ମହାନଦୀ ବସ୍‌ ଦୁର୍ଘଟଣାକୁ ବର୍ଷେ ପୂରିଲା: ସାର୍ବଜନୀନ ହୋଇନି ତଦନ୍ତ ରିପୋର୍ଟ

କଟକ ଅଫିସ, ୨୦-୧୧:୨୦୧୮ ନଭେମ୍ବର ୨୦। ସେଦିନ ଥାଏ ମଙ୍ଗଳବାର। ସନ୍ଧ୍ୟା ପାଖାପାଖି ସାଢେ ୬ଟା। ବଡ଼ଓଷା ପାଇଁ ଲୋକେ ପ୍ରସ୍ତୁତ ହେଉଥିବାବେଳେ ଆସିଲା ଅତ୍ୟନ୍ତ ଦୁଃଖଦାୟକ ଖବର। ତାଳଚେରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ (ନଂ. ଓଡି୩୫ଏ-୦୨୧୧) ମହାନଦୀ ପୋଲ ବାଡ଼ାକୁ ଭାଙ୍ଗି ୩୦ ଫୁଟ ତଳକୁ ଖସି ପଡ଼ିଥିଲା। ନଦୀରେ ପାଣି ନ ଥିଲେ ମଧ୍ୟ ବସ୍‌ଟି ବାଲିରେ ପଲ୍‌ଟା ମାରି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପରବର୍ତ୍ତୀ ସମୟରେ ମୃତ୍ୟୁସଂଖ୍ୟା ୧୧ ଛୁଇଁଥିଲା। ଏଥିରେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଚିକିତ୍ସା ଲାଗି ସେମାନଙ୍କୁ ଏସ୍‌ସିବି ମେଡିକାଲକୁ ନିଆଯାଇଥିଲା। କାନ୍ଦବୋବାଳିରେ ଫାଟି ପଡ଼ୁଥିଲା ଏସ୍‌ସିବି ମେଡିକାଲ। ସ୍ତବ୍ଧ ହୋଇଯାଇଥିଲା କଟକ ସହର ସମେତ ସମଗ୍ର ରାଜ୍ୟ। ଘଟଣାଟି ଜାତୀୟ ଗଣମାଧ୍ୟମର ମଧ୍ୟ ପୃଷ୍ଠା ମଣ୍ଡନ କରିଥିଲା। ଇତିମଧ୍ୟରେ ଉକ୍ତ ଘଟଣାକୁ ବର୍ଷେ ବିତିଛି। ଲୋକେ ସେଦିନର ସେହି ହୃଦୟବିଦାରକ ଦୃଶ୍ୟକୁ ମନେପକାଉଥିବାବେଳେ ଭବିଷ୍ୟତରେ ସେଭଳି ଘଟଣା ନ ଘଟିବା ପାଇଁ ମଧ୍ୟ ଶୁଭ ମନାସୁଛନ୍ତି। ଏହି ବର୍ଷକ ମଧ୍ୟରେ ସରକାର ଓ ପ୍ରଶାସନ ଏଭଳି ଦୁର୍ଘଟଣାକୁ ଏଡ଼ାଇବା ପାଇଁ କେତେଦୂର ଯନତ୍ବାନ୍‌ ହୋଇଛନ୍ତି ତାହା ଉପରେ ଆଖି ପକାଇଲେ ଅନେକ ନକାରାତ୍ମକ ଦିଗ ସାମ୍ନାକୁ ଆସୁଛି। ମୁଖ୍ୟତଃ ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇ ନ ଥିବାବେଳେ ପୋଲ ଉପରେ ଦ୍ରୁତଗତିରେ ଗାଡ଼ି ଚଳାଚଳ ନ କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଯେଉଁ ସ୍ଥାନରେ ବସ୍‌ଟି ବାଡ଼ା ଭାଙ୍ଗି ଖସି ପଡ଼ିଥିଲା ଉକ୍ତ ସ୍ଥାନର ସ୍ଥାୟୀ ମରାମତି କରାଯାଇନାହିଁ। ମହାନଦୀ ପୋଲ ଆରମ୍ଭରୁ ଆକ୍ସିଡେଣ୍ଟ ପ୍ରୋନ ଏରିଆ ଲେଖିବା ପାଇଁ ନିଷ୍ପତ୍ତି ଓ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରିବାକୁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଇନାହିଁ। ପୋଲର ଉଭୟ ପାର୍ଶ୍ୱରେ ଡ୍ରାଇଭରମାନଙ୍କ ସଚେତନତା ପାଇଁ ବିଭିନ୍ନ ସାଙ୍କେତିକ ଲଗାଯିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହାକୁ ପାଳନ କରାଯାଇନାହିଁ। ଏହିଭଳି ସ୍ଥିତିରେ ଇତିମଧ୍ୟରେ ୧ ବର୍ଷ ବିତିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri