ମହାମାରୀ ଓ ପ୍ରାଥମିକ ଶିକ୍ଷା

ଲୋକନାଥ ପଣ୍ଡା

ଗତ ମାର୍ଚ୍ଚ ମାସରୁ କୋଭିଡ କଟକଣା ହେତୁ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଛି। କୋଭିଡ ମହାମାରୀ ପରିପ୍ରେକ୍ଷୀରେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ପ୍ରୟାସ ଚାଲିଛି। ଅବଶ୍ୟ କୁହାଯାଇପାରେ ଯେ, ସରକାରୀ ବ୍ୟବସ୍ଥାରେ ଏବଂ ମୁଖ୍ୟତଃ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲ ବ୍ୟବସ୍ଥାରେ ଯେଉଁମାନେ ବା ଯେଉଁ ଶିଶୁମାନେ ହିତାଧିକାରୀ, ସେମାନଙ୍କ ନିମନ୍ତେ ବିଶେଷ କିଛି ସୁଯୋଗ ନାହିଁ! ଅବଶ୍ୟ ସରକାରଙ୍କ ତରଫରୁ ସ୍ବତନ୍ତ୍ର ବିଦ୍ୟାଳୟ ବା ମଡେଲ ସ୍କୁଲର ପିଲାଙ୍କ ପାଇଁ ନିୟମିତ ଭାବରେ ଅନ୍‌ଲାଇନରେ ପାଠପଢ଼ା ହେଉଛି। କିନ୍ତୁ ସମ୍ବିଧାନ ଅନୁସାରେ ସମାଜର ଅବହେଳିତ,ପଛୁଆ,ତଥା ଅନୁସୂଚିତ ଜାତି ଓ ଜନଜାତିର ଶିଶୁ, ଯେଉଁ ପରିବାର ଆର୍ଥିକ ଦିଗରୁ ଅନଗ୍ରସର କିମ୍ବା ଯେଉଁଠି ବିକାଶ ପହଞ୍ଚତ୍ପାରିନାହିଁ, ସେହି ଅଞ୍ଚଳର ଶିଶୁମାନେ ଶିକ୍ଷା ପାଇବାରୁ ବଞ୍ଚତ୍ତ ହେଉଛନ୍ତି ା
ଅନେକ କ୍ଷେତ୍ରରେ ଅନ୍‌ଲାଇନ ପାଠପଢ଼ା କିଛିମାତ୍ରାରେ ସହାୟକ ହେଉଛି। ଏହା ମୁଖ୍ୟତଃ ଉଚ୍ଚ ବର୍ଗ, ବେସରକାରୀ ବିଦ୍ୟାଳୟ ଯେଉଁଠି ଅଧିକ ମାତ୍ରାରେ ଫି ନେଉଛନ୍ତି, ଯେଉଁ ମାତାପିତା ଅଧିକ ମାତ୍ରାରେ ନିଜର ଶିଶୁଙ୍କ ଶିକ୍ଷା ପାଇଁ ଅର୍ଥ ଖର୍ଚ୍ଚ କରିବା ଲାଗି ଉଦ୍ୟମ କରୁଛନ୍ତି, ସେମାନଙ୍କ ନିମନ୍ତେ ଶିକ୍ଷା କାର୍ଯ୍ୟକ୍ରମ ଚାଲିଛି।
ସବୁଠାରୁ ଅସୁବିଧା ହେଲା, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍ଥିତି। ଅନେକ ସମୟରେ ନେଟ୍‌ୱାର୍କ ରହିବାରେ ଅସୁବିଧା ରହୁଛି, ଯଦି ରହୁଛି, ଅନେକ ସମୟରେ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହେଉଛି। ଏହା କେବଳ ଥିବାବାଲାଙ୍କ ସ୍ଥିତି। ଅନେକ ପରିବାରର ତ’ ଆଣ୍ଡ୍ରଏଡ଼ ଫୋନ କିଣିବା ପାଇଁ ସମ୍ବଳ ନାହିଁ। ଯଦି ଫୋନ୍‌ କିଣୁଛନ୍ତି, ତେବେ ଫୋନ୍‌ ରିଚାର୍ଜ ପାଇଁ ମାସିକ ଫି ବଢ଼ିଲାଣି। ଏହି ପରିପ୍ରେକ୍ଷୀରେ ଶିକ୍ଷାର ସ୍ଥିତି ସମସ୍ତଙ୍କର ଚିନ୍ତାର ବିଷୟ ପାଲଟିଛି। ଗାଁ ଗଣ୍ଡାରେ ନିୟମିତ ବିଦ୍ୟୁତ୍‌ ରହିବାରେ କିଛି ନିଶ୍ଚିତତା ନାହିଁ!
ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଅନ୍‌ଲାଇନ ପାଠପଢ଼ାର ସମସ୍ୟାକୁ ହୃଦୟଙ୍ଗମ କରି ଶିକ୍ଷକମାନଙ୍କୁ ନିବେଦନ କରିବା ସହିତ ପରାମର୍ଶ ଦେଇଥିଲେ। ମନ୍ତ୍ରୀ ଆଦିବାସୀ ଅଞ୍ଚଳର ହୋଇଥିବାରୁ ନିଜେ ନିଜ ଅନୁଭୂତିକୁ ନେଇ ଗ୍ରାମରେ ଶିକ୍ଷକଙ୍କୁ ଶିକ୍ଷାଦାନ ନିମନ୍ତେ ପରାମର୍ଶ ଦେବା ସହ ନିବେଦନ ମଧ୍ୟ କଲେ। ଦୁଇ ତିନି ସପ୍ତାହ କିଛି ମାତ୍ରାରେ ଚାଲିଲା। ସରକାର ଓ ୟୁନିସେଫର ମିଳିତ ଉଦ୍ୟମରେ ଲକ୍‌ଡାଉନ ସମୟରେ ଶିକ୍ଷକଙ୍କୁ ଗ୍ରାମକୁ ଯାଇ ଶିକ୍ଷାଦାନ କରିବା ପାଇଁ ବ୍ୟବସ୍ଥା ହେଲା। ଶିକ୍ଷକମାନେ ଗାଁକୁ ଗଲେ, ପିଲାଙ୍କ ସହ ଆଲୋଚନା କଲେ। ଶିଶୁମାନେ କିଛିମାତ୍ରାରେ ଶିକ୍ଷା ପ୍ରତି ଆଗ୍ରହ ଦେଖାଇଲେ ା କିନ୍ତୁ ଏହାପରେ ବନ୍ଦ ହୋଇଗଲା। ପରବର୍ତ୍ତୀ ସମୟରେ ପୁଣି ଥରେ ସରକାରଙ୍କ ତରଫରୁ ଗାଁକୁ ଯାଇ ଶିଶୁମାନଙ୍କୁ କୋଭିଡ ଗାଇଡ୍‌ ଲାଇନ ଅନୁସାରେ ଶିକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦିଆଗଲା। କିନ୍ତୁ ଶିକ୍ଷକମାନେ ଗାଁକୁ ଯାଇ ଶିକ୍ଷାଦାନ କରିବା ପାଇଁ ମନାକଲେ ବୋଲି ଖବରକାଗଜରେ ଖବର ପ୍ରକାଶିତ ହେଲା।
ଅବଶ୍ୟ ଗତ ମେ- ଜୁନ୍‌ ମାସରୁ ଅନେକ ଗ୍ରାମରେ ସ୍ବେଚ୍ଛାକୃତ ଭାବରେ କେତେକ ଯୁବକ, ଶିକ୍ଷକ କିଛି ମାତ୍ରାରେ ନିଜ ନିଜ ଗ୍ରାମରେ ଶିକ୍ଷାଦାନ କରୁଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାର ଦେଖାଯାଉଛି। କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ଆଦିବାସୀ ଅଞ୍ଚଳରେ ଏହିଭଳି କିଛି କାର୍ଯ୍ୟକ୍ରମ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଗାଁ ସ୍ତରରେ ସ୍ଥାନୀୟ ପଢ଼ୁଆ ଯୁବକଙ୍କୁ ବୁଝାଇ, ସେମାନଙ୍କ ମଧ୍ୟରେ ଗାଁ, ସମାଜ, ଶିଶୁଙ୍କ ନିମନ୍ତେ କିଛି କରିବା ପାଇଁ ଭାବନା ସୃଷ୍ଟି କରିଛନ୍ତି। ଫଳରେ ଅନେକ ପାଠୁଆ ଯୁବକ ଶିକ୍ଷାଦାନ ନିମନ୍ତେ ବାହାରିଛନ୍ତି ଏବଂ ଗ୍ରାମର ଶିଶୁମାନଙ୍କୁ ଶିକ୍ଷା ଦେବାରେ ନିଜକୁ ନିୟୋଜିତ କରୁଛନ୍ତି ା କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର ସ୍ଥିତି ଖରାପ ଥିବାବେଳେ ମଧ୍ୟ ସେମାନେ କିଛି ସମାଜ ପାଇଁ କାର୍ଯ୍ୟ କରୁଛନ୍ତି।
ନିକଟରେ ରାୟଗଡ଼ ଜିଲା ଓ ରାୟଗଡ଼ ବ୍ଲକର କୁମ୍ବିକୋଟା ପଞ୍ଚାୟତର ହିରଣପାଡ଼ୁ ଗ୍ରାମକୁ ଯିବାର ସୁଯୋଗ ପାଇଥିଲି। ସେହି ଗ୍ରାମର ପାଠୁଆ ଯୁବକ ଲଦି ମାଣ୍ଡାଙ୍ଗି ଶିକ୍ଷାଦାନ କରୁଛନ୍ତି ା ସେ +୩ କଳା ପଢ଼ିଛନ୍ତି ଓ ଓଡ଼ିଆ ସହିତ ମାତୃଭାଷା ‘କୁଇ’ରେ ଶିକ୍ଷାଦାନ କରୁଛନ୍ତି ା ବଡ଼ କଥା ହେଲା, ତାଙ୍କ କେନ୍ଦ୍ରକୁ ଆସୁଥିବା ଶିଶୁମାନଙ୍କ ମଧ୍ୟରେ ଅନେକ ବାଳିକା। ବାଳିକାମାନେ ଶିକ୍ଷା ନିମନ୍ତେ ଆଗ୍ରହ ଦେଖାଉଛନ୍ତି। ଗ୍ରାମବାସୀ ଆବଶ୍ୟକ ସ୍ଥଳେ ସହାୟତା ଯୋଗାଇ ଦେଉଛନ୍ତି। ପାଞ୍ଚବର୍ଷରୁ ଆରମ୍ଭ କରି ୧୪ ବର୍ଷ ପର୍ଯ୍ୟନ୍ତ ଆଗ୍ରହୀ ଶିଶୁ କେନ୍ଦ୍ରକୁ ଆସୁଛନ୍ତି। କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ସ୍ବେଚ୍ଛାସେବୀ ଜଣକ ପ୍ରଥମରୁ ପଞ୍ଚମ ସନ୍ଧ୍ୟା ୫ଟାରୁ ୭ଟା ଯାଏ ଶିକ୍ଷାଦାନ କରିବା ସହ ୭ଟାରୁ ୯ଟା ପର୍ଯ୍ୟନ୍ତ ଷଷ୍ଠରୁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରୁଛନ୍ତି। ପ୍ରାଥମିକ ଶ୍ରେଣୀ ତଥା ପ୍ରଥମରୁ ପଞ୍ଚମ ଶ୍ରେଣୀ ଶିଶୁମାନଙ୍କୁ ଦଳ କରିଛନ୍ତି, ସେମାନଙ୍କ ଷ୍ଟାଣ୍ଡାର୍ଡ ବା ସେମାନଙ୍କ ଶିକ୍ଷାର ସ୍ଥିତିକୁ ନେଇ ଦଳରେ ବସାଉଛନ୍ତି। କେନ୍ଦ୍ରଟି ଗ୍ରାମ୍ୟ ଗୋଷ୍ଠୀ କେନ୍ଦ୍ରରେ ଚାଲୁଅଛି।
ମୁଁ କିଛି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲି। ସେମାନେ ପ୍ରକାଶ କରିଥିଲେ ଯେ,ଗତ ଦୁଇମାସ ହେଲା ଯୁବକ ଜଣକ ନିୟମିତ ଶିକ୍ଷାଦାନ କରୁଛନ୍ତି। ଶିଶୁମାନଙ୍କର ଆଗ୍ରହ ବେଶ୍‌ ରହିଛି। ଗତ କିଛିମାସ ହେଲା ସ୍କୁଲ ବନ୍ଦ ହେବା ହେତୁ, ଆମ ପିଲାମାନେ ପାଠ ପଢ଼ିପାରୁନାହନ୍ତି। ମଝିରେ ମାଷ୍ଟରମାନେ ଆସିଥିଲେ ସ୍କୁଲ ଖୋଲିବା ପାଇଁ। ସଫାସୁତୁରା କଲେ।
ସ୍କୁଲ ଖୋଲା ହେଲାନାହିଁ। ଏହିଭଳି ସମୟରେ ଆମକୁ, ଆମ ଗାଁର ଶିଶୁମାନଙ୍କୁ ଶିକ୍ଷାଦାନ କରିବା ଏକ ସାହାରା ସୃଷ୍ଟି ହୋଇଛି ବୋଲି ମତ ଦେଇଥିଲେ।
ଲଦି ମଣ୍ଡାଙ୍ଗି ଜଣେ ଆଦିବାସୀ ଯୁବକ। ସେ ନିୟମିତ ଭାବରେ ରାୟଗଡ଼ ଜିଲାସ୍ଥିତ କାଶୀପୁର ବ୍ଲକର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ତାଲିମ ପାଉଛନ୍ତି। ତାଲିମ ନେବା ସମୟରେ ସ୍ବେଚ୍ଛାସେବୀ ଶିକ୍ଷକମାନେ ଶିକ୍ଷାଦାନ ପ୍ରଣାଳୀ ଶିକ୍ଷାଲାଭ କରୁଛନ୍ତି।
ବଡ଼ କଥା ହେଲା, ସେମାନେ ତାଲିମରେ ହେଉ କିମ୍ବା ଅନୁଷ୍ଠାନର ସମ୍ପର୍କରେ ହେଉ, ନିଜ ଗ୍ରାମର ଶିଶୁମାନଙ୍କୁ ଶିକ୍ଷାଦାନ ନିମନ୍ତେ ସେମାନଙ୍କ ମନରେ ଉତ୍ସାହ ଓ ଆଗ୍ରହ ସୃଷ୍ଟି ହୋଇଛି। ଗୋଷ୍ଠୀର ମଧ୍ୟ ବେଶ୍‌ ସହଭାଗିତା ରହିଛି ଓ ସବୁ କ୍ଷେତ୍ରରେ ଶିକ୍ଷାଦାନ ନିମନ୍ତେ ସହାୟତା କରୁଛନ୍ତି। ଗୋଷ୍ଠୀ କେନ୍ଦ୍ରକୁ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ବ୍ୟବସ୍ଥା କରିଛନ୍ତି ା
