ମହିଁଷାସୁରୀ ପୋଲ ବିପଦସଙ୍କୁଳ

କପ୍ତିପଦା,୧୧ା୧୦(ଡ଼ି.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ମହିଁଷାସୁରୀ-କଳମଗଡ଼ିଆ ରାସ୍ତାର ସୋନ ନଦୀ ଉପରେ ଥିବା ଏକ ପୁରୁଣା ପୋଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ପୋଲର ମଝି ସ୍ଥାନ ଦବିଯିବା ସହିତ ମୂଳଦୁଆରେ ବିରାଟ ଫାଟ ସୃଷ୍ଟି ହୋଇଛି । ଫଳରେ ଏହା ଭୁଶୁଡ଼ି ପଡିବା ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଉକ୍ତ ରାସ୍ତାଟି ଅଞ୍ଚଳର ଏକ ମୁଖ୍ୟ ରାସ୍ତା ହୋଇଥିବା ବେଳେ ଏହା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି। ଖବର ପାଇ ବିଭାଗୀୟ ସହକାରୀ ଯନ୍ତ୍ରୀ ସତ୍ୟବ୍ରତ ନାୟକ ଓ ଯନ୍ତ୍ରୀ ଜଗଦୀଶ ବେହେରା ଘଟଣାସ୍ଥଳକୁ ଯାଇ ଦବି ଯାଇଥିବା ସ୍ଥାନକୁ ବ୍ୟାରିକେଡ କରିବା ସହିତ ନାଲି ପତାକା ଲଗାଇଛନ୍ତି। ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ନେଇ ଏକ ପ୍ରତିନିଧି ଦଳ ଏହି ପୋଲ ପରିଦର୍ଶନ କରି ଫେରିଛନ୍ତି। ଏଠାରେ ଏକ ବଡ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିବା ବିଭାଗ ସୂତ୍ରରୁ ଜଣାଯାଇଛି । ତେବେ ବାରଣ ସତ୍ତ୍ୱେ ଏହି ବିପଦସଙ୍କୁଳ ପୋଲ ଉପରେ ଭାରୀଯାନ ଚଳାଚଳ କରୁଥିବାରୁ ସମସ୍ୟା ମୁଣ୍ଡ ଟେକିଛି । ଭାରୀଯାନ ଚଳାଚଳ ବନ୍ଦ ନ ହେଲେ ପୋଲଟି ଭୁଶୁୁଡି ପଡିବା ସହିତ ସମସ୍ୟା ଦ୍ୱିଗୁଣିତ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ପୋଲଟି ୪୦ ବର୍ଷ ତଳେ ନିର୍ମାଣ ହୋଇଥିବାବେଳେ ଏହାର ଉଚ୍ଚତା ମଧ୍ୟ ବହୁତ କମ୍‌ । ଏହି ପୋଲ ଉପରେ ଦିନ ରାତି ଭାରୀଯାନ ଚଳାଚଳ କରୁଛି। ଏହିି ରାସ୍ତା ଦେଇ ଯାଇଥିବା କଳମଗଡିଆ ସାରୀଶୁଆ ଅଞ୍ଚଳର ଖାଦାନରୁ ଟ୍ରକ ଓ ଡମ୍ପର ଯୋଗେ ପ୍ରତିଦିନ ପଥର ଚୋରା ଚାଲାଣ ହେଉଛି । ଯାହାକି ପୋଲ ଦବିବାର ଏକ ପ୍ରମୁଖ କାରଣ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ପୋଲର ଉଚ୍ଚତା କମ୍‌ ଥିବାରୁ ନଦୀରେ ପାଣି ଆସିଲେ କିମ୍ବା ସୋନ ମଧ୍ୟମ ଜଳସେଚନ ପ୍ରକଳ୍ପର ଏକାଧିକ ଗେଟ ଖୋଲିଲେ ଉକ୍ତ ପୋଲଟି ପାଣିରେ ବୁଡି ଯାଇଥାଏ । ଫଳରେ ଡ୍ୟାମ ଜଳର ପ୍ରଖର ସ୍ରୋତ ମଧ୍ୟ ପୋଲ ଦବିବା ଓ ଫାଟ ସୃଷ୍ଟି ହେବାର ଅନ୍ୟ ଏକ କାରଣ ହୋଇପାରେ ବୋଲି କୁହାଯାଉଛି। ଏହି ରାସ୍ତାଟି କପ୍ତିପଦା ବ୍ଲକ୍‌ ମୁଖ୍ୟାଳୟ ସହିତ ସହିତ ସଂଯୋଗ ହୋଇଛି । ଯଦି ପୋଲଟି ଭୁଶୁଡ଼ି ପଡେ ତେବେ ୬ଟି ପଞ୍ଚାୟତକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବା ସହିତ ପ୍ରାୟ ୪୦ ହଜାର ଜନସାଧାରଣ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ରାସ୍ତାଟି ବାଲେଶ୍ୱର, ଔପଦା, ସୋର ଓ ଭଦ୍ରକକୁ ସଂଯୋଗ କରୁଥିବା ବେଳେ ଲୋକେ କଟକ, ଭୂବନେଶ୍ୱର ମଧ୍ୟ ଏହି ରାସ୍ତା ଦେଇ ଯାଇଥାନ୍ତି । ଏଠାରେ ଏକ ବଡ ପୋଲ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲେ ହେଁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri