ମହାନଦୀ, ଶାଳିଆରୁ ଗଞ୍ଜାମକୁ ଆସିବ ପାଣି

ଛତ୍ରପୁର,୩୧ା୧(ଡି.ଏନ୍‌.ଏ.)- ନୟାଗଡ ଜିଲା ଦେଇ ଯାଇଥିବା ମହାନଦୀ ଓ ଖୋର୍ଦ୍ଧା ଜିଲା ଦେଇ ଯାଇଥିବା ଶାଳିଆ ଡ୍ୟାମ୍‌ରୁ ଗଞ୍ଜାମ ଜିଲାକୁ ପାଣି ଅଣାଯିବ। ଏନେଇ ୨ଟି ମେଗା ଜଳ ଯୋଗାଣ ପ୍ରସ୍ତାବ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପଠାଯାଇଛି। ଏହି ୨ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପାଣିର ଅଭାବ ଥିବା ଗଞ୍ଜାମ ଜିଲାର ଗ୍ରାମାଞ୍ଚଳକୁ ପାଣି ଯୋଗାଣ ହୋଇପାରିବ ଏବଂ ସମସ୍ୟା ସମାଧାନ ହେବ ବୋଲି କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ଜିଲାର ଦଶପଲ୍ଲା ନିକଟ ମହାନଦୀରୁ ଗଞ୍ଜାମ ଜିଲାକୁ ପାଇପ୍‌ ଯୋଗେ ପାଣି ଅଣାଯିବ। ଉକ୍ତ ମେଗା ଜଳ ଯୋଗାଣ ପ୍ରକଳ୍ପରୁ ଜିଲାର ୭ଟି ବ୍ଲକ ଭଞ୍ଜନଗର, ବେଲଗୁଣ୍ଠା, ଆସିକା, ସୋରଡା, କବିସୂର୍ଯ୍ୟନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ଗ୍ରାମାଞ୍ଚଳକୁ ପାଇପ୍‌ ଯୋଗେ ପାାଣି ଯୋଗାଣ ହେବ। ୪୩ କି.ମି. ପାଇପ୍‌ ବିଛାଯାଇ ଦୈନିକ ୫୯୦ ଏମ୍‌ଏଲ୍‌ଡି ପାଣି ଯୋଗାଣ କରାଯିବ ବୋଲି ସୂଚନା ଦିଆଯାଇଛି। ଏହାଦ୍ୱାରା ଉକ୍ତ ୭ ବ୍ଲକର ୪ଲକ୍ଷ ୯୬ହଜାର ଲୋକେ ଉପକୃତ ହୋଇପାରିବେ। ସେହିପରି ଗଞ୍ଜାମ ଜିଲାର ସୀମାନ୍ତ ଅଙ୍ଗାରଗାଁ ନିକଟରେ ଥିବା ଶାଳିଆ ଡ୍ୟାମ୍‌ରୁ ପାଣି ଆଣିବା ପାଇଁ ମେଗା ପ୍ରକଳ୍ପ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପରୁ ଜିଲାର ଖଲ୍ଲିକୋଟ, ବେଗୁନିଆପଡା ଓ ପୁରୁଷୋତ୍ତମପୁର ବ୍ଲକକୁ ପାଇପ୍‌ ଯୋଗେ ଜଳ ଯୋଗାଣ ହେବାକୁ ସ୍ଥିର ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ଜିଲାର ୩ ଲକ୍ଷ ୨୨ ହଜାର ଲୋକେ ଉପକୃତ ହେବେ। ଦୈନିକ ଉକ୍ତ ପ୍ରକଳ୍ପରୁ ୩୮.୩୧ ଏମ୍‌ଏଲ୍‌ଡି ପାଣି ଯୋଗାଣ ହେବ ବୋଲି ସୂଚନା ଦିଆଯାଇଛି। ଆହୁରି ଜଣାଯାଇଛି ଯେ ଋଷିକୁଲ୍ୟାର କଂସାରୀଗଣ୍ଡରୁ ଛତ୍ରପୁର ଓ ରଙ୍ଗେଇଲୁଣ୍ଡା ବ୍ଲକର ଗ୍ରାମାଞ୍ଚଳକୁ ମଧ୍ୟ ପାଣି ଯୋଗାଣ ପାଇଁ ମେଗା ପ୍ରକଳ୍ପ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପରୁ ଦୈନିକ ୨୨ ଏମ୍‌ଏଲ୍‌ଡି ପାଣି ଯୋଗାଣ ହେବାକୁ ଥିବାବେଳେ ୨ ଲକ୍ଷ ଲୋକେ ଉପକୃତ ହେବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୀରଗୋବିନ୍ଦପୁର ନିକଟରେ ଅଜଣା କାର୍ ଧକ୍କା ଯୁବକଙ୍କ ମୃତ୍ୟୁ; ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ

ବଞ୍ଚୋ, ୧୮।୭(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ…

ପ୍ରତିଦିନ ୮ ଘଣ୍ଟାର ଅଧ୍ୟବସାୟ: ଦ୍ୱିତୀୟ ପ୍ରୟାସରେ ନିଟ୍‌ରେ ସଫଳ ହେଲେ ଚିନ୍ମୟନନ୍ଦ

ଅମରପାଲି, ୧୮।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମହଦା ଗ୍ରାମ ପଞ୍ଚାୟତର ତିକୁଡ଼ା ଗ୍ରାମର ପ୍ରତିଭାବାନ ଛାତ୍ର ଚିନ୍ମୟନନ୍ଦ ମିଶ୍ର ଚଳିତ ବର୍ଷର ନିଟ୍…

ମସ୍ତିଷ୍କ ରୋଗରେ ଆକ୍ରାନ୍ତ ଯୁବକଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ, କଲେ ଆର୍ଥିକ ସହାୟତା

ଗଞ୍ଜାମ, ୧୮।୭(ବିଦ୍ୟାଧର ସାହୁ ):ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଦ୍ୟାଧର ପଲାଇ ବର୍ତ୍ତମାନ ଏକ ଗୁରୁତର ମସ୍ତିଷ୍କ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି।…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘର ଛାତରୁ ଖସି ପଡ଼ିଲେ ମହିଳା: ଗୁରୁତର ଅବସ୍ଥାରେ ବ୍ରହ୍ମପୁର…

ଦିଗପହଣ୍ଡି, ୧୮।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଘର…

ପ୍ରେରଣାର ଉତ୍ସ ଯୁବ ସ୍ୱେଚ୍ଛାସେବୀ: ଜନ୍ମଦିନରେ ମୃତ୍ୟୁଞ୍ଜୟଙ୍କ ରକ୍ତଦାନ ଓ ବୃକ୍ଷରୋପଣ

ହାଟଡିହୀ, ୧୮।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡ଼ରମ୍ପାସ ଗ୍ରାମର ଯୁବ ସ୍ୱେଚ୍ଛାସେବୀ ମୃତ୍ୟୁଞ୍ଜୟ ବେହେରା ନିଜ ଜନ୍ମଦିନକୁ ଅତ୍ୟନ୍ତ ନିଆରା ଓ ପ୍ରେରଣାଦାୟକ…

ହାଟଡିହୀ ବ୍ଲକର ଗୌରବ: ନିଟ୍ ପରୀକ୍ଷାରେ ଚନ୍ଦନ, ଅଭିଜିତ ଓ ଆଶୁତୋଷଙ୍କ ବାଜିମାତ୍

ହାଟଡିହୀ, ୧୮।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩ ଜଣ ମେଧାବୀ ଛାତ୍ର ଜାତୀୟ ସ୍ତରର ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍ (UG)’ରେ ଚମତ୍କାର…

ଟୋଲ୍ ଗେଟ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ବାପ-ପୁଅ: ପେଟରୁ ବାହାରି ପଡ଼ିଲା ଅନ୍ତବୁଜୁଳା, ଉଭୟ…

ବୈଶିଙ୍ଗା, ୧୮।୭ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଦ୍ମନାଭପୁର ଟୋଲ୍ ଗେଟ୍‌ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଗାଡ଼ି…

ରାସ୍ତା ଜଳମଗ୍ନ ଯୋଗୁ ଉତ୍ତେଜନା: ଯୁଗପୁରା ବଜାରଠାରେ ଟାୟାର ଜାଳି ରାସ୍ତାରୋକ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ବୈଶିଙ୍ଗା, ୧୮।୭ (ରତନ ଦାଶ): ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ଶନିବାର ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri