ମରାମତି ପରେ ବି ଦବିଲା ଗୋପ-ବାଲିଘାଇ ରାସ୍ତା

ଗୋପ, ୨।୮(ଡି.ଏନ୍‌.ଏ.):  ନିର୍ମାଣାଧୀନ ଗୋପ-ବାଲିଘାଇ ରାସ୍ତାର ଗୋପ ବ୍ରିଜ୍‌ ନିକଟରେ ନିର୍ମାଣାଧୀନ ନୂତନ ସ୍ପାନ୍‌ ରାସ୍ତାଟି ଗତ ୧୦ ତାରିଖରେ ଦବିଯିବା ନେଇ ଖବର ପ୍ରକାଶିତ ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏହାକୁ ମରାମତି କରାଯାଇଥିଲା। ମାତ୍ର ମରାମତିର ୪-୫ ଦିନ ପରେ ପୁଣି ଏହି ରାସ୍ତା ଦବିଯିବା ପରେ ଏବେ ଏହି ରାସ୍ତାରେ ଯାତାୟାତ କରିବାକୁ ଲୋକେ ନିରାପଦ ମଣୁନାହାନ୍ତି। ଏପରି କି ଏହି ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ ହୋଇଯାଇଛି। ଗୋପ ବ୍ରିଜ୍‌ ନିକଟରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମାଣାଧୀନ ନୂତନ ସ୍ପାନ୍‌ ନିର୍ମାଣ ଶେଷ ପରେ ଠିକାଦାରଙ୍କ ପକ୍ଷରୁ ସ୍ପାନ୍‌କୁ ଲାଗି ନୂତନ ରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ଏହି ରାସ୍ତା ନିର୍ମାଣ ନିମ୍ନମାନର ହେବା ଯୋଗୁ ଗୋଟିଏ ସପ୍ତାହ ପରେ ରାସ୍ତାଟି ଦବି ଯାଇଥିଲା। ରାସ୍ତା ଦବିଯିବା ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶିତ ହେବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଦବିଯିବା ରାସ୍ତାର ମରାମତି କରାଯାଇଥିଲା। ଏ ସମ୍ପର୍କରେ ଗୋପ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ନବଘନ ବେହେରାଙ୍କୁ ପଚାରିବାରେ ମରାମତି କରାଯିବା ପରେ ରାସ୍ତା ଦବି ଯାଇଥିବାରୁ ପୁନଃ ମରାମତି କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବୁଣୁଥିବା ବେଳେ ଚାଷୀଙ୍କୁ ବାର୍‌ହା ଆକ୍ରମଣ

ଖଡ଼ିଆଳ,୩।୭(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅଧୀନ କେନ୍ଦୁପାଟି ପଞ୍ଚାୟତ ଖାଲିଆମୁଡ଼ା ଗ୍ରାମରେ ବାର୍‌ହା ଆକ୍ରମଣରେ ୨ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର...

କୋରାପୁଟ ଜିଲାରେ ଭାରତ ବନ୍ଦ ପ୍ରଭାବ: ଯାନବାହନ ଚଳାଚଳ ଠପ୍‌

କୋରାପୁଟ,୨୬।୧୧(ସ୍ବ.ପ୍ର.) କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ଭାରତ ବନ୍ଦ ଡାକରା ଦିଆଯାଇଛି। ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା...

ଘାଟିରେ ଓଲଟିଲା ଅଟୋ ଜଣେ ମୃତ, ୪ ଗୁରୁତର

ପଟ୍ଟାଙ୍ଗି, ୩୧।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୁଙ୍କି ଥାନା ଅଧୀନ ଲାଉଡି ଘାଟରେ ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ଅନୁଭବଙ୍କ ପକ୍ଷରୁ ସତ୍ୟପାଠ ଦାଖଲ

କଟକ ଅଫିସ,୨୮।୮: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି କଟକ ଜିଲା ପରିବାର...

ଏନ୍‌ଏଚ୍‌ କଡ଼ରେ ଚୋରା ଲୁହାପଥର ବ୍ୟବସାୟ

ଚଣ୍ଡିଖୋଲ,୧୭।୪(ଡି.ଏନ.ଏ.): ପାରାଦୀପ ବନ୍ଦରକୁ ଯାଉଥିବା ଲୁହାପଥର ଗୁଡ଼ିକ ରାସ୍ତାରେ ବିକ୍ରି ହୋଇଯାଉଛି। କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଲୁହାପଥର ଖଣିରୁ ପରିବହନ କରୁଥିବା ଟ୍ରକ୍‌ଗୁଡ଼ିକ...

ବାଲି ଟ୍ରକ୍‌ ଚଳାଚଳ ଯୋଗୁ ଲୋକେ ଅତିଷ୍ଠ

ରଘୁନାଥପୁର,୧୨।୧୧(ଡି.ଏନ୍‌.ଏ.): ରଘୁନାଥପୁର ତହସିଲ ଅନ୍ତର୍ଗତ ରଇପଡାଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ୨ କିମି ରାସ୍ତାରେ ଦୈନିକ ଶତାଧିକ ବାଲି ବୋଝେଇ ହାଇୱା ଟ୍ରକ ଚଳାଚଳ ହେଉଛି।...

ବିପର୍ଯ୍ୟସ୍ତ ରାସ୍ତା: ଅଧକିମି ଚାଲି ଚାଲି ଆସିଲେ ଗର୍ଭବତୀ

କେଗାଁ, ୩ା୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ କେଗାଁ ପଞ୍ଚାୟତ ଅନ୍ତର୍ଗତ ସାନଚେର କର୍ଲାପଡା ଗଁା ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏଥିଯୋଗୁ ଗାଁକୁ ଆମ୍ବୁଲାନ୍ସ...

ଦେହ ପାଇଁ ଉପକାରୀ ଟମାଟୋ

ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଏହାକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ… -ଟମାଟୋରେ କ୍ୟାଲସିୟମ ଓ...

Advertisement
Archives

Model This Week