ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ଏଏସ୍‌ଆଇ ନିଲମ୍ବିତ, ୨ ଥାନା ଅଧିକାରୀଙ୍କୁ ବଦଳି

ନୟାଗଡ଼ ଅଫିସ,୨ା୧୦: କର୍ତ୍ତବ୍ୟରେ ଅବହେଳା କରିବା ୨ ଥାନା ଅଧିକାରୀ ଓ ଜଣେ ଏଏସ୍‌ଆଇଙ୍କୁ ମହଙ୍ଗା ପଡ଼ିଛି। ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ ଓଡଗାଁ ଓ ଚାନ୍ଦପୁର ଥାନା ଅଧିକାରୀଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରିଥିବାବେଳେ ଓଡଗାଁ ଥାନା ଏଏସ୍‌ଆଇଙ୍କୁ ନିଲମ୍ବିତ କରିଛନ୍ତି। ଏକ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ଓ ତଦନ୍ତରେ ବିଳମ୍ବ ହୋଇଥିବାରୁ ଓଡଗାଁ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା, ଚାନ୍ଦପୁର ଥାନା ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକ ଓ ଓଡ଼ଗାଁ ଥାନା ଏଏସ୍‌ଆଇ ଶରତ ଚନ୍ଦ୍ର ମିଶ୍ରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଏସ୍‌ପି ଶତପଥୀ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅଧୀନ ଏକ ଗ୍ରାମରେ ଜୁନ୍‌ ମାସରେ କିଛି ଲୋକ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଉପରେ ଆକ୍ରମଣ କରିଥିଲେ। ୩ ମାସ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଭଭୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିପରି ଚାନ୍ଦପୁର ଥାନା ଅଧିକାରୀ ପଟ୍ଟନାୟକ କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ବଦଳି କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ, ମିଳିଲା ବାଂଲାଦେଶୀ ପାସ୍‌ପୋର୍ଟ

ପୁରୀ,୩।୩: ମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ। ଜଣେ କି ଦୁଇ ଜଣ ନୁହେଁ, ଜଣେ ହିନ୍ଦୁଙ୍କ ସହିତ ୪ ଜଣ ଅଣ ହିନ୍ଦୁ ଶ୍ରୀମନ୍ଦିର ଭିତରେ...

ବିଜେଡି ଛାଡୁଛନ୍ତି ବଡ ବଡ ନେତା, ପୁଣି ଦଳ ଛାଡିଲେ ଆଉ ଜଣେ Ex MLA

କେନ୍ଦୁଝର,୩।୩: ବିଜେଡିକୁ ପୁଣି ଝଟ୍‌କା। ଦଳ ଛାଡିଲେ ଆଉ ଜଣେ ପୂର୍ବତନ ବିଧାୟକ। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଶଙ୍ଖ ଛାଡିଛନ୍ତି। ଶଙ୍ଖ ଛାଡି ପ୍ରେମାନନ୍ଦ...

ସ୍ବାମୀ ମୃତ୍ୟୁର ୧୦ ବର୍ଷ ପରେ ବି ମହିଳାଙ୍କୁ ମିଳୁନି ବିଧବା ଭତ୍ତା

କେନ୍ଦୁଝର,୩।୩ ( ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରୁଥିଲେ...

କେନ୍ଦ୍ରାପଡାବାସୀଙ୍କୁ ସରକାରଙ୍କ ବଡ ଉପହାର, ଗଡିବ ମେମୁ ଟ୍ରେନ

ଭୁବନେଶ୍ୱର,୩।୩: ନିର୍ବାଚନ ପୂର୍ବରୁ ବଡ ଉପହାର ଦେଲେ ରାଜ୍ୟ ସରକାର। ବହୁ ପ୍ରତିକ୍ଷୀତ ପରାଦୀପ-ହରିଦାସପୁର ରେଳ ଲାଇନରେ ଗଡିବ ଯାତ୍ରୀବାହୀ ଟ୍ରେନ। ପାରାଦୀପରୁ କେନ୍ଦ୍ରାପଡ ଦେଇ...

ବରଯାତ୍ରୀଙ୍କୁ ଧରି ଫେରୁଥିବାବେଳେ ବ୍ରେକ୍‌ ଫେଲ ହେଲା ବସ୍‌

ଗଜପତି,୩।୩: ବରଯାତ୍ରୀଙ୍କୁ ଧରି ଫେରୁଥିଲେ ବେଳେ ବ୍ରେକ ଫେଲ ହେଲା ବସ। ଭାରସାମ୍ୟ ହରାଇ ବସ ରାସ୍ତା ପାର୍ଶ୍ୱରେ ଥିବା ବିରାଟକାୟ ପଥରରେ ପିଟି ହୋଇଯାଇଛି।...

ହକ୍‌ ପାଇଁ ଆଦିବାସୀଙ୍କ ମେଳି

ମୋରଡ଼ା,୩ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର ମାକୁନ୍ଦ ଗ୍ରାମର ଜାହିରା ପୀଠ ନିକଟରେ ଶତାଧିକ ଆଦିବାସୀ ସମ୍ପ୍ରଦାୟର ଲୋକେ ମେଳି...

ମହୁମାଛି ଆକ୍ରମଣରେ ୮ରୁ ଅଧିକ ଆହତ

ଛତ୍ରପୁର,୩ା୩(ଦିଲ୍ଲୀପ ସାମଲ): ଛତ୍ରପୁର ମେନ୍‌ରୋଡ୍‌ଠାରେ ଥିବା ଏକ ଘରୋଇ ମଲ୍‌ ପରିସରରେ ମହୁମାଛି ଆକ୍ରମଣରେ ୮ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନେ ଛତ୍ରପୁର ଉପଖଣ୍ଡ...

ଧର୍ମଗଡ଼ରେ ନୂଆ-ଓ’ ସ୍କଲାରଶିପ୍‌ ପ୍ରଦାନ କଲେ ୫-ଟି ଅଧ୍ୟକ୍ଷ

ଭବାନୀପାଟଣା,୩ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ରବିବାର ନୂଆ-ଓ ସ୍କଲାରଶିପ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫-ଟି ଅଧ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri