ମରାମତି ନାମରେ ଲୁଟ୍‌, ହେଉନି ତଦନ୍ତ

ଚଣ୍ଡିଖୋଲ,୨୭ା୨(ଡି.ଏନ.ଏ): ଗ୍ରାମ୍ୟ ଉନ୍ନୟନ ବିଭାଗ ଜାରକା ଡିଭିଜନ ଅନ୍ତର୍ଗତ ଚଣ୍ଡିଖୋଲ ସବ୍‌ଡିଭିଜନରେ ରାସ୍ତା ନିର୍ମାଣ ଓ ମରାମତି ନାମରେ ବ୍ୟାପକ ହରିଲୁଟ ଚାଲିଛି। ଯେଉଁ ରାସ୍ତାକାମ ଟେଣ୍ଡର ଜରିଆରେ ହୋଇଛି, ତାହା ପୁଣି ଏଫ୍‌-୨ ଜରିଆରେ କରାଯାଇ କୋଟି କୋଟି ଟଙ୍କା ଆମତ୍ସାତ କରାଯାଉଛି। ଜାତୀୟ ରାଜପଥ ୫ନଂରୁ ସୁଙ୍ଗୁଡ଼ା ଭାୟା ଖୋସାଲିପୁର ରାସ୍ତାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏହି ଘଟଣାର ଭିଜିଲାନ୍ସ ତଦନ୍ତ କରାଯିବାକୁ ଗ୍ରାମବାସୀ ଦାବି କରିଆସୁଥିଲେ ହେଁ କୌଣସି ପଦକ୍ଷେପ ନ ନିଆଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ସୂଚନାଥାଉ କି ୨୦୧୫-୧୬ ଆର୍ଥତ୍କ ବର୍ଷରେ ଏହି ରାସ୍ତା ନିର୍ମାଣ ପାଇଁ ଏକ କୋଟି ୮୬ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ରାସ୍ତା ନିର୍ମାଣ ଶେଷ ହେବାକୁ ବିଳମ୍ବ ହୋଇଥିଲା। ୨୦୧୭ ଡିିସେମ୍ବର ମାସରେ ରାସ୍ତା ନିର୍ମାଣ ଶେଷ ହୋଇଥିଲା। ଏହା ମଧ୍ୟରେ ଖୋସାଲିପୁର ଗ୍ରାମ ମଧ୍ୟରେ ଓ ସେଠାରୁ ଯାଇଥିବା ଜଳ ସମ୍ପଦ ବିଭାଗ ରାସ୍ତା ନିର୍ମାଣ କରାଯାଇ ନ ଥିଲା। ସମ୍ପୃକ୍ତ ଦୁଇ ରାସ୍ତାକୁ ଛାଡ଼ି ଠିକାଦାର ଅନ୍ୟ କାର୍ଯ୍ୟର ବିଲ୍‌ ନେଇ ପଳାଇଯାଇଥିଲା। ସରକାରୀ ନିୟମ ଅନୁଯାୟୀ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାର ୫ବର୍ଷ ପର୍ଯ୍ୟନ୍ତ ଏହାର ମରାମତି କରିବେ। ହେଲେ ମରାମତି କରିବା ପରିବର୍ତ୍ତେ ଏହାର ବର୍ଷକ ପରେ ସମ୍ପୃକ୍ତ ରାସ୍ତାରେ ୫ଟି ଗୁପ୍ତ ଟେଣ୍ଡର କରାଯାଇ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଛି। ୨୮।୨।୧୮ରୁ ୨୭।୩।୧୮ ପାଇଁ ରାସ୍ତା କାର୍ଯ୍ୟ ନାମରେ ୨୪୭ ଏଫ-୨, ୪ଲକ୍ଷ ୩୪ ହଜାର ୭୮୪ ଟଙ୍କା କରାଯାଇଥିବାବେଳେ ଏହି ସମୟରେ ୨୮୮ ଏଫ୍‌-୨ରେ ୪ଲକ୍ଷ ୩୫ ହଜାର ୧୬୭ ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ଅଧିକାର ତଥ୍ୟରୁ ମିଳିଛି। ସେହିଭଳି ୮।୬।୧୮ ରୁ ୭।୬।୧୮ ମଧ୍ୟରେ ୨ଲକ୍ଷ ୧୬ ହଜାର ୮୭୪ ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି। ଏହା ପରେ ୧୦।୧।୧୯ ରୁ ୯।୨୧୯ ମଧ୍ୟରେ ୧୨୭ ଏଫ-୨, ୧୭୯ ଏଫ୍‌-୨ ରେ ଦୁଇଟି ଗୁପ୍ତ ଟେଣ୍ଡର କରାଯାଇଛି। ଜଣେ ବ୍ୟକ୍ତିଙ୍କ ନାମରେ ଏହି ଦୁଇଟି ଗୁପ୍ତ ଟେଣ୍ଡର କରାଯାଇଥିବାବେଳେ ଗୋଟିକରେ ୪ଲକ୍ଷ ୩୬ ହଜାର ୬୮୬ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି। ଅନ୍ୟଟିରେ ୪ଲକ୍ଷ ୩୭ହଜାର ୬୯୬ ଟଙ୍କା ଖର୍ଚ୍ଚ ହୋଇଥିବା ବିଭାଗ ପକ୍ଷରୁ ଦର୍ଶାଯାଇଛି। ଏହି ୫ଗୋଟି ଗୁପ୍ତ ଟେଣ୍ଡର ଜରିଆରେ ଜାତୀୟ ରାଜପଥ ୫ନଂମ୍ବର ଠାରୁ ସୁଙ୍ଗୁଡ଼ା ଭାୟା ଖୋସାଲିପୁର ପର୍ଯ୍ୟନ୍ତ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା କାଗଜ ପତ୍ରରେ ଦର୍ଶାଯାଇଥିଲାବେଳେ ପ୍ରକୃତ ପକ୍ଷେ ଏହା ଖର୍ଚ୍ଚ ହୋଇ ନାହିଁ। ଏହି ରାସ୍ତାଟିକୁ ୨୦୧୭ ସୁଦ୍ଧା ଯେଉଁ ନିର୍ମାଣ କରାଯାଇଛି ସେଥିମଧ୍ୟରୁ ୬୦ଭାଗ କଂକ୍ରିଟ ରାସ୍ତା ହୋଇଥିବାବେଳେ ୪୦ଭାଗ ପିଚୁ ରହିଛି। ତେବେ କିଭଳି ଭାବରେ ସମ୍ପୃକ୍ତ ରାସ୍ତାରେ ପୁନଃର୍ବାର ଗୁପ୍ତ ଟେଣ୍ଡର ଜରିଆରେ ଏତେ ଟଙ୍କା ଖର୍ଚ୍ଚ କରାଗଲା ସେ ନେଇ ଗ୍ରାମବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏତେ ଟଙ୍କା ଖର୍ଚ୍ଚ କରାଯାଇଥିଲେ ବି ବର୍ତ୍ତମାନ ରାସ୍ତାର ଅବସ୍ଥା କହିଲେ ନ ସରେ। ବିଭିନ୍ନ ସ୍ଥାନରୁ କଂକ୍ରିଟ ଓ ପିଚୁ ଉଠିଗଲାଣି। ଏହି ରାସ୍ତା କାମର ଭିଜିଲାନ୍ସ ତଦନ୍ତ କରାଗଲେ ଟଙ୍କା ଆତ୍ମସାତ ସମ୍ପର୍କରେ ଜଣାପଡ଼ିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଚଣ୍ଡିଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଳସୀ ପାତ୍ରଙ୍କୁ ପଚାରିବାରେ କେତେ ଟଙ୍କା କେଉଁ ସମୟରେ ଖର୍ଚ୍ଚ ହୋଇଛି ତାହା ଠିକ୍‌ ଭାବେ କହିପାରିବି ନାହିଁ। କାଗଜ ପତ୍ର ଦେଖିବାପରେ ଜଣାଇବି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri