ମହାରାଷ୍ଟ୍ରରେ ବଢିବ ଲକ୍‌ଡାଉନ ଅବଧି !

ମୁମ୍ବାଇ,୩୦।୫: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏବେ ମହାରାଷ୍ଟ୍ରର ସ୍ଥିତି ସବୁଠାରୁ ଉଦ୍‌ବେଗଜନକ ରହିଛି। ଏଠାରେ ପ୍ରତିଦିନ ଶହ ଶହ ଲୋକ କରୋନାରେ ଆକ୍ରାନ୍ତ ହେଉଥିବାରୁ ଆଗକୁ ମୁମ୍ବାଇ ଓ ପୁନେ ଭଳି ହଟ୍‌ସ୍ପଟରେ ଲକ୍‌ଡାଉନ ଅବଧି ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ଅବଶ୍ୟ ଏ ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାମାନ୍ୟ ସୂଚନା ଦେଇଛନ୍ତି। ଠାକରେ କହିଛନ୍ତି ଆଗାମୀ ୧୫ ଦିନ ଆମ ପାଇଁ ବେଶ୍‌ କ୍ଷତିକାରକ। ଏହି ସମୟରେ ପ୍ରତିଟି ନାଗରିକ କରୋନା ସହ ଲଢିବା ସମୟରେ ଅଧିକ ସାବଧାନତା ଅବଲମ୍ବନ କରିବା ଦରକାର। ଏପଟେ ଆଉ ଗୋଟିଏ ଦିନପରେ ଲକ୍‌ଡାଉନ ୪.୦ର ଅବଧି ସରି ଆସିଥିବା ବେଳେ ଏପଟେ କିନ୍ତୁ କରୋନା ସଂକ୍ରମଣ କମ୍‌ ହେବାର ନାଁ ନେଉନି। ତେଣୁ ଉଦ୍ଧବ କହିଛନ୍ତି ନୂଆ ଲକ୍‌ଡାଉନକୁ ନେଇ କେନ୍ଦ୍ର ସରକାର ଗାଇଡ ଲାଇନ ଜାରି କରିସାରିବା ପରେ ରାଜ୍ୟ ସରକାର ତାଙ୍କର ଯୋଜନା ବିଷୟରେ ଉଲ୍ଲେଖ କରିପାରନ୍ତି। ଏଥିରୁ ଅନୁମାନ କରାଯାଉଛି କି ମୁଖ୍ୟମନ୍ତ୍ରୀ ଠାକରେ ମହାରାଷ୍ଟ୍ରରେ ଲକ୍‌ଡାଉନ ଅବଧି ବୃଦ୍ଧି କରିପାରନ୍ତି। ଅନ୍ୟପଟେ ସେ କହିଛନ୍ତି ଏବେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ହେଲେ ଆଗାମୀ ୧୫ ଦିନ ଯଦି ଆମେ ସାବଧାନ ନ ରହୁ ତେବେ ଏହାର ଓଲଟା ପ୍ରଭାବ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ ହଜାର ଅତିକ୍ରମ କରି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୧ ହଜାର ଅତିକ୍ରମ କରି ସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବାକ୍ସ ଧରି ରାଜ୍ୟପାଳଙ୍କ ଅଫିସ୍‌ରେ ପହଞ୍ଚିଲେ ତାମିଲନାଡୁ ଭାଜପା ଅଧ୍ୟକ୍ଷ

ଚେନ୍ନାଇ,୨୬।୭: ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ ଆନ୍ନାମଲାଇ ଏକ ବଡ଼ ବାକ୍ସ ନେଇ ରାଜ୍ୟପାଳଙ୍କ ଅଫିସ୍‌ରେ ପହଞ୍ଚିଛନ୍ତି। ଏହି ବାକ୍ସରେ ‘ଡିଏମକେ ଫାଇଲ୍ସ ପାର୍ଟ-୨’ ରହିଛି।...

ଦରଦାମ ବୃଦ୍ଧିକୁ ନେଇ ବିରୋଧ ପ୍ରଦର୍ଶନ: ଶଗଡ଼ ଗାଡିରେ ବିଧାନସଭା ପହଞ୍ଚିଲେ ଡିକେ ଶିବକୁମାର, ସିଦ୍ଧରମୈୟା

ବେଙ୍ଗାଲୁରୁ,୧୩ ।୯: କର୍ନାଟକ କଂଗ୍ରେସର ବଡ ବଡ ନେତାମାନେ ପେଟ୍ରୋଲ-ଡିଜେଲ ଓ ରୋଷେଇ ଗ୍ୟାସର ଦରବୃଦ୍ଧିକୁ ବିରୋଧ କରି ସୋମବାର ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)...

ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ,୨୭।୬: ପୁଣି ଅଢୁଆରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ସେ ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ। ସୋମବାର ଦିଲ୍ଲୀର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ...

ନିର୍ବାଚନ ପ୍ରଚାର ଦାୟିତ୍ୱରେ ରହିବେ ବସୁନ୍ଧରା: ଅରୁଣ ସିଂ

ଜୟପୁର,୧୭ା୮: ରାଜସ୍ଥାନ ବିଧାନସଭା ନିର୍ବାଚନ ଲାଗି ଭାଜପା ଦୁଇଟି ମୁଖ୍ୟ ନିର୍ବାଚନ କମିଟି ଗଠନ କରିଛି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ କୌଣସି କମିଟିରେ...

ଏଲନ ମସ୍କଙ୍କୁ ଟୁଇଟର ବୋର୍ଡରେ ନିଯୁକ୍ତି

ନୂଆଦିଲ୍ଲୀ,୫।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ସହ ଯୋଡ଼ି ହୋଇଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ ମସ୍କ। ତାଙ୍କୁ ଟୁଇଟର...

ଧ୍ୱଂସ ହେବ ଆତଙ୍କବାଦୀ ଶିବିର: ସତ୍ୟପାଲ ମଲିକ

ଜମ୍ମୁ,୨୧।୧୦: ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ଭାରତୀୟ ସେନା ଯେଉଁ ତୋପ ବ୍ୟବହାର କରିଥିଲା ତାକୁ ନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ...

ମୋଦିଙ୍କ ଶିକାର ହେଲେ ୟେଦୁରପ୍ପା: କଂଗ୍ରେସ

ନୂଆଦିଲ୍ଲୀ,୨୬ ।୭: କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଏସ୍ ୟେଦୁରପ୍ପା । ଏବେ ଏହାକୁ ନେଇ ବିରୋଧି କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ...

ଆଖୁ ଚାଷୀଙ୍କ ପାଇଁ ବଡ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୧୨: ଆଖୁ ଚାଷୀଙ୍କ ପାଇଁ ବୁଧବାର ବଡ ଘୋଷଣା କରିଚନ୍ତି କେନ୍ଦ୍ର ସରକାର। ଆଖୁ ଚାଷୀମାନଙ୍କୁ ୩୫୦୦ କୋଟି ଟଙ୍କା ରପ୍ତାନି ସବସିଡି, ୧୮ ହଜାର...

Advertisement
Archives

Model This Week