ମହାପ୍ରଭୁଙ୍କ ଜମି ହିସାବ ବାଉଳା

ପୁରୀ ଅଫିସ,୨୬ା୨: ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ଜମି ହିସାବକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ସମୁଦାୟ ଜମି କେତେ, କେଉଁ କେଉଁ ଜାଗାରେ ରହିଛି, ସବୁ ଜମିର ହିସାବ ଅଛି କି ନାହିଁ ଏ ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା। ତେବେ ସବୁ ଜମିର ରେକର୍ଡ ଶ୍ରୀମନ୍ଦିର ପ୍ରଶାସନ ପାଖରେ ନ ଥିବା ଏବଂ ବେଆଇନ ଭାବେ ମହାପ୍ରଭୁଙ୍କ ଜମି ଜବରଦଖଲ ହୋଇଥିବା ନେଇ ମନ୍ତ୍ରୀ ତଥ୍ୟ ରଖିବା ପରେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିର ଯତ୍ନ ନେଇପାରୁ ନ ଥିବା ସରକାର କିପରି ସାଧାରଣ ଲୋକଙ୍କ ସମ୍ପତ୍ତିକୁ ସୁରକ୍ଷା ଦେଇପାରିବେ ସେ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ସେବାୟତ, ବୁଦ୍ଧିଜୀବୀ ଓ ଜଗନ୍ନାଥପ୍ରେମୀ।
ମଙ୍ଗଳବାର ବିଧାନସଭାରେ ଆଇନ ମନ୍ତ୍ରୀ ରଖିଥିବା ବିବୃତି ଅନୁଯାୟୀ, ଓଡ଼ିଶାର ୨୪ଟି ଜିଲାରେ ମହାପ୍ରଭୁଙ୍କର ୬୦୪୨୬.୯୪୩ ଏକର ଜମି ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୪୮୦୩.୦୧୩ ଏକର ଜମିର ଚୂଡ଼ାନ୍ତ ସ୍ବତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି। ତେବେ ମନ୍ତ୍ରୀଙ୍କ ଏହି ତଥ୍ୟ ପ୍ରଦାନ ପରେ ପ୍ରାୟ ୨୫ ହଜାର ଏକର ଜମିର ହିସାବ ସରକାରଙ୍କ ପାଖରେ ନ ଥିବା ସ୍ପଷ୍ଟ ହୋଇଛି। ଅପରପକ୍ଷେ ମହାପ୍ରଭୁଙ୍କ ଜମିକୁ ବେଆଇନ ଭାବେ ଜବରଦଖଲ କରିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରାଯାଇଛି। ଏହି ଜବରଦଖଲକୁ ଉଚ୍ଛେଦ କରାଯିବା ନିମନ୍ତେ ୮୬୪ଟି ମାମଲା ସମ୍ପୃକ୍ତ ତହସିଲଦାରଙ୍କ ନିକଟରେ ମନ୍ଦିର ପ୍ରଶାସନ ପକ୍ଷରୁ ଦାଏର କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏଭଳି ତଥ୍ୟ ଜଣାପଡିବା ପରେ ଶ୍ରୀମନ୍ଦିର ସେବାୟତ, ଜଗନ୍ନାଥପ୍ରେମୀ ଏବଂ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି। ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ଜମି ପ୍ରତି ସରକାର କେତେ ଯତ୍ନଶୀଳ ତାହା ଏଥିରୁ ସ୍ପଷ୍ଟ ହେଉଛି। କଟକ, ପୁରୀ, ଖୋର୍ଦ୍ଧା ସମେତ ବିଭିନ୍ନ ଜିଲାରେ ମହାପ୍ରଭୁଙ୍କ ସମ୍ପତ୍ତି ବହୁ ବଡ଼ବଡ଼ିଆ ମାଡ଼ି ବସିଛନ୍ତି। ସେଥିରେ ଘରଦ୍ୱାର କରିବା ସହ କେହି କେହି ଅନ୍ୟମାନଙ୍କୁ ଭଡ଼ା ବି ଦେଇଛନ୍ତି। ହେଲେ ସରକାର ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହାନ୍ତି। ତେଣୁ ମହାପ୍ରଭୁଙ୍କ ଜମି ମୁକ୍ତ ହୋଇପାରୁ ନ ଥିବାବେଳେ ଶ୍ରୀମନ୍ଦିରକୁ ମଧ୍ୟ ଟଙ୍କାଟିଏ ରାଜସ୍ବ ଆସୁନାହିଁ। ପୁରୀ ସହରର ବୁଦ୍ଧିଜୀବୀ ସରୋଜ କୁମାର ବେହେରା କହିଛନ୍ତି, ମହାପ୍ରଭୁଙ୍କ ଜମିର ହିସାବ ଠିକ୍‌ ଭାବେ ନ ରଖିବା ନିଶ୍ଚିତ ଦୁର୍ଭାଗ୍ୟଜନକ ବିଷୟ। ପ୍ରଥମରୁ ଠାକୁରଙ୍କ ଜମିକୁ ସୁରକ୍ଷା କାହିଁକି ଦିଆଗଲା ନାହିଁ। ବର୍ତ୍ତମାନ ଲୋକେ ଘରଦ୍ୱାର କରି ରହିଲା ପରେ ମହାପ୍ରଭୁଙ୍କ ଜମି କହି ସେମାନଙ୍କୁ ହଇରାଣ କରାଯାଉଛି। ସରକାରଙ୍କ ଅବହେଳାରୁ ଆଜି ଜମି ହିସାବ ବାଉଳା ରହିଛି ବୋଲି ସେ କହିଛନ୍ତି। ସରକାରଙ୍କ ପାଖରେ ଯଦି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସବୁ ଜମିର ହିସାବ ରହିଛି ତେବେ ଏହାର ରେକର୍ଡପତ୍ର କରାଯାଉ ନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ମହେଶ୍ୱର ପ୍ରଧାନ। ସେ କହିଛନ୍ତି ଏହା ଅବହେଳାକୁ ଦର୍ଶାଉଛି। ତେଣୁ ତୁରନ୍ତ ସମ୍ପୃକ୍ତ ଜିଲାପାଳମାନଙ୍କ ସହ ଯୋଗାଯୋଗ କରି ମହାପ୍ରଭୁଙ୍କ ସମ୍ପତ୍ତି ଉଦ୍ଧାର କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri