ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହ: ଦିନତମାମ ଗାନ୍ଧିଜୀଙ୍କୁ ନେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୂଚନା ଓ ଲୋକସମ୍ପର୍କ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସମାରୋହ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି କରାଯାଇଛି। ଅକ୍ଟୋବର ୨ରେ ଭୁବନେଶ୍ୱରଠାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏନେଇ ସୋମବାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ବୈଠକରେ ଯୋଗଦେଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ।
ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ମହାତ୍ମା ଗାନ୍ଧୀଙ୍କ ୬ଟି ପୂର୍ଣ୍ଣାବୟବ ତୈଳଚିତ୍ର ରବୀନ୍ଦ୍ର ମଣ୍ଡପ, ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ଅଭିଲେଖାଗାର, କଟକସ୍ଥିତ ଆନନ୍ଦଭବନ ସଂଗ୍ରହାଳୟ, ନେତାଜୀ ସୁଭାଷଚନ୍ଦ୍ର ବୋଷ ସଂଗ୍ରହାଳୟ ଓ ସ୍ବରାଜ ଆଶ୍ରମରେ ସ୍ଥାପନ କରାଯାଉଛି। ଗାନ୍ଧୀ ଜୟନ୍ତୀ ଦିନ ଭୋର ୪ଟା ୩୦ରେ ସହର ସାରା ରାମଧୂନ୍‌ ପ୍ରଚାର କରାଯିବ। ପ୍ରାୟ ୪୦୦ ସଂକୀର୍ତ୍ତନ କଳାକାର ଦୁଇ ଭାଗରେ ବିଭକ୍ତ ହୋଇ ପଦଯାତ୍ରାରେ ‘ରଘୁପତି ରାଘବ ରାଜା ରାମ’(ରାମଧୂନ୍‌) ଭଜନ ପରିବେଷଣ କରିବେ। ସକାଳ ୭ଟା ରୁ ୮ଟା ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଆଚାର୍ଯ୍ୟ ବିହାରଠାରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପର୍ଯ୍ୟନ୍ତ ଏକ ମାନବ ଶୃଙ୍ଖଳ ସୃଷ୍ଟି କରିବେ। ସକାଳ ୯ଟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ଶିଳ୍ପୀ ଶିବିର ଆୟୋଜନ କରାଯିବ। ସକାଳ ୧୦ଟା ୧୦ମିନିଟ୍‌ରେ ରାଜ୍ୟ ବିଧାନସଭା ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ ସାଙ୍ଗକୁ ଆଶ୍ରମ ଭଜନ ଆବୃତ୍ତି, ରାମଧୂନ୍‌ ଓ ଗାନ୍ଧୀ ଜୟନ୍ତୀ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ସହ ଜନପ୍ରତିନିଧିମାନେ ଯୋଗଦେବେ। ପୂର୍ବାହ୍ନ ୧୧ଟାରେ ସୂଚନା ଭବନରେ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟନ ସହ ‘ଗାନ୍ଧୀକଥା’ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୂଚନା ଓ ଲୋକସଂପର୍କ ବିଭାଗ ଶାସନ ସଚିବ ସଂଜୟ କୁମାର ସିଂ ଏବଂ ଗାନ୍ଧୀବାଦୀ ବିଦ୍ୱାନ ସତ୍ୟନାରାୟଣ ସାହୁ ଯୋଗଦେବେ। ଅପରାହ୍ନ ୩ଟାରେ ଗୀତଗୋବିନ୍ଦ ସଦନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉର୍ଦ୍ଦୁ ଏକାଡେମୀ ଆନୁକୂଲ୍ୟରେ କବିତା ଆସର ଓ ମୁଶୟାରା ଆୟୋଜିତ ହେବ। ସନ୍ଧ୍ୟା ସାଢ଼େ ୬ଟାରେ ସୂଚନା ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭଜନ ପରିବେଷଣ କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ଆକ୍ରମଣରେ ମହିଳା ଗୁରୁତର

ନୟାଗଡ଼ ଅଫିସ,୨୧ା୪: ଓଡ଼ଗାଁ ଥାନା ପେଟେଇଚଣ୍ଡୀ ମନ୍ଦିର ପଛପଟେ ଥିବା କାଜୁ ଜଙ୍ଗଲରେ ଶନିବାର ବାର୍‌ହା ଆକ୍ରମଣ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ...

ଆଜିଠୁ ଆରମ୍ଭ ଏକାଦଶ ଶ୍ରେଣୀର ପାଠପଢା

ଭୁବନେଶ୍ବର,୨୧।୧୦(ବ୍ୟୁରୋ): ଏକାଦଶ ଶ୍ରେଣୀର ପାଠପଢା ଗୁରୁବାର ଅଫଲାଇନରେ ଆରମ୍ଭ ହେବ। କୋଭିଡ୍‌ କଟକଣା ମାନି ଶ୍ରେଣୀ ଗୃହରେ ପାଠପଢିବେ ଛାତ୍ରୀଛାତ୍ର। ଏ ନେଇ ସମସ୍ତ ଶିକ୍ଷାନୁଷ୍ଠାନରେ...

ନର୍ସିଂ ଛାତ୍ରୀଙ୍କୁ ଜଙ୍ଗଲରେ ଗଣବଳାତ୍କାର -ଭିଡିଓ ଭାଇରାଲ ପରେ ପୀଡିତା ଥାନାରେ ଅଭିଯୋଗ କଲେ

ଜୁନାଗଡ଼,୨୪।୯(ଡି.ଏନ.ଏ.) କଳାହାଣ୍ଡି ଜିଲାରେ ଏକ ଗଣ ବଳାତ୍କାର ଘଟଣା ଘଟିଛି। ଜଣେ ନର୍ସିଂ ଛାତ୍ରୀଙ୍କୁ ଲିଫ୍ଟ ଦେବା ଆଳରେ ଜଙ୍ଗଲକୁ ନେଇ ଗଣବଳାକତ୍ାର କରାଯାଇଛି ା...

ଆଜି ରାଜ୍ୟରେ ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୨୮।୬: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା...

ବିପର୍ଯ୍ୟୟ ସହାୟତା

ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ଆସୁଥିବା ବନ୍ୟା, ବାତ୍ୟା, ଅଂଶୁଘାତ, ବଜ୍ରପାତ, ଅଗ୍ନିକାଣ୍ଡ, ସର୍ପାଘାତ ଆଦିରେ କାହାର ମୃତ୍ୟୁ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ...

ଫୁଲ, ଚନ୍ଦନ ଦେଇ ମତଦାତାଙ୍କୁ ସ୍ବାଗତ

ବରଗଡ଼ ଅଫିସ/ବିଜେପୁର,୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ଆଦର୍ଶ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ମତଦାନ ପ୍ରକ୍ରିୟା ଭିନ୍ନ ଆକର୍ଷଣ ପାଲଟିଛି । ଏହି କ୍ରମରେ ବିଜେପୁର ବାଳକ...

ପ୍ରଧାନମନ୍ତ୍ରୀଙ୍କ ଶିଳାନ୍ୟାସ ଫଳକ ଭାଙ୍ଗିଦେଲେ

କେନ୍ଦୁଝର,୧୫ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ଏରେଣ୍ଡେଇ ଓ ତେଲକୋଇ ବ୍ଲକ ଜଗମୋହନପୁରରେ ସୋମବାର ଦୁଇଟି ଏକଲବ୍ୟ ବିଦ୍ୟାଳୟର ଶିଳାନ୍ୟାସ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୭ ଜୀବନ

ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟରେ ପୁଣି ଥରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି। ହେଲେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି...

Advertisement
Archives

Model This Week