ମହିଳାଙ୍କୁ ବଳାତ୍କାର ଅଭିଯୋଗ

ଦିଗପହଣ୍ଡି,୧୭ା୪(ଡି.ଏନ୍‌.ଏ.)- ଦିଗପହଣ୍ଡି ଥାନା ଅଧୀନ ଏକ ଗଁାର ଜଣେ ଅନୁସୂଚିତ ଜାତିର ମହିଳାଙ୍କୁ ତାଙ୍କ ଚାଷଜମିରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତଦନ୍ତକାରୀ ପୋଲିସ ଅଧିକାରୀ ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସୂଚନା ଅନୁଯାୟୀ, ଗତ ୮ ତାରିଖ ଅପରାହ୍ନରେ ମହିଳା ଜଣକ ଚୁଲି ତିଆରି ପାଇଁ ମାଟି ଆଣିବାକୁ ବିଲକୁ ଯାଇଥିଲେ। ସେଠାରେ ତାଙ୍କୁ ଏକୁଟିଆ ପାଇ ଗଁାର ତୋଫାନ ଗୌଡ ବିଭିନ୍ନ ଧମକଚମକ ଦେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଘରକୁ ଫେରି ସମସ୍ତ ଘଟଣା ପରିବାର ଲୋକଙ୍କୁ କହିଥିଲେ। ପରେ ମହିଳାଙ୍କ ପରିବାର ଏନେଇ ସରପଞ୍ଚଙ୍କୁ ଅବଗତ କରାଇଥିଲେ। ଗୁରୁବାର ମହିଳା ଜଣକ ପରିବାର ଲୋକଙ୍କ ସହ ଦିଗପହଣ୍ଡି ଥାନାରେ ପହଞ୍ଚତ୍ ଏତଲା ଦେବାପରେ ଥାନା ଅଧିକାରୀ ବସନ୍ତ କୁମାର ସେଠୀ ନଂ.୮୨/୨୦ରେ ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି। ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରେଡ ବେଳେ ଅସୁସ୍ଥ ହୋଇପଡ଼ିଲେ ଛାତ୍ରୀ

ନୟାଗଡ଼ ଅଫିସ,୨୬ା୧: ନୟାଗଡ଼ ଜିଲା ଦଶପଲ୍ଲାର ଗାନ୍ଧି ମଇଦାନରେ ବ୍ଲକସ୍ତରୀୟ ପରେଡ ଅନୁଷ୍ଠିତ ହେଉଥିଲା। ପରେଡ ସମୟରେ ଜଣେ ଛାତ୍ରୀ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ।...

ନିମାପଡ଼ାରେ ଜବରଦଖଲ ଉଚ୍ଛେଦ

ନିମାପଡ଼ା,୧୧ା୯(ଡି.ଏନ୍‌.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡବ୍ଲ୍ୟୁ ପି(ସି) କେସ ନଂ. ୫୪୮୪/୧୯ ଅନୁଯାୟୀ ନିମାପଡ଼ା ରାଜସ୍ବ ବିଭାଗ ପକ୍ଷରୁ ବୁଧବାର ଦୋଳବେଦି ଛକରେ ଥିବା ସରକାରୀ ଜାଗାରୁ...

ଧାନ କିଣିଲେ ମହିଳା ଗୋଷ୍ଠୀ

ରୂପସା,୨।୧(ଡି.ଏନ.ଏ.): ବାଲେଶ୍ୱର ସଦରବ୍ଲକ ଅନ୍ତର୍ଗତ ଆଙ୍କୋ ପଞ୍ଚାୟତରେ ବିଧାୟକ ସ୍ବରୂପ କୁମାର ଦାସ ସୋମବାର ଜିପିଏଲ୍‌ଏଫ୍‌ର ଧାନମଣ୍ଡି ଉଦ୍‌ଘାଟନ କରିଛନ୍ତି। ମହିଳାମାନେ ପ୍ରଥମ ଥର ଧାନ...

ଆଜି ଅଧରପଣା

ପୁରୀ ଅଫିସ,୩।୭: ସିଂହଦ୍ୱାର ସମ୍ମୁଖରେ ଥିବା ତିନିରଥ ଉପରେ ଶୁକ୍ରବାର ଅଧରପଣା ନୀତି ସମ୍ପନ୍ନ ହେବ। ଏଥିଲାଗି ସ୍ବତନ୍ତ୍ର ହାଣ୍ଡି ତିଆରି ସରିଛି। ତାହାକୁ ଅଧରପଣା...

ଏଣିକି ନାମ ପଞ୍ଜୀକରଣ ପାଇଁ ୪ଟି ତାରିଖ

ଜଗତ୍‌ସିଂହପୁର ଅଫିସ, ୩ା୮: କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକ ପ୍ରତିନିଧି ଆଇନ ୧୯୫୦/୫୧ର ପରିବର୍ତ୍ତନ ସହ ଭୋଟର ତାଲିକାରେ...

ଛୁରାମାଡ଼ରେ ଯୁବକ ଗୁରୁତର: ପୋଲିସର ତଦନ୍ତ ଆରମ୍ଭ

ଭଦ୍ରକ ଅଫିସ,୬।୧୧: ଭଦ୍ରକରେ କାଳୀପୂଜା ପାଇଁ ଯାତ୍ରା ଚାଲିଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଚରମ୍ପାରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ସେ ହେଲେ ଚରମ୍ପାର...

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଖୋର୍ଦ୍ଧା ଅଫିସ,୬।୬: ପୂର୍ବତଟ ରେଳବାଇ କାଳୁପଡ଼ାଘାଟ ରେଳ ଷ୍ଟେଶନର ୪ ନମ୍ବର ଟ୍ରାକରେ ଅଟକି ରହିଥିବା ଏକ କୋଇଲା ବୋଝେଇ ମାଲଗାଡିରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍‌ର...

ମାଳଦା କ୍ୱାରାଣ୍ଟାଇନ ସେଣ୍ଟରରେ ଡାକ୍ତର ଟିମ୍‌

ଭଣ୍ଡାରିପୋଖରୀ,୯ା୫(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତସ୍ଥିତ ମାଳଦା ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ଓଡ଼ିଆଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ ପାଇଁ ଶୁକ୍ରବାର ଡାକ୍ତରୀ ଟିମ୍‌ ପହଞ୍ଚିଥିଲେ। ଏଥିରେ...

Advertisement
Archives

Model This Week