ମହାନଦୀରେ ଡଙ୍ଗା ବୁଡ଼ି ଜଣେ ପର୍ଯ୍ୟଟକ ନିଖୋଜ

ବଡମ୍ବା,୧୧ା୧(ଡି.ଏନ୍‌.ଏ.): ମହାନଦୀରେ ନୌବିହାର ବେଳେ ଡଙ୍ଗାବୁଡ଼ି ଜଣେ ପର୍ଯ୍ୟଟକ ନିଖୋଜ ହୋଇଯାଇଥିବାବେଳେ ୨ଜଣଙ୍କୁ ସ୍ଥାନୀୟ କେତେଜଣ ଲୋକ ଉଦ୍ଧାର କରିଛନ୍ତି। ବଡମ୍ବା ଥାନା ଅନ୍ତର୍ଗତ ମା’ଭଟ୍ଟାରିକାଙ୍କ ପୀଠ ନିକଟରେ ଶୁକ୍ରବାର ଅପରାହ୍ନରେ ଘଟିଛି ଏହି ଘଟଣା। ଦେଖଣାହାରୀଙ୍କ କହିବା ମୁତାବକ ସେମାନେ ଡଙ୍ଗା ଭିତରେ ସେଲ୍‌ଫି ଉଠାଇ ମଉଜ କରୁଥିବାବେଳେ ହଠାତ୍‌ ଡଙ୍ଗାଟି ବୁଡ଼ିଯାଇଥିଲା। ଖବରପାଇ ବଡ଼ମ୍ବା ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ନିଖୋଜଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ରାତି ୮ଟାରେ ଖୋଜା ଅଭିଯାନକୁ ବନ୍ଦ କରାଯାଇଥିଲା। ପୁଣି ଶନିବାର ସକାଳେ ଖୋଜାଯିବ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ଅଞ୍ଚଳର କେତେଜଣ ପର୍ଯ୍ୟଟକ ଏକ ବସ୍‌ଯୋଗେ ଭଟ୍ଟାରିକା ପୀଠକୁ ବୁଲି ଆସିଥିଲେ। ସେମାନଙ୍କ ମଧ୍ୟରୁ ନବକୁମାର ମହାନ୍ତି, ଅଞ୍ଜନ ନାୟକ ଓ ସୁନୀଲ ସାହୁ ସେଠାରେ ଥିବା ଏକ ଡଙ୍ଗା ନେଇ ମହାନଦୀରେ ଭ୍ରମଣ କରିଥିଲେ। ସାଙ୍ଗରେ ଡଙ୍ଗାଚାଳକ ନ ଥିଲେ। କିଛି ସମୟ ପରେ ସେମାନେ ସେଲ୍‌ଫି ନେବାବେଳେ ଡଙ୍ଗା ବୁଡ଼ିଯାଇଥିଲା। ସୌଭାଗ୍ୟକୁ ସେଠାରେ ଥିବା କେତେଜଣ ଲୋକ ନବକୁମାର ଓ ଅଞ୍ଜନଙ୍କୁ ପାଣିରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବାବେଳେ ସୁନୀଲ ନିଖୋଜ ହୋଇଯାଇଥିଲେ। ସୁନୀଲଙ୍କ ଘର ବ୍ରହ୍ମପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସମସ୍ତଙ୍କର ବୟସ ପ୍ରାୟ ୩୦ରୁ ୩୫ ବର୍ଷ ଭିତରେ ଏବଂ ସେମାନେ ଜଗତ୍‌ସିଂହପୁର ଅଞ୍ଚଳର ଏକ ବିଦ୍ୟୁତ୍‌ ସଂସ୍ଥା ଗ୍ଲୋବାଲ ସଲ୍ୟୁଶନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ କାର୍ଯ୍ୟକରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ଫନ ପାଇଁ ପ୍ରସ୍ତୁତ ରୁହ

କଟକ ଅଫିସ,୧୬ା୫: ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ’ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲାରେ ବ୍ୟାପକ ଫୋର୍ସ ମୁତୟନ ଓ ଏହା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ...

ରାଜ୍ୟ ରାଜପଥକୁ ଜାତୀୟ ରାଜପଥ ମାନ୍ୟତା ପାଇଁ ଉଦ୍ୟମ, ବିଭାଗୀୟ ଅଧିକାରୀଙ୍କ ସହ ସରୋଜିନୀଙ୍କ ଆଲୋଚନା

ବାରିପଦା ଅଫିସ,୨୬ା୮- ମୟୂରଭଞ୍ଜ ଜିଲାର କଳାବାଡିଆ-ବାଙ୍ଗିରିପୋଷି, ଯଶୀପୁର- ଚମ୍ପୁଆ, ଆନନ୍ଦପୁର-ଠାକୁରମୁଣ୍ଡା – ଉଦଳା – ବାରିପଦା, ନୀଳଗିରି – କପ୍ତିପଦା – ବାରିପଦା ଏବଂ ଭଦ୍ରକ...

ଆବର୍ଜନା ପରିଚାଳନା କେନ୍ଦ୍ରରେ ନିଆଁ

କେନ୍ଦୁଝର,୧୨ା୩(ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହର ବସ୍‌ଷ୍ଟାଣ୍ଡ ନିକଟ ନିଜିଗଡ଼ରେ ଥିବା ମଇଳା ଆବର୍ଜନା ପରିଚାଳନା କେନ୍ଦ୍ର (ଏମ୍‌ସିସି-୨)ରେ ଶନିବାର ସକାଳୁ ହଠାତ୍‌ ନିଆଁ ଲାଗିଯିବାରୁ ଚାରିଆଡ଼େ...

ଜିଲା ପ୍ରଶାସନକୁ ପୁଣି ଅଭିଯୋଗ ଶୁଣାଇ ପାରିବେ ସାଧାରଣ ଲୋକେ: ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପୁଣି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହେବ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ପ୍ରେସ ବିଜ୍ଞପ୍ତି...

ଜଲିଲା ୫ଟି ଜୁଇ, ଲୁହରେ ଭାସିଲା ଖୁର୍ସେଲଗୁଡା

ଜୁନାଗଡ,୨୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଜାରିଙ୍ଗ ଛକ ୨୬ ନଂ. ଜାତୀୟ ରାଜପଥରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।...

ଏପଟେ ୩୨୫ କରୋନା ପଜିଟିଭ୍‌ ଚିହ୍ନଟ, ସେପଟେ ୩ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୩୨୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୮୬୭ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ: ଜଣେ ଗୁରୁତର

ପୁରୁଷୋତ୍ତମପୁର,୧୯।୯(ଡି.ଏନ.ଏ.):ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ପଞ୍ଚାୟତର କୁଶପୁର ଗ୍ରାମରେ ଗୁରୁବାର ରନ୍ଧନ ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ଟି ପରିବାରର ଘର...

ମଦଦୋକାନରେ ଚଢ଼ାଉ

ପୁରୁଷୋତ୍ତମପୁର,୨୦।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରର ବିଭିନ୍ନ ସ୍ଥାନରେ ଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ଉପରେ ବୁଧବାର ରାତିରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା...

Advertisement
Archives

Model This Week