ମହାପ୍ରଭୁଙ୍କ ଟଙ୍କାରେ ମଉଜ

ପୁରୀ ଅଫିସ, ୮।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ ଜାରି କରିଛି କଟକଣା। ଏହି ବ୍ୟାଙ୍କର ଦୁର୍ବଳ ଆର୍ଥତ୍କ ସ୍ଥିତି ଯୋଗୁ ଆର୍‌ବିଆଇ ଏଭଳି ପଦକ୍ଷେପ ନେଇଛି। ୟେସ୍‌ ବ୍ୟାଙ୍କର ଏପରି ସ୍ଥିିିତି ଯୋଗୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୯୨ (୫୪୫ କୋଟି ସ୍ଥାୟୀ ଜମା ଓ ୪୭କୋଟି ଫ୍ଲେକ୍ସି ଜମା) କୋଟି ଟଙ୍କା ଆଶଙ୍କାରେ ରହିଛି। ମହାପ୍ରଭୁଙ୍କ ଏତେ ଗୁଡ଼ାଏ ଟଙ୍କା ଫେରି ପାଇବା ନେଇ ବୁଦ୍ଧିଜୀବୀ, ଅର୍ଥନୀତିଜ୍ଞ, ସେବାୟତ, ଭକ୍ତଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୩୦ଦିନ ମଧ୍ୟରେ ୟେସ୍‌ ବ୍ୟାଙ୍କରୁ ଜଣେ ଗ୍ରାହକ ସର୍ବାଧିକ ୫୦ହଜାର ଟଙ୍କା ଉଠାଣ କରିପାରିବେ ବୋଲି ଆରବିଆଇ ଘୋଷଣା କରିବା ପରେ ଅସନ୍ତୋଷ ତେଜିଛି। କାରଣ ଏହି ବ୍ୟାଙ୍କରେ ମହାପ୍ରଭୁଙ୍କ ୫୯୨ କୋଟି ରଖାଯାଇଛି। ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟିର କେହି ବି ମୁହଁ ଖୋଲିବାକୁ ନାରାଜ। ମହାପ୍ରଭୁଙ୍କ ଟଙ୍କା ଘରୋଇ ବ୍ୟାଙ୍କକୁ ଯିବା ପଛରେ କେତେଜଣ ଅଧିକାରୀଙ୍କୁ ସନ୍ତୁଷ୍ଟ କରାଯାଇଛି। ଏକଥା ବିଭିନ୍ନ ଅଧିକାରୀ ଅବଗତ ଥିଲେ ମଧ୍ୟ ମୁହଁ ଖୋଲୁନାହାନ୍ତି। ଚଞ୍ଚକତା କରିଥିବା ଅଧିକାରୀଙ୍କ ବିରୋଧରେ ଏ ପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ପ୍ରକାର ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପ୍ରସଙ୍ଗକୁ ଅଧିକ ସନ୍ଦେହ ଘେରକୁ ଟାଣିଛି। ଜଣେ ବ୍ୟାଙ୍କ ଅଧିକାରୀଙ୍କ ମତରେ ଗତ ଦୁଇବର୍ଷ ତଳୁ ୟେସ ବ୍ୟାଙ୍କ ଦୁର୍ବଳ ଆର୍ଥତ୍କ ପରିସ୍ଥିତି ଦେଇ ଗତିକରୁଛି। ତଥାପି ଶ୍ରୀମନ୍ଦିର ପ୍ରଶାସନ ଏତେ ଗୁଡ଼ାଏ ଟଙ୍କା ଏହି ବ୍ୟାଙ୍କରେ ଜମା ଦେଇଥିଲା।

ଜଣେ ବରିଷ୍ଠ ସେବାୟତଙ୍କ କହିବାନୁଯାୟୀ ଗତ ଡିସେମ୍ବର ୨୦ରେ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସଦସ୍ୟମାନେ ହୋହଲ୍ଲା କରିଥିଲେ। କମିଟି ଏବଂ ଅର୍ଥ ସବ୍‌ କମିଟି ବିନା ଅନୁମୋଦନରେ କିପରି ମହାପ୍ରଭୁଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ ରଖାଗଲା ବୋଲି ସେବାୟତମାନେ ପ୍ରଶ୍ନ କରିଥିଲେ। ପୂର୍ବରୁ ଜାତୀୟକରଣ ବ୍ୟାଙ୍କରେ ଟଙ୍କା ରଖାଯାଉଥିବାବେଳେ ଘରୋଇ ବ୍ୟାଙ୍କରେ ଜମା ପାଇଁ କିଏ ଅନୁମତି ଦେଇଥିଲେ ବୋଲି ପ୍ରଶ୍ନ ଉଠିଥିଲା। ଗତ ଫେବୃୟାରୀ ୫ରେ ହୋଇଥିବା ପରିଚାଳନା କମିଟି ବୈଠକରେ ପୁନର୍ବାର ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ୟେସ୍‌ ବ୍ୟାଙ୍କରେ ଟଙ୍କା ଜମା କରିବା ପ୍ରସଙ୍ଗରେ ସମସ୍ତଙ୍କୁ ଅନ୍ଧାରରେ ରଖାଗଲା ବୋଲି ସେବାୟତ ଜଣକ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ପୁରୀ ଗଜପତି ମହାରାଜା ହେଉଛନ୍ତି ଏହି କମିଟିର ଅଧ୍ୟକ୍ଷ। ଆହୁରି ଉଲ୍ଲେଖ କରାଯାଇପାରେ ଯେ, ଏତେ ଅଧିକ ଅର୍ଥ ସମ୍ପର୍କିତ ନିଷ୍ପତ୍ତି ନେବା ପାଇଁ କୌଣସି ଜଣେ ବ୍ୟକ୍ତିର କ୍ଷମତା ରହି ନ ଥାଏ। ସେଥିପାଇଁ ପରିଚାଳନା କମିଟିର ଅଧ୍ୟକ୍ଷଙ୍କ ସହିତ ମନ୍ଦିର ପ୍ରଶାସକ, ଜିଲାସ୍ତରୀୟ ଉଚ୍ଚ ପଦସ୍ଥ ସରକାରୀ ଅଫିସର ଯେଉଁମାନେ କମିଟିର ସଦସ୍ୟ ଅଛନ୍ତି ଏବଂ ଅର୍ଥ ସବ୍‌ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ଦାୟୀ।

ସୂଚନା ଦିଆଯାଇପାରେ ଯେ, ଘରୋଇ ବ୍ୟାଙ୍କରେ ଜମା କରାଯାଉଥିବା ବିରାଟ ଅଙ୍କ ପାଇଁ ୟେସ୍‌ ବ୍ୟାଙ୍କ ଭଳି ସଂସ୍ଥା ଦଶମିକ ୧ କିମ୍ବା ଦଶମିକ ୨ ପ୍ରତିଶତ ଅଧିକ ସୁଧ ଯାଚୁଥାଇପାରନ୍ତି। କିନ୍ତୁ ସ୍ବଳ୍ପ ଲୋଭରେ ଏହି ନିଷ୍ପତ୍ତି ନିଆଯାଇଥିବାରୁ ଦୂରଦୃଷ୍ଟିର ଅଭାବ ଦେଖାଯାଉଛି। ଏଥିସହିତ ଘରୋଇ ବ୍ୟାଙ୍କରେ ଜମା ଦେଲେ ଗୋଟିଏ ଆର୍ଥିକ ବର୍ଷରେ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କୁ ଜମା ରହିଥିବା ପ୍ରତ୍ୟେକ ୧ କୋଟି ପାଇଁ ୧୦ ହଜାର ଟଙ୍କା ମିଳିଥାଏ। ଏହା ବ୍ୟାଙ୍କର ସୁଧହାରଠାରୁ ଭିନ୍ନ। ସେଥିପାଇଁ ସରକାରୀ କର୍ମଚାରୀମାନେ ସାଧାରଣରେ ଘରୋଇ ବ୍ୟାଙ୍କରେ ଟଙ୍କା ରଖି ଅଣାନୁଷ୍ଠାନିକ ଲାଭ ଉଠାଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?