ମହିନ୍ଦ୍ରାକୁ ସମ୍ପତ୍ତି ବିକି ଦେଶ ଛାଡ଼ିବ ଫୋର୍ଡ

ନୂଆଦିଲ୍ଲୀ,୨୬ା୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ତଥା ପ୍ରତିଯୋଗିତାର ସମ୍ମୁଖୀନ ହୋଇ ନ ପାରିବା କାରଣରୁ ଫୋର୍ଡ ମୋଟର କମ୍ପାନୀ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଏହା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସହ ଆରମ୍ଭ ହେବାକୁ ଥିବା ଯୁଗ୍ମ କମ୍ପାନୀକୁ ନିଜର ସମସ୍ତ ସମ୍ପତ୍ତି ବିକ୍ରି କରିଦେବ। ଭାରତରେ ଏହା ଦୁଇ ଦଶନ୍ଧି ଧରି କାରବାର କରୁଥିଲେ ସୁଦ୍ଧା ଅଦ୍ୟାବଧି ନିଜର ଅସ୍ତିତ୍ୱ ବଜାୟ ରଖିବାକୁ ସଂଘର୍ଷ କରି ଆସୁଥିବାରୁ କମ୍ପାନୀ ଭାରତ ଛାଡ଼ିବାକୁ ଯାଉଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ନୂଆକରି ଗଠନ ହେବାକୁ ଥିବା କମ୍ପାନୀରେ ମହିନ୍ଦ୍ରାର ୫୧% ଅଂଶଧନ ରହିବ। ତେବେ ନୂଆ କମ୍ପାନୀ ବୋର୍ଡରେ ଫୋର୍ଡର ଭୋଟ୍‌ ଦେବାର ଅଧିକାର ରହିବ ଏବଂ ବୋର୍ଡରେ ଏହାର ପ୍ରତିନିଧି ରହିବେ ବୋଲି ଜଣାପଡିଛି। ଆସନ୍ତା ସପ୍ତାହରେ ନୂଆ କମ୍ପାନୀ ଘୋଷଣା କରାଯିବ। ଫୋର୍ଡ ଗ୍ଲୋବାଲ ଭାରତରେ ଅଦ୍ୟାବଧି ୨ ବିଲିୟନ ଡଲାର ନିବେଶ କରି ବଜାର ଅଂଶର ପ୍ରାୟ ୩% ପର୍ଯ୍ୟନ୍ତ ହାସଲ କରିପାରିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ସୂଚନାଥାଉ କି, ଫୋର୍ଡର ସିଇଓ ଜିମ୍‌ ହ୍ୟାକେଟ୍‌ ସାରା ବିଶ୍ୱରେ ଥିବା କମ୍ପାନୀର ୧୧ ବିଲିୟନ ଡଲାର ସମ୍ପତ୍ତି ପୁନର୍ଗଠନ କରୁଛନ୍ତି। ସୂଚନାଥାଉ କି, ଦୀର୍ଘଦିନ ହେବ ଭାରତର ଅଟୋ ବଜାରରେ ସୁଜୁକି ମୋଟର କର୍ପ ସହ ଫୋର୍ଡ ମୋଟର ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରୁନାହିଁ। ଭାରତୀୟ ବଜାରରେ ଲୋକଙ୍କ ଚାହିଦା ସହ ତାଳ ଦେଇ ଚାଲି ନ ପାରିବା କାରଣରୁ ଜେନେରାଲ ମୋଟର୍ସ କମ୍ପାନୀ ଦୁଇବର୍ଷ ପୂର୍ବେ ଭାରତ ଛାଡ଼ି ଚାଲିଯାଇଛି। ଏହା ପୂର୍ବରୁ ସେଭ୍ରୋଲେ ମଡେଲ ବିକ୍ରି ବନ୍ଦ କରିଦେଇଥିଲା। ଅଟୋ ସେକ୍ଟରରେ ଗତ ୧୦ ମାସ ହେବ ମାନ୍ଦାବସ୍ଥାର ପ୍ରଭାବ ଅନୁଭବ ହେଉଥିବାରୁ ଗାଡ଼ି ବିକ୍ରି କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଭାରତରେ ଫୋର୍ଡର ଅଧିକାଂଶ ସମ୍ପତ୍ତି ନୂଆ କମ୍ପାନୀ ହାତରେ ରହିବ। ତନ୍ମଧ୍ୟରେ ଏହାର ଦୁଇଟି କାର୍‌ କାରଖାନା ରହିଛି। ୧୯୯୦ରେ ଅର୍ଥନୀତିର ଉଦାରୀକରଣ ଆରମ୍ଭ ହେବା ପରେ ଫୋର୍ଡ ପ୍ରଥମ ବିଦେଶୀ କାର୍‌ କମ୍ପାନୀ ଭାବେ ଭାରତରେ ପ୍ରବେଶ କରିଥିଲା। ପୂର୍ବରୁ ଏହା ଭାରତରେ ୧୯୨୬ରେ ପ୍ରବେଶ କରି ୧୯୫୦ରେ ଫେରି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତର ୫ ଦିନ ଲାଗି ତେଲ ଦର ବୃଦ୍ଧି

ଭୁବନେଶ୍ୱର: ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଲୋକଙ୍କ ଲାଗି ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି। ଗତ ୫ ଦିନ ହେବ ତେଲ ଦର ଥମିବାର...

ଅର୍ଥନୈତିକ ସମ୍ଭାବନାରେ ବିବିଧତା ଜାରି

ମୁମ୍ବାଇ,୩।୭: ବିଶ୍ୱସ୍ତରୀୟ ଏବଂ ଘରୋଇ ଅର୍ଥନୈତିକ ସମ୍ଭାବନାରେ ବିବିଧତା ରହିଛି, ଘରୋଇ ଅଭିବୃଦ୍ଧି ମଜଭୁତ ସ୍ଥିତିରେ ଥିବା ମନେହେଉଥିବା ବେଳେ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଦୁର୍ବଳ ରହିଛି।...

ଟୁଇଟର୍‌ରେ ଆସିବାକୁ ଯାଉଛି ନୂଆ ଫିଚର୍ସ, ଏନ୍‌କ୍ରିପଟେଡ୍‌ ମେସେଜ୍‌ ସହ ଅଡିଓ-ଭିଡିଓ କଲ୍‌ର ମିଳିବ ସୁବିଧା

ନୂଆଦିଲ୍ଲୀ,୧୧।୫: ମାଇକ୍ରୋ ବ୍ଲଗିଂ ଟୁଇଟର୍‌ ଖୁବ୍‌ଶୀଘ୍ର ଅଡିଓ ଓ ଭିଡିଓ କଲ୍‌ର ସୁବିଧା ଆଣିବାକୁ ଯାଉଛି। ଟୁଇଟର୍‌ ସିଇଓ ଏଲନ ମସ୍କ ଏହି ନୂଆ ଫିଚର...

୪ ଦିନରେ ୧୩.୩ ଟ୍ରିଲିୟନ ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୭।୯: ଇକ୍ୱିଟି ନିବେଶକଙ୍କ ସମ୍ପତ୍ତି ଗତ ୪ଦିନର ବଜାର କାରବାର ମଧ୍ୟରେ ୧୩.୩ ଟ୍ରିଲିୟନରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ ତୀବ୍ର ବିକ୍ରୟ ମଧ୍ୟରେ...

ନୂଆ ପାର୍ଲାମେଣ୍ଟ ବିଲ୍‌ଡିଂ ନିର୍ମାଣ କରିବ ଟାଟା ପ୍ରୋଜେକ୍ଟ

ନୂଆଦିଲ୍ଲୀ,୧୭।୯: ଦେଶର ନୂଆ ପାର୍ଲାମେଣ୍ଟ ବିଲ୍‌ଡିଂକୁ ଟାଟା ପ୍ରୋଜେକ୍ଟସ ଲିମିଟେଡ୍‌ ନିର୍ମାଣ କରିବ। ଏଥିଲାଗି କମ୍ପାନୀ ବୁଧବାର ୮୬୧.୯୦ କୋଟି ଟଙ୍କାର ବିଡ୍‌ ହାସଲ କରିଥିବା...

କରୋନା ବିରୋଧୀ ଲଢେଇ: ଜୁନ ୩୦ ଯାଏ ବଢିଲା ଆଇଟି ରିଟର୍ନ ଅବଧି, ବିନା ଚାର୍ଜରେ ବ୍ୟବହାର କରିହେବ ବିଭିନ୍ନ ଏଟିଏମ୍‌

ନୂଆଦିଲ୍ଲୀ,୨୪-୩: କରୋନା ପ୍ରତିରୋଧ ଲାଗି ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏଥିଲାଗି ଦେଶର ଅର୍ଥ ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହେଉଛି। କ୍ଷତିଗ୍ରସ୍ତ...

ଶିଶୁଗୃହକୁ ସହାୟତା ଦେଲା ଇକୋରୋ

ଭୁବନେଶ୍ୱର,୧୭।୯: ରାଜ୍ୟର ପ୍ରମୁଖ ସାମାଜିକ ଅନୁଷ୍ଠାନ ଭାବେ ଜଣାଶୁଣା ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଙ୍ଗଠନ (ଇକୋରୋ) ପକ୍ଷରୁ ଦରିଦ୍ର ପିଲାମାନଙ୍କ ଆଶ୍ରୟସ୍ଥଳ ‘ଆଦୃତ’ର ଅନ୍ତେବାସୀମାନଙ୍କୁ...

ଚାଇନା ହୁଓ୍ବାଇକୁ ବ୍ୟାନ୍‌ କଲା ବ୍ରିଟେନ

ଲଣ୍ଡନ,୧୪।୭: ଚାଇନାର ପ୍ରମୁଖ କମ୍ପାନୀ ତଥା ୫ଜି ଟେକ୍ନୋଲୋଜି କମ୍ପାନୀ ହୁଓ୍ବାଇକୁ ବ୍ରିଟେନ ବ୍ୟାନ୍‌ କରିଛି। ଆମେରିକା ଚାପରେ ବ୍ରିଟେନ ଏଭଳି କରିଥିବା କୁହାଯାଉଛି। ପର୍ଯ୍ୟାୟ...

Advertisement
Archives

Model This Week