ମହାପ୍ରଭୁଙ୍କୁ ୧ କୋଟି ଦାନ

ପୁରୀ ଅଫିସ,୧୨ା୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଏବେ ସଂକଟରେ। ଏହି ଅର୍ଥ ଫେରିବ କି ନାହିଁ ତାକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ। ବିରୋଧ ଓ ପ୍ରତିବାଦ ଧାରା ଜାରି ରହିଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ବିକ୍ଷୋଭ, ଥାନା ଓ ଭିଜିଲାନ୍ସ ଅଫିସରେ ଅଭିଯୋଗ କରାଯାଇଛି। ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଏଭଳି ସ୍ଥିତିରେ ମହାପ୍ରଭୁଙ୍କୁ ମିଳିଛି ୧ କୋଟି ଟଙ୍କା ଦାନ, ଯାହାକି ଏବେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏପଟେ କେତେଜଣ ଅଧିକାରୀ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ମହାପ୍ରଭୁଙ୍କ ଟଙ୍କାକୁ ବିପଦକୁ ଠେଲି ଦେଇଥିବାବେଳେ ଆଉ କିଛି ବ୍ୟକ୍ତି ବା ଅନୁଷ୍ଠାନ ରହିଛନ୍ତି ଯେଉଁମାନେ ମହାପ୍ରଭୁଙ୍କ ପାଣ୍ଠି କିପରି ବୃଦ୍ଧି ପାଇବ ସେ ଚିନ୍ତା କରୁଛନ୍ତି।
ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଦର୍ଶନ ପରେ ମହାପ୍ରଭୁଙ୍କୁ ଦାନ ଦେଇଥାନ୍ତି। ହୁଣ୍ଡିରେ ଟଙ୍କା, ପଇସା, ସୁନା, ରୁପା ଇତ୍ୟାଦି ପକାଇଥାନ୍ତି। ଏତଦ୍‌ବ୍ୟତୀତ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଡୋନେଶନ ସେଲ୍‌ ରହିଛି। ଏଠାରେ ବି ଭକ୍ତମାନେ ଦାନ ଦେଇଥାନ୍ତି। ତେବେ ମଙ୍ଗଳବାର ମହାପ୍ରଭୁଙ୍କୁ କଳିଙ୍ଗ କମର୍ସିଆଲ କର୍ପୋରେଶନ ଲିମିଟେଡ ୧ କୋଟି ଟଙ୍କା ଦାନ ଦେଇଛି। ୫୦ ଲକ୍ଷ ଟଙ୍କା ଲେଖାଏ ଦୁଇଟି ଚେକ୍‌ ଡୋନେସନ ସେଲ୍‌ରେ ଦିଆଯାଇଥିବା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ନାବାଳିକା

ଚିତ୍ରକୋଣ୍ଡା,୧୨।୫: ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିତ୍ରକୋଣ୍ଡା ଅପରେଟର କଲୋନୀର ପଦ୍ମିନୀ କାନ୍ଦୁଲିଆ(୧୫)। ମିଳିଥିବା...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅବହେଳା: ଅଭିନବ ଉପାୟରେ ପ୍ରତିବାଦ

ବଲାଙ୍ଗୀର ଅଫିସ,୨୬।୭: କଳାହାଣ୍ଡି ଜିଲା ଭବାନୀପାଟଣାରୁ ବାହାରି ସୋମବାର କୋଶଳ ସ୍ବାଭିମାନ ପଦଯାତ୍ରା ବଲାଙ୍ଗୀର ସହରରେ ପହଞ୍ଚିଛି । ଏହି ଅବସରରେ କୋଶଳ ରାଜ୍ୟ ସମନ୍ବୟ...

ମହିଳାଙ୍କୁ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ

କଣିହଁ।,୨୬ା୫(ଡି.ଏନ.ଏ.) କାମ କରିବାକୁ ଯାଉଥିବା ଜଣେ ମହିଳାଙ୍କୁ ସୋମବାର ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଅନୁଗୋଳ...

ବାଲି ସଇରାତ ଲିଜ୍‌ ଦିଆଯିବନି

ଜଳେଶ୍ୱର, ୯।୨(ଡି.ଏନ୍‌.ଏ.) ବାଲେଶ୍ୱର ଜିଲା ଜଳେଶ୍ୱର ଦେଇ ବହିଯାଇଥିବା ସୁବର୍ଣ୍ଣରେଖା ନଦୀ ବାଲିର ଚାହିଦା ଅଧିକ ଥିବାରୁ ବେଆଇନ ଭାବେ ମାତ୍ରାଧିକ ଉତ୍ତୋଳନ କରାଯାଇ ଚୋରାଚାଲାଣ...

ବେଆଇନ ନିର୍ମାଣ ବିରୋଧରେ କୋର୍ଟରେ ମାମଲା

ପୁରୀ ଅଫିସ,୧୪।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ବେଆଇନ ଖନନ ଓ ନିର୍ମାଣକୁ ବିରୋଧ କରି ପୁରୀ ଓକିଲ ସଂଘ ପକ୍ଷରୁ ବୁଧବାର ଏସ୍‌ଡିଜେଏମ୍‌ କୋର୍ଟରେ...

ବଢ଼ିଲା ସଭ୍ୟ ସଂଖ୍ୟା, ମହିଳାଙ୍କୁ ଉପେକ୍ଷା

ସମ୍ବଲପୁର,୨୮ା୯(ଶୁଭାଶିଷ ପାଢ଼ୀ): ବିଧାୟକ ରୋହିତ ପୂଜାରୀ ସମ୍ବଲପୁର ଜିଲା ସଭାପତି ଭାବେ ଘୋଷଣା ହେବାର ଦିନକ ପରେ ବୁଧବାର ନୂତନ ଜିଲା କମିଟି ତାଲିକା ପ୍ରକାଶ...

ରାଜଧାନୀରେ ଫୁଟିଲା ବୋମା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ପୁଣି ଅଶାନ୍ତ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ଜଗନ୍ନାଥ ନଗରରେ ୨ଟି ବୋମାମାଡ଼ ହୋଇଛି। ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏଥିରେ କୌଣସି...

ଓଡ଼ିଶା-ଝାଡ଼ଖଣ୍ଡ ସୀମା ସିଲ୍‌: ରାଜପଥରେ ଅଟକି ରହିଛି ଶହ ଶହ ଭାରୀଯାନ

ବଡ଼ବିଲ,୨୫।୩(ସ୍ବ.ପ୍ର.): ଦେଶବ୍ୟାପୀ ମଙ୍ଗଳବାର ମଧ୍ୟରାତ୍ରିରୁ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ସେଥିପାଇଁ କେନ୍ଦୁଝର ଜିଲା ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତ ବଡ଼ବିଲରେ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ନେଇଛି।...

Advertisement
Archives

Model This Week