ମହିଳାଙ୍କୁ ଆୟର ପନ୍ଥା ଯୋଗାଇବା ନାଁରେ ଠକେଇ

କେନ୍ଦୁଝର, ୨ା୭(ଡି.ଏନ୍‌.ଏ.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବନାଯୋଡି ଗ୍ରାମରେ ଏକ ସ୍ବେଚ୍ଛାସେବୀ ସଂସ୍ଥା ଗତବର୍ଷ କାର୍ଯ୍ୟାଳୟ ଖୋଲି ମହିଳାମାନଙ୍କୁ ଛେଳି ଚାଷ ଓ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ଯୋଜନାରେ ଆୟର ପନ୍ଥା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ବାଂଶପାଳ ବ୍ଲକ ଧହାଡିହି ଗ୍ରାମରେ ମହିଳାଙ୍କୁ ଛେଳି ଚାଷ ପ୍ରଲୋଭନ ଦେଖାଇ ଏହି ସଂସ୍ଥା ୩୨ଜଣଙ୍କଠାରୁ ଜଣଙ୍କ ପିଛା ୩୦ହଜାର ଟଙ୍କା ଲେଖାଏଁ ଠକି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ବିନିଦା ଗ୍ରାମର କେତେଜଣ ମହିଳାଙ୍କଠାରୁ ଜଣ ପିଛା ୩୦ ହଜାର, ଅନ୍ୟ କେତେଜଣଙ୍କଠାରୁ ୨୦ହଜାର ଓ ୧୫ହଜାର ଖୋଏ ଟଙ୍କା ଆଦାୟ କରାଯାଇଛି। ସେମାନଙ୍କୁ ମାସିକ ୨୦୦ ଟଙ୍କା ଭତ୍ତା ମିଳିବ ଏବଂ ବିଭିନ୍ନ ଯୋଜନାରେ ଆତ୍ମନିର୍ଭରଶୀଳ ହୋଇ ପାରିବେ ବୋଲି ସଂସ୍ଥା ପକ୍ଷରୁ ବୈଠକ କରି ପ୍ରତିଶ୍ରୁତି ଦିଆଯାଇଥିଲା। ଠକେଇର ଶିକାର ହୋଇଥିବା ଅଧିକାଂଶ ମହିଳା ଆଦିବାସୀ ଓ ହରିଜନ ବର୍ଗର। ଏହି ସଂସ୍ଥାରେ ମୋଟ ୭୨୮ ମହିଳା ନାମ ରେଜିଷ୍ଟ୍ରେଶନ କରିଥିବା କୁହାଯାଉଛି।
ଠକେଇର ଶିକାର ହୋଇଥିବା କେତେକ ମହିଳା ସୋମବାର ଜିଲାପାଳଙ୍କ ଅଭିଯୋଗ ପ୍ରକାଷ୍ଠକୁ ଏ ନେଇ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜିଲା ପ୍ରଶାସନ ଏହି ଅଭିଯୋଗକୁ ଗୁରୁତର ସହ ନେଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସମ୍ପୃକ୍ତ ସଂସ୍ଥାର ଜଣେ କର୍ମକର୍ତ୍ତାଙ୍କୁ ପଚାରିବାରୁ କହିଛନ୍ତି, କ୍ଷୁଦ୍ରଶିଳ୍ପ ଉଦ୍ୟୋଗ ଓ ଟ୍ରେନିଂ ବାବଦରେ ମହିଳାମାନଙ୍କଠାରୁ ଚୁକ୍ତିନାମା କରି କିଛି ଅର୍ଥ ଆଦାୟ କରାଯାଇଛି। ଟ୍ରେନିଂ ପରେ ପ୍ରକଳ୍ପ କାମ ଆରମ୍ଭ ହେବ। ବାଂଶପାଳ ବ୍ଲକର ବିନିଦା ଗ୍ରାମରେ ଛେଳିଚାଷ ନିମନ୍ତେ ଭିତ୍ତିଭୂମି ବିକାଶ କରାଯାଇଛି ବୋଲି ସେ କହିଥିଲେ। ଏ ସମ୍ପର୍କରେ ସ୍ଥାନୀୟ ନୟାକୋଟ ଆଇଆଇସି କୈଳାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ଧଳାଡିହୀ ଗ୍ରାମର କେତେକ ମହିଳା ଥାନାରେ ମୌଖିକ ଭାବେ ଆସି ଅଭିଯୋଗ କରିଛନ୍ତି ଲିଖିତ ଭାବେ ସେମାନେ ଅଭିଯୋଗ କଲେ ଏହାର ତଦନ୍ତ କରାଯିବ ଏବଂ କମ୍ପାନୀ ସାଙ୍ଗେ ଯୋଗାଯୋଗ କରି ସେମାନଙ୍କ ପଇସା ଫେରସ୍ତ କରାଯିବାର ବ୍ୟବସ୍ଥା ନିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍‌ ଲୁଟ୍‌ ପରେ ଜାଳିଦେଲେ

ବାଲେଶ୍ୱର ଅଫିସ,୨୫ା୨: ବାଲେଶ୍ୱର ଜିଲା ବସ୍ତା ଥାନା ରାଜଘାଟର ପବନ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଏଟିଏମ ଲୁଟ୍‌ ପରେ ଗୁରୁବାର ରାତିରେ ନିଆଁ ଲଗାଇ...

ବାହାନଗା ବିଦ୍ୟାଳୟ କୋଠରି ଭଙ୍ଗାଯିବ

ବାଲେଶ୍ୱର ଅଫିସ, ୯।୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତଦେହଗୁଡ଼ିକୁ ସ୍ଥାନୀୟ...

ଅଳ୍ପ କେଇଘଣ୍ଟା ପରେ ଭୁବନେଶ୍ବରରେ ପହଞ୍ଚତ୍ବ ଡାକୋଟା

ବାଲେଶ୍ୱର ଅଫିସ, ୧୮।୧: ବିଜୁ ପଟ୍ଟନାୟକଙ୍କ ସ୍ମୃତି ଡାକୋଟା ଭିଟି-ଏୟୁଆଇ ବିମାନ ବୁଧବାର ପୂର୍ବାହ୍ନରେ ଓଡ଼ିଶାକୁ ଫେରିଛି। ସକାଳେ ଲକ୍ଷ୍ମଣନାଥ ଟୋଲଗେଟ୍‌ ଦେଇ ୩ଟି ଲରିରେ...

ପରିବର୍ତ୍ତନ ସଂକଳ୍ପ ସମାବେଶରେ ରାହୁଲ: ‘ଚୋରଙ୍କୁ ଖସାଇଛନ୍ତି ନିଜେ ଚୌକିଦାର’

ବାଲେଶ୍ୱର ଅଫିସ/ରେମୁଣା, ୨୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ନରହରିପୁର ପଡ଼ିଆରେ ଶୁକ୍ରବାର ଅପରାହ୍ନରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇ ଜାତୀୟ କଂଗ୍ରେସ ସଭାପତି ରାହୁଲ...

ଖସିଗଲେ ବେପାରୀ: ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଜଳେଶ୍ୱର,୨୩।୧: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଝାଡେଶ୍ୱରପୁର ବସ୍ତି ଅଞ୍ଚଳ ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଏହି ଅଞ୍ଚଳରେ ବାରମ୍ବାର ଚଢାଉ କରାଯାଇ ବ୍ରାଉନସୁଗାର ଜବତ...

କରୋନାରେ ଆକ୍ରାନ୍ତ ହେଲେ ବିଧାୟକ

ବାଲେଶ୍ୱର ଅଫିସ, ୬।୭: ପ୍ରଥମ ଥର ପାଇଁ ରାଜ୍ୟରେ ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ବାଲେଶ୍ୱର ଜିଲାର ଏହି ବିଧାୟକଙ୍କ ରିପୋର୍ଟ ପଜିଟିଭ ଆସିଥିବା...

ରିଲିଫ୍‌ ପାଣ୍ଠିକୁ ସହାୟତା

ସୋର, ୨୪ା୪(ଡି.ଏନ୍‌.ଏ.)-ସୋର ଗୋପୀନାଥପୁରସ୍ଥିତ କଳାକାର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ହଜାର ଟଙ୍କାର ଏକ ଡ୍ରାଫ୍ଟ ସୋର ତହସିଲଦାରଙ୍କ ଡ. ଅଶୋକ କୁମାର...

ଭିତ୍ତିଭୂମି ବିକାଶ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବ

ବାଲେଶ୍ୱର ଅଫିସ, ୨୫।୯-ବିଶ୍ୱରେ ଅର୍ଥ ବ୍ୟବସ୍ଥାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ କେନ୍ଦ୍ର ସରକାର ବିଭନ୍ନ ପଦକ୍ଷେପ ନେଇଛନ୍ତି।...

Advertisement
Archives

Model This Week