ପ୍ରାୟ ୨୦ଟି ଗ୍ରାମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଏହିଭଳି ସାନ୍ଧ୍ୟ ଶିକ୍ଷା କେନ୍ଦ୍ର ଚାଲିଛି। ଅନେକ ସ୍ଥାନରେ ଗୋଷ୍ଠୀ କେନ୍ଦ୍ରରେ ଚାଲୁଥିବା ଗ୍ରାମବାସୀଙ୍କ ସୁବିଧା ମୁତାବକ ସନ୍ଧ୍ୟାରେ ଶିକ୍ଷାକେନ୍ଦ୍ର ଚାଲୁଅଛି। ଗ୍ରାମର ଶିକ୍ଷିତ ଯୁବକ ହିଁ ଶିକ୍ଷାଦାନ ନିମନ୍ତେ ବାହାରୁଛନ୍ତି। ଯେଉଁ ଗ୍ରାମବାସୀ ଆଗ୍ରହ ଦେଖାଉଛନ୍ତି, ନିବେଦନ କରୁଛନ୍ତି ଏବଂ ଗ୍ରାମରେ ପାଠୁଆ ଯୁବକ କିମ୍ବା ଯୁବତୀ ଅଛନ୍ତି, ସେମାନଙ୍କୁ ନିର୍ବାଚିତ କରୁଛନ୍ତି ା ଏହି ଅନୁଷ୍ଠାନ ତରଫରୁ ପ୍ରାୟତଃ ମାସିକ ଅତି କମରେ ଦୁଇଥର ତାଲିମ, ସମୀକ୍ଷା ଆଦି ହେଉଛି। ସ୍ବେଚ୍ଛାସେବୀମାନେ ନିୟମିତ ଭାବରେ କିପରି ଶିକ୍ଷାଦାନ ହେବ, ଶିକ୍ଷା ଦେବା ବେଳେ କ’ଣ କ’ଣ ଅସୁବିଧା ରହୁଛି, ସେ ସମ୍ପର୍କରେ କାଶୀପୁରସ୍ଥିତ ମୁକ୍ତ ଜ୍ଞାନ କୁଟୀରର ଅଭିଜ୍ଞ ଶିକ୍ଷୟିତ୍ରୀ, ଶିକ୍ଷକ, ସାମାଜିକ କର୍ମୀଙ୍କ ସହ ଏକାଠି ହୋଇ ଶିକ୍ଷାକୁ ନେଇ ତାଲିମ, କର୍ମଶାଳା, ସମୀକ୍ଷା ଆଦି ହେଉଛି। ଯାହା ଶିକ୍ଷାଦାନ ବେଳେ ଅସୁବିଧା ହେଉଛି, ତାହାର ନିରାକରଣ ନିମନ୍ତେ ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ସମାଧାନ କରୁଛନ୍ତି, ପୁଣି ଫେରୁଛନ୍ତି କାର୍ଯ୍ୟକ୍ଷେତ୍ରକୁ।
ସମୟ ଥିଲା, ସନ୍ଧ୍ୟାରେ ଅନେକ ବିଦ୍ୟାଳୟ ଚାଲୁଥିଲା। ଅନେକ ଅଣଆନୁଷ୍ଠାନିକ ଶିକ୍ଷା, ସୃଜନାତ୍ମକ କେନ୍ଦ୍ର, ବିକଳ୍ପ ଶିକ୍ଷା କେନ୍ଦ୍ର, ଆଦି ସନ୍ଧ୍ୟାରେ ବିଭିନ୍ନ କେନ୍ଦ୍ର ଚାଲୁଥିଲା। ପର୍ଯ୍ୟାୟ କ୍ରମେ ଶିକ୍ଷା ଅଧିକାର ହେଉ କିମ୍ବା ପୂର୍ବରୁ ଶିକ୍ଷାରେ ସମତୁଲତା ଆଣିବା ନେଇ ଆନୁଷ୍ଠାନିକ ଶିକ୍ଷାକୁ ଗୁରୁତ୍ୱ ଦିଆଗଲା। ବିଦ୍ୟାଳୟ ଅନେକ ମାତ୍ରାରେ ଖୋଲାଗଲା। ବର୍ତ୍ତମାନ ପ୍ରତିବର୍ଷ ବିଦ୍ୟାଳୟ ବନ୍ଦ ହେବାରେ ଲାଗିଛି! ନିକଟରେ ସରକାରଙ୍କ ଦ୍ୱାରା ପରିଚାଳିତ ୧୪,୦୦୦ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବାକୁ ଯାଉଛି ବୋଲି ଖବରକାଗଜରେ ପ୍ରକାଶିତ ହୋଇଥିଲା। ଦୁଃଖର ବିଷୟ ବିଦ୍ୟାଳୟ ବନ୍ଦ ହେବା ଏବଂ ବିଦ୍ୟାଳୟରୁ ଶିଶୁ କାହିଁକି କମୁଛନ୍ତି, ଏ ସମ୍ପର୍କରେ ଅଧିକ ବିତର୍କ ହେଉନାହିଁ। ସ୍କୁଲ ବନ୍ଦ ହେବା ଦ୍ୱାରା କ’ଣ ଅସୁବିଧା ସୃଷ୍ଟି ହେବ, ସେ ସମ୍ପର୍କରେ ମଧ୍ୟ ଅତି ଗଭୀରକୁ ଯାଇ କେହି ଚିନ୍ତା କରୁନାହାନ୍ତି।
ବର୍ତ୍ତମାନ ପରିପ୍ରେକ୍ଷୀରେ ସମୟ ଆସିଛି ଆନୁଷ୍ଠାନିକ ଶିକ୍ଷା ସହିତ ଅଣଆନୁଷ୍ଠାନିକ ଶିକ୍ଷାକୁ ଗୁରୁତ୍ୱ ଦେବା ପାଇଁ ା ସମୟ ଆସିଛି ଗୋଷ୍ଠୀ ଶିଶୁ ଓ ଯୁବବର୍ଗଙ୍କୁ ଶିକ୍ଷା ଏବଂ ଉପଯୁକ୍ତ ମାର୍ଗଦର୍ଶନ ଦେବା ପାଇଁ ଏବଂ ଅନୁକୂଳ ପରିବେଶଟିଏ ଯୋଗାଇ ଦେବା ଲାଗି। ସମୟ ଆସିଛି ଯୁବ ବର୍ଗ ଏବଂ ଗ୍ରାମର ମୁଖିଆମାନେ ଗ୍ରାମକୁ ଦିଗ୍‌ଦର୍ଶନ ଦେବେ। ଶିଶୁ ଓ ଯୁବବର୍ଗଙ୍କୁ ଉପଯୁକ୍ତ ଶିକ୍ଷା ଦେବେ, ଯାହାକି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବ। ସେମାନେ କୃଷିରେ ସ୍ବାବଲମ୍ବୀ ହୋଇପାରିବେ। ଯେଉଁ ଅନୁଷ୍ଠାନ, ସ୍ବେଚ୍ଛାସେବୀ, ଯୁବ ବର୍ଗ, ଶିକ୍ଷକ, ଶିକ୍ଷାବିତ୍‌, ସାମାଜିକ କର୍ମୀ ପ୍ରମୁଖ କରୋନା ମହାମାରୀରେ ବିଦ୍ୟାଳୟ ବନ୍ଦ ହେବା ସମୟରେ ଶିଶୁଙ୍କ ଶିକ୍ଷାଦୀକ୍ଷା, ଆତ୍ମନିର୍ମାଣ ଏବଂ ମାନସିକ ଭାରାକ୍ରାନ୍ତକୁ ଦୂର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି, ସେମାନଙ୍କୁ ଧନ୍ୟବାଦ।
୪ର୍ଥ ଗଳି, ରାଣୀଗୁଡ଼ା, ରାୟଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri