଶନିବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ମହିଳା ଜଣକ ପିଲାର ମଇଳା କପଡାକୁ ଗ୍ରାମ ନିକଟସ୍ଥ ପୋଖରୀକୁ ଧୋଇବାକୁ ନେଇଥିଲେ। ସେଠାରେ ଉକ୍ତ ଗ୍ରାମର ଜନୈକ ବ୍ୟକ୍ତି ମହିଳାଙ୍କୁ ଏକୁଟିଆ ପାଇ ବଳାତ୍କାର ଉଦ୍ୟମ କରିଥିଲେ। ମହିଳା ଚିତ୍କାର କରିବାରୁ ନିକଟସ୍ଥ କଦଳୀ ବଗିଚାରେ କାମ କରୁଥିବା ଲୋକେ ଆସିଯିବାରୁ ଯୁବକ ଜଣକ ସେଠାରୁ ପଳାଇ ଯାଇଥିଲେ। ମହିଳା ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏ ନେଇ ସାହିପଡ଼ିଶା ଲୋକେ ବିଭିନ୍ନ କଥା କହି ସମାଲୋଚନା କରିଥିଲେ। ଫଳରେ ମହିଳା ଜଣଙ୍କ ଲୋକଲଜ୍ଜା ଭୟରେ ଶନିବାର ଫ୍ୟାନରେ ଝୁଲି ପଡ଼ିଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାରକରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏ ନେଇ ପରିବାର ପକ୍ଷରୁ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡ଼ାରେ ୬ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୩।୧୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାପ କାମୁଡ଼ାରେ ମୋଟ ୬ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୋଳରେ...

ଲେଦ୍‌ ଫିଟିଂ ସହ କଳାରେ ମନ

ଅନୁଗୋଳ ବ୍ଲକ ଚନ୍ଦ୍ରବାହାଳ ଗ୍ରାମର ଧ୍ରୁବଚରଣ ଦାସଙ୍କ ପୁଅ କ୍ଷୀରୋଦ ଦାସ(୩୦) ପେଶାରେ ଜଣେ ଲେଦ୍‌ ଫିଟର। ହେଲେ ତାଙ୍କ ନିଶା କଳା ପରିବେଷଣରେ। ବାପା,...

ଖୁଡ଼ୀ ହତ୍ୟାକାରୀ ପୁତୁରାଙ୍କୁ ଆଜୀବନ ଜେଲ

ଅନୁଗୋଳ ଅଫିସ, ୨୩।୮-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଜଳତାପ ଗ୍ରାମରେ ୨୦୧୮ରେ ହୋଇଥିବା ଏକ ହତ୍ୟା ମାମଲାର ବିଚାର କରି ଗୁରୁବାର ଅନୁଗୋଳ ଆଡିଶନାଲ ଡିଷ୍ଟ୍ରିକ୍ଟ...

ତାଳଚେର ବନ୍ଦ, ଅର୍ଥନୈତିକ ଅବରୋଧ ଚେତାବନୀ

ତାଳଚେର,୩୦ା୪(ଡି.ଏନ.ଏ.): ଆସନ୍ତା ୭ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରା ନ ଗଲେ ମେ ୧୩ ତାରିଖରେ ତାଳଚେରରେ ବନ୍ଦ...

କଂଗ୍ରେସ ଦେଲା ଖଣି ବନ୍ଦ ଚେତାବନୀ

ତାଳଚେର,୩ା୮(ନି.ପ୍ର.) ତାଳଚେରସ୍ଥିତ ଭରତପୁର ଖଣି ଦୁର୍ଘଟଣାରେ ମୃତାହତ ଶ୍ରମିକଙ୍କୁ ନେଇ ଭାଜପା ଏବଂ ବିଜେଡି ରାଜନୀତି କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଏକ ଖବରଦାତା ସମ୍ମିଳନୀରେ...

ଛେଣ୍ଡିପଦା ଥାନାରେ ନୂତନ ଅଧିକାରୀଙ୍କ ଯୋଗଦାନ

ଛେଣ୍ଡିପଦା,୨୭।୬(ଡି.ଏନ୍‌.ଏ.)- ଅନୁଗୋଳ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଛେଣ୍ଡିପଦା ଥାନାର ନୂତନ ଅଧିକାରୀ ଭାବେ ଇନସ୍ପେକ୍ଟର ସତ୍ୟବ୍ରତ ରାଉତ ଗୁରୁବାର ଯୋଗଦାନ କରିବା ସହ କାର୍ଯ୍ୟଭାର...

ବିଦ୍ୟୁତ୍‌ ଫାଶରେ ଦନ୍ତାହାତୀର ପ୍ରାଣଗଲା, ଶିକାରୀ ଗିରଫ

ବଇଣ୍ଡା,୨୫।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ଲକ୍ଷ୍ମୀପୁର-ଟେଣ୍ଡୁଲି ରାସ୍ତାରେ ବିଦ୍ୟୁତ ଫାଶରେ ରବିବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀର ବୟସ ପ୍ରାୟ...

ରାମଚଣ୍ଡୀଙ୍କ କୋଶଳା ଯାତ୍ରା ଆରମ୍ଭ

ଛେଣ୍ଡିପଦା,୧୮।୮ (ସ୍ବ.ପ୍ର./ଡି.ଏନ.ଏ.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀଙ୍କ ଐତିହାସିକ କୋଶଳା ଯାତ୍ରା ଶନିବାର ଆରମ୍ଭ ହୋଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ...

Advertisement
Archives

Model This Week