ମହାପ୍ରଭୁଙ୍କୁ ଦର୍ଶନ କଲେ ରବିଶଙ୍କର

ପୁରୀ ଅଫିସ,୭ା୩: ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍‌ ଲିଭିଙ୍ଗ୍‌ର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ରବିଶଙ୍କର ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ। ତାଙ୍କୁ ଉପଜିଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ରାଜସ୍ବ ପ୍ରଶାସକ ସୁବ୍ରତ କୁମାର ବେହେରା ପ୍ରମୁଖ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ। ଏହାପରେ ରବିଶଙ୍କର ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏଥିସହ ବେଢା ପରିସର ବିଭିନ୍ନ ଦେବଦେବୀ ମନ୍ଦିର ବୁଲି ଦେଖିଥିଲେ। ସ୍ନାନବେଦି ଉପରକୁ ଯାଇଥିଲେ। ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ଯେଉଁସବୁ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି ତାହାକୁ ପ୍ରଶଂସା କରିଥିଲେ ରବିଶଙ୍କର। ପ୍ରାୟ ୧ ଘଣ୍ଟା ମନ୍ଦିରରେ ବିତାଇବା ଫରେ ଫେରିଯାଇଥିଲେ ଏହି ଆଧ୍ୟାତ୍ମିକ ଗୁରୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ଶାସନ ଆସିବ ବୋଲି ଆଶା ସୃଷ୍ଟି କରାଅ

ଭୁବନେଶ୍ବର,୧।୧୦(ବ୍ୟୁରୋ): ଗଁ।କୁ ଯାଇ ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଯାହା ଏଠି ଶୁଣିଲ ସେସବୁ କଥା ବତେଇବାକୁ ପଡ଼ିବ। ଏହାସହ...

ପାଇପ ଲାଇନ ପାଇଁ ରାସ୍ତା ଖୋଳିଦେଲେ, ଲୋକେ ହୀନସ୍ତା

ଯୋଡ଼ା, ୧୮।୧(ଡି.ଏନ.ଏ.) – କେନ୍ଦୁଝର ଜିଲା ଯୋଡା ସହରରେ ଜନ ସ୍ବାସ୍ଥ୍ୟ ବିଭାଗର ମନମୁଖୀ ରାସ୍ତା ଖୋଳା ଯୋଗୁ କଂକ୍ରିଟ ରାସ୍ତା ଖରାପ ହେବା ସହିତ...

କେଏଟିଏସ୍‌ ଆୟୁର୍ବେଦ ମହାବିଦ୍ୟାଳୟ: କଲେଜ ସମସ୍ୟା ସମାଧାନକୁ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୨୦ା୮-ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା(କେଏଟିଏସ୍‌) ଆୟୁର୍ବେଦ ମହାବିଦ୍ୟାଳୟ ନୂତନ ଛାତ୍ର ସଂସଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି...

ସ୍କୁଲରୁ ଉଠାଇ ନେଇ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର

ବିଞ୍ଝାରପୁର,୬।୮(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ପ୍ରୀତିପୁର ଅଞ୍ଚଳର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଶୁକ୍ରବାର ସ୍କୁଲ୍‌ରୁ ଉଠାଇ ନେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।...

ଗଞ୍ଜାମରେ ସୁରଟ ଫେରନ୍ତାଙ୍କୁ ବିରୋଧ: ଟେକାପଥର ମାଡ଼, ପୋଲିସର ଲାଠି ଚାଳନା

ଛତ୍ରପୁର,୮।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଗୁରୁବାର ରାତିରେ ସୁରଟ ଫେରନ୍ତାଙ୍କୁ ରଖିବାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏପରିକି ପୋଲିସ...

ଟିକା ପାଇଁ ଚିଠି

ଭୁବନେଶ୍ୱର,୩୦ା୪(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ରାଜ୍ୟରେ ଏପ୍ରିଲ୍‌ ମାସରେ ଏଯାବତ୍‌ ୯୪,୫୯୬ ସଂକ୍ରମଣ ଚିହ୍ନଟ ହେଲେଣି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଟିକାକରଣ ଉପରେ...

ଅତିରିକ୍ତ ତହସିଲଦାର, ଆର୍‌ଆଇଙ୍କୁ ଆକ୍ରମଣ ଘଟଣା: ରାଜସ୍ବ ଅମଲା, କ୍ଷେତ୍ର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ ଦ୍ୱିତୀୟ ଦିନରେ

ଭଣ୍ଡାରିପୋଖରୀ୫।୨(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ମଞ୍ଜୁରୀରୋଡ଼ଠାରେ ଥିବା ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କ କାର୍ଯ୍ୟାଳୟରେ ପଶି ଗତ ସୋମବାର ବାଲିମାଫିଆମାନେ ଗଣ୍ଡଗୋଳ କରିଥିଲେ। ସେମାନଙ୍କ ଆକ୍ରମଣରେ...

ଝାରସୁଗୁଡ଼ାରୁ ଚେନ୍ନାଇକୁ ଉଡ଼ିଲା ବିମାନ

ଝାରସୁଗୁଡ଼ା ଅଫିସ,୨ା୪: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ(ଭିଏସ୍‌ଏସ୍‌) ବିମାନ ବନ୍ଦରରୁ ଚେନ୍ନାଇକୁ ଶୁକ୍ରବାର ବିମାନ ସେବା ଆରମ୍ଭ ହୋଇଛି। ସ୍ପାଇସ୍‌ ଜେଟ୍‌ ବିମାନ ଚେନ୍ନାଇରୁ ୮୪ଜଣ...

Advertisement
Archives

Model This Week