ମହାନଦୀ, ଶାଳିଆରୁ ଗଞ୍ଜାମକୁ ଆସିବ ପାଣି

ଛତ୍ରପୁର,୩୧ା୧(ଡି.ଏନ୍‌.ଏ.)- ନୟାଗଡ ଜିଲା ଦେଇ ଯାଇଥିବା ମହାନଦୀ ଓ ଖୋର୍ଦ୍ଧା ଜିଲା ଦେଇ ଯାଇଥିବା ଶାଳିଆ ଡ୍ୟାମ୍‌ରୁ ଗଞ୍ଜାମ ଜିଲାକୁ ପାଣି ଅଣାଯିବ। ଏନେଇ ୨ଟି ମେଗା ଜଳ ଯୋଗାଣ ପ୍ରସ୍ତାବ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପଠାଯାଇଛି। ଏହି ୨ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପାଣିର ଅଭାବ ଥିବା ଗଞ୍ଜାମ ଜିଲାର ଗ୍ରାମାଞ୍ଚଳକୁ ପାଣି ଯୋଗାଣ ହୋଇପାରିବ ଏବଂ ସମସ୍ୟା ସମାଧାନ ହେବ ବୋଲି କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ଜିଲାର ଦଶପଲ୍ଲା ନିକଟ ମହାନଦୀରୁ ଗଞ୍ଜାମ ଜିଲାକୁ ପାଇପ୍‌ ଯୋଗେ ପାଣି ଅଣାଯିବ। ଉକ୍ତ ମେଗା ଜଳ ଯୋଗାଣ ପ୍ରକଳ୍ପରୁ ଜିଲାର ୭ଟି ବ୍ଲକ ଭଞ୍ଜନଗର, ବେଲଗୁଣ୍ଠା, ଆସିକା, ସୋରଡା, କବିସୂର୍ଯ୍ୟନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ଗ୍ରାମାଞ୍ଚଳକୁ ପାଇପ୍‌ ଯୋଗେ ପାାଣି ଯୋଗାଣ ହେବ। ୪୩ କି.ମି. ପାଇପ୍‌ ବିଛାଯାଇ ଦୈନିକ ୫୯୦ ଏମ୍‌ଏଲ୍‌ଡି ପାଣି ଯୋଗାଣ କରାଯିବ ବୋଲି ସୂଚନା ଦିଆଯାଇଛି। ଏହାଦ୍ୱାରା ଉକ୍ତ ୭ ବ୍ଲକର ୪ଲକ୍ଷ ୯୬ହଜାର ଲୋକେ ଉପକୃତ ହୋଇପାରିବେ। ସେହିପରି ଗଞ୍ଜାମ ଜିଲାର ସୀମାନ୍ତ ଅଙ୍ଗାରଗାଁ ନିକଟରେ ଥିବା ଶାଳିଆ ଡ୍ୟାମ୍‌ରୁ ପାଣି ଆଣିବା ପାଇଁ ମେଗା ପ୍ରକଳ୍ପ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପରୁ ଜିଲାର ଖଲ୍ଲିକୋଟ, ବେଗୁନିଆପଡା ଓ ପୁରୁଷୋତ୍ତମପୁର ବ୍ଲକକୁ ପାଇପ୍‌ ଯୋଗେ ଜଳ ଯୋଗାଣ ହେବାକୁ ସ୍ଥିର ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ଜିଲାର ୩ ଲକ୍ଷ ୨୨ ହଜାର ଲୋକେ ଉପକୃତ ହେବେ। ଦୈନିକ ଉକ୍ତ ପ୍ରକଳ୍ପରୁ ୩୮.୩୧ ଏମ୍‌ଏଲ୍‌ଡି ପାଣି ଯୋଗାଣ ହେବ ବୋଲି ସୂଚନା ଦିଆଯାଇଛି। ଆହୁରି ଜଣାଯାଇଛି ଯେ ଋଷିକୁଲ୍ୟାର କଂସାରୀଗଣ୍ଡରୁ ଛତ୍ରପୁର ଓ ରଙ୍ଗେଇଲୁଣ୍ଡା ବ୍ଲକର ଗ୍ରାମାଞ୍ଚଳକୁ ମଧ୍ୟ ପାଣି ଯୋଗାଣ ପାଇଁ ମେଗା ପ୍ରକଳ୍ପ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପରୁ ଦୈନିକ ୨୨ ଏମ୍‌ଏଲ୍‌ଡି ପାଣି ଯୋଗାଣ ହେବାକୁ ଥିବାବେଳେ ୨ ଲକ୍ଷ ଲୋକେ ଉପକୃତ ହେବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍‌କୁ ଭାଙ୍ଗି ନେଇଗଲେ ୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା

ପୁରୁଷୋତ୍ତମପୁର,୧୭।୨(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌କୁ ଭାଙ୍ଗି ୯ ଲକ୍ଷ ୨ହଜାର ଟଙ୍କା ଲୁଟି ନେଇଛନ୍ତି...

ପିଆଜ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ

ଖୋର୍ଦ୍ଧା ଅଫିସ,୪।୬: ଖୋର୍ଦ୍ଧା ଜିଲା ୫୭ ନଂ ଜାତୀୟ ରାଜପଥ ସଦର ଥାନା ଅଞ୍ଚଳରୁ ଗୁରୁବାର ଅପରାହ୍ନରେ ଏକ ପିଆଜ ଟ୍ରକ୍‌ରୁ ୭ କୁଇଣ୍ଟାଲ ଗଞ୍ଜେଇ...

ପର୍ଯ୍ୟଟକଙ୍କୁ ଟାଣୁଛି କପିଳାସ ଜୁ’

ଢେଙ୍କାନାଳ ଅଫିସ, ୫।୩ – ପର୍ଯ୍ୟଟନ ବିଭବରେ ଭରପୂର କପିଳାସ। ଗୋଟିଏ ପଟେ ପ୍ରସିଦ୍ଧ ଶୈବକ୍ଷେତ୍ର ଶ୍ରୀଚନ୍ଦ୍ରଶେଖର ଜୀଉ ଏବଂ ଅନ୍ୟପଟେ ଅସରନ୍ତି ବନ୍ୟଜୀବନରେ ଭରା...

ମୟୂରଭଞ୍ଜର ୭ ଶ୍ରମିକଙ୍କୁ ନିଜ ଗାଁକୁ ପଠାଇଲା ପ୍ରଶାସନ

ବୌଦ୍ଧ,୧୬।୫ (ସ୍ବ.ପ୍ର.): ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ଲକ୍‌ ଡାଉନ୍‌ ରହିଛି। ଏଣୁ ଜନଜୀବନ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ରହି କାମଧନ୍ଦା...

ଫିନାଇଲ୍‌ ମିଶା ଡାଲି ଖାଇ ୧୭ ଛାତ୍ରୀ ଅସୁସ୍ଥ

ରୂପସା,୧୧।୩(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅଧୀନ ରୂପ୍‌ସା ସ୍ଥିତ ଯୋଗେନ୍ଦ୍ର ଆଞ୍ଚଳିକ ମହାବିଦ୍ୟାଳୟର ୧୭ ଛାତ୍ରୀ ଶୁକ୍ରବାର ଫିନାଇଲ୍‌ ମିଶା ଡାଲି ଖାଇ ଅସୁସ୍ଥ ହୋଇ...

ଗୋଟିଏ ଗାଁରୁ ୩୩ କରୋନା ପଜିଟିଭ୍‌ ଚିହ୍ନଟ: ବରଗଡ଼ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଲା

ବରଗଡ଼ ଅଫିସ,୬ା୭: ବରଗଡ଼ ଜିଲାରେ ସୋମବାର ପୁଣି ୩୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ବୋଲି...

ହିନ୍ଦୀ ଥିଓରି ଫୁଲ୍‌ ମାର୍କ ୪୦, ଛାତ୍ର ରଖିଲେ ୮୭

ଉମରକୋଟ,୨୭ା୨ (ଡି.ଏନ.ଏ): ଛାତ୍ରଙ୍କ ଭବିଷ୍ୟତ ସହ ଖେଳ। ବୋର୍ଡ କାର୍ଯ୍ୟାଳୟର ଖାମଖିଆଲ ମୂଲ୍ୟାଙ୍କନ ଯୋଗୁ ପରୀକ୍ଷାରେ ଫୁଲ ମାର୍କଠାରୁ ଅଧିକ ମାର୍କ ରଖିଛନ୍ତି ଜଣେ ଛାତ୍ର।...

ବିଦ୍ୟୁତ୍‌ ଯୋଗାଣ ବନ୍ଦ କରି ଦେବାରୁ ରୋଗୀଣା ମା’ଙ୍କୁ ଟ୍ରଲିରେ ବୋହିଲେ

ମାଲକାନଗିରି, ୩୧ା୧୦(ଡି.ଏନ୍‌.ଏ.): ମନମାନି ଚଳାଇଛି ଟାଟା କମ୍ପାନୀ। ବିଦ୍ୟୁତ୍‌ ବିଲ୍‌ ପୈଠ ସତ୍ତ୍ୱେ ଉପଭୋକ୍ତାଙ୍କ ବିଦ୍ୟୁତ୍‌ କାଟୁଛି। ଘରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେତୁ ଘରେ...

Advertisement
Archives

Model This Week