ମରୁଡ଼ି ବୀମାରାଶି ପାଇଲେନି ୨୦୮ ଚାଷୀ, ବ୍ୟାଙ୍କ ସମ୍ମୁଖରେ ଧାରଣା

ପରଜଙ୍ଗ, ୨।୮(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ପରଜଙ୍ଗ ଶାଖା ଅଧୀନରେ ଥିବା ୧୦ଟି ସୋସାଇଟିରୁ ଋଣ ନେଇଥିବା ସହ ସହ ଚାଷୀ ଗତ ୨୦୧୭ ମସିହାରେ ମରୁଡି ନିମନ୍ତେ ଟାଟା ଏଆଇଜି ଇନ୍‌ସୁରାନ୍ସ କମ୍ପାନୀରେ ସୋସାଇଟି ଜରିଆରେ ଇନ୍‌ସୁରାନ୍ସ କରିଥିଲେ। ସେଥିମଧ୍ୟରୁ ଶତାଧିକ ଚାଷୀ ସରକାରଙ୍କଦ୍ୱାରା ମରୁଡି ଘୋଷଣା ହେବାପରେ ବୀମା ଟଙ୍କା ପାଇଥିଲେ। ତେବେ ଶାଖା ପରିଚାଳକଙ୍କ ତ୍ରୁଟି ଯୋଗୁଁ ୫ ଟି ସୋସାଇଟି ତଥା ପରଜଙ୍ଗର ୨୦, କୁମୁସିର ୧୨୫, କୁଆଳୋ ୪, ବାରିହାପୁର ୪୫, ପଙ୍ଗତିରା ୧୪ ଜଣ ଏହିଭଳି ୨୦୮ ଜଣ ଚାଷୀ ଲକ୍ଷାଧିକ ବୀମା ଟଙ୍କା ନ ପାଇ ନିରାଶ ହୋଇଛନ୍ତି। ପୁଣି ଉକ୍ତ ଋଣୀ ଚାଷୀ ଚଳିତ ବର୍ଷ ପାଇଁ ବୀମା ଅର୍ଥ ପୌଠ କରି ସାରିଲେଣି। ବୀମା ଟଙ୍କା ପାଇ ନ ଥିବା ଚାଷୀ ମାନେ ଗତ ୨୪.୧୨.୧୮ ରେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ। ପରେ ଶାଖା ପରିଚାଳକଙ୍କୁ ଗତ ମାସ ୧୮ ତାରିଖରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏଥିସହ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଥିଲେ ସୁଦ୍ଧା ଏଯାବତ୍‌ ଏହାର ସମାଧାନ ନ ହେବାରୁ ଚାଷୀମାନେ ବାଧ୍ୟ ହୋଇ ଶୁକ୍ରବାର ଧାରଣା ଦେଇଛନ୍ତି। ଚାଷୀ ମନୋଜ ଦଳବେହେରା, ସୁଶାନ୍ତ ଦଳବେହେରା, ପ୍ରତାପ ସାହୁ, କାଠି ଦାସ, ନରୋତ୍ତମ ନାୟକ, ଅଦେତ୍ୟ ସାହୁ, ଗୋଲଖ ରାଉତ, ଅଭିମନ୍ୟୁ ବେହେରା, କବିବର ଦେହୁରୀ, ଯଦୁମଣି ସାହୁ, ସର୍ବେଶ୍ୱର ସାହୁ ପ୍ରମୁଖ ପରଜଙ୍ଗ ସ୍ଥିତ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ପରଜଙ୍ଗ ଶାଖା ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନଙ୍କ ସମସ୍ୟାର ଖୁବ୍‌ଶୀଘ୍ର ସମାଧାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି, ନଚେତ ଆଗାମୀ ଦିନରେ ଜାତୀୟ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି।

ଏହି ବିଷୟରେ ପରଜଙ୍ଗସ୍ଥିତ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ପରଜଙ୍ଗ ଶାଖା ପରିଚାଳକ ବସନ୍ତ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ ଏହି ସଂକ୍ରାନ୍ତରେ ପୂର୍ବରୁ ବାରମ୍ବାର ଇନ୍‌ସୁରାନ୍ସ କମ୍ପାନୀ ଓ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଅବଗତ କରିଛିନ୍ତୁ କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ୨୦୮ ଜଣ ଋଣୀ ଚାଷୀ ଇନ୍‌ସୁରାନ୍ସ ଟଙ୍କା ପାଇ ପାରିନାହାନ୍ତି। ଚାଷୀଙ୍କ ଦାବିପତ୍ର ସମ୍ପର୍କରେ ମଧ୍ୟ ଅବଗତ କରିଥିଲି। ଗତ ୨୦ ତାରିଖରେ ଏ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ରେଜିଷ୍ଟାରଙ୍କ କାର୍ଯ୍ୟାଳୟ ଆଲୋଚନ ହୋଇଥିଲା। ତେବେ ସେଠାକୁ ସମସ୍ତ ବୀମା କମ୍ପାନୀ ଆସିଥିବା ବେଳେ ବୀମା ଅର୍ଥ ନେଇଥିବା ଟାଟା ଏଆଇଜି କମ୍ପାନୀ କର୍ମକର୍ତ୍ତା ଆସି ନ ଥିଲେ। ଫଳରେ କୌଣସି ସମାଧାନ ହୋଇ ପାରି ନ ଥିଲା ବୋଲି ସୂଚନା ଦେଇଛନ୍ତି। ଧାରଣା ସ୍ଥଳରେ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟର ଏଜିଏମ୍‌ ସୁଜିତ ନନ୍ଦ ପହଞ୍ଚି ଧାରଣାରତ ଚାଷୀମାନଙ୍କୁ ବୁଝା ସୁଝା କରିବା ସହ ଆଗାମୀ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଚାଷୀମାନେ ଉଠିଥିଲେ। ତେବେ ବ୍ୟାଙ୍କ କାମ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?