Posted inଜାତୀୟ

ମନ ପସନ୍ଦର ସିଟ୍‌ ନ ମିଳିବାରୁ ସ୍ପାଇସ୍‌ ଜେଟ୍‌ ବିମାନରେ ୨୦ ମିନିଟ୍‌ ଧାରଣା ଦେଲେ ପ୍ରଜ୍ଞା ସିଂ ଠାକୁର

ଭୋପାଳ,୨୨।୧୨: ସ୍ପାଇସ୍‌ ଜେଟ୍‌ ବିମାନରେ ମନ ପସନ୍ଦର ସିଟ୍‌ ନ ମିଳିବାରୁ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ୨୦ ମିନିଟ୍‌ ଧାରଣା ଦେଇଥିବା କୁହାଯାଉଛି। ବିମାନଟି ଦିଲ୍ଲୀରୁ ଭୋପାଳ ଯାଉଥିଲା। ଏଥିରେ ପ୍ରଜ୍ଞାଙ୍କୁ ୨-ଏ ସିଟ୍‌ ଦିଆଯାଇଥିଲା। ତେବେ ପ୍ରୋଟୋକଲ ଅନୁସାରେ ତାଙ୍କୁ ଏ-୧ ସିଟ୍‌ ଦିଆଯାଉ ବୋଲି ପ୍ରଜ୍ଞା ଚାହୁଁଥିଲେ। ସନ୍ଧ୍ୟା ୭ଟାରେ ବିମାନ ରାଜାଭୋଜ ବନ୍ଦରରେ ଅବତରଣ କରିଥିଲା। ପ୍ରଜ୍ଞା ୨୦ ମିନିଟ୍‌ ପର୍ଯ୍ୟନ୍ତ ବିମାନରୁ ବାହାରି ନ ଥିଲେ। ବିମାନ କର୍ମଚାରୀ ତାଙ୍କୁ ଓହ୍ଲାଇବାକୁ ଅନୁରୋଧ କଲେ ମାତ୍ର ପ୍ରଜ୍ଞା ମନା କରିଥିଲେ। ଏହାପରେ ବନ୍ଦର ନିର୍ଦ୍ଦେଶକ ଅନୀଲ ବିକ୍ରମ ବିମାନରେ ପହଞ୍ଚି ପ୍ରଜ୍ଞାଙ୍କୁ ଅନୁରୋଧ କରିବା ପରେ ସେ ବିମାନରୁ ଓହ୍ଲାଇ ଥିଲେ। ପ୍ରଜ୍ଞା ଧାରଣ ଦେବାରୁ ବିମାନଟି ୨୦ ମିନିଟ୍‌ ବିଳମ୍ବରେ ଭୋପାଳରୁ ଦିଲ୍ଲୀ ଉଡ଼ାଣ କରିଥିଲା। ସେ ସ୍ପାଇସ୍‌ ଜେଟ୍‌ ବିରୋଧରେ ଅଭିଯୋଗ କରିଥିବା କୁହାଯାଉଛି। ତେବେ ପ୍ରଜ୍ଞା ଧାରଣା ଦେଇ ନ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ପିଲାଙ୍କୁ କୂଅରେ ପିଙ୍ଗିଦେଲେ ମା’

ମୁମ୍ବାଇ, ୧ା୬: ମହାରାଷ୍ଟ୍ରର ରାଇଗଡ ଜିଲାରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳା ନିଜ ୬ ପିଲାଙ୍କୁ କୂଅରେ ଫିଙ୍ଗି ହତ୍ୟା କରିଛନ୍ତି। ସେମାନଙ୍କ...

ଅନ୍ନଦାତାଙ୍କ ଆନ୍ଦୋଳନ ତବଲିଘ୍‌ ଜମାତ୍‌ ଭଳି ସ୍ଥିତି ସୃଷ୍ଟି ନ କରୁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୭।୧: ସିଙ୍ଘୁ ସୀମାରେ ଜାରି ରହିଥିବା ଅନ୍ନଦାତାଙ୍କ ଆନ୍ଦୋଳନ ନେଇ ସୁପ୍ରିମ୍‌କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଆନ୍ଦୋଳନ ତବଲିଘ୍‌ ଜମାତ୍‌ ଭଳି ସ୍ଥିତି ସୃଷ୍ଟି ନ...

କରୋନା ରୋଗୀଙ୍କ ମୃତ୍ୟୁ ଦେଖି ଭୋ ଭୋ କାନ୍ଦିଲେ ଡାକ୍ତର, କହିଲେ…

ଲକ୍ଷ୍ନୌ,୧।୫: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡା. ଏ କେ ରାୟ କରୋନା ରୋଗୀଙ୍କ ମୃତ୍ୟୁ ଦେଖି ନିଜ ଚାମ୍ବରରେ...

ମହିଳାଙ୍କ ପାଇଁ ରାଜଧାନୀ ଦିଲ୍ଲୀ ବି ନୁହେଁ ସୁରକ୍ଷିତ: ୨ ହଜାର ଅନ୍ଧାରୀ ଇଲାକାରେ ଆଖିପିଛୁଳାକେ ଘଟୁଛି ଅପରାଧ

ନୂଆଦିଲ୍ଲୀ,୧୦।୬: ରାଜଧାନୀ ଦିଲ୍ଲୀରେ ମଧ୍ୟ ମହିଳାଙ୍କୁ ସୁରକ୍ଷା ମିଳିପାରୁ ନାହିଁ। ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଦିଲ୍ଲୀରେ ଅତିସମ୍ବେଦନଶୀଳ ୨ ହଜାର ଅନ୍ଧାରୀ ଇଲାକା(ଡାର୍କ...

କେରଳର ଏକମାତ୍ର ଭାଜପା ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜଗୋପାଳ ବି କୃଷି ଆଇନକୁ କଲେ ବିରୋଧ

ଥିରୁଭାନନ୍ତପୁରମ,୩୧ ।୧୨: ମୋଦି ସରକାରଙ୍କ କୃଷି ଆଇନକୁ ବିରୋଧ କରି ଗତ ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନ କରି...

ପଞ୍ଜାବରେ ଦମ୍‌ଦାର ପ୍ରଦର୍ଶନ ପରେ ଏଏପିର ବଡ଼ ଘୋଷଣା

ନୂଆଦିଲ୍‌ଲୀ,୧୪।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ କରିବା ପରେ ଆମ ଆଦମୀ ପାର୍ଟି(ଏଏପି)ର ନଜର ଏବେ ପଶ୍ଚିମବଙ୍ଗରେ। ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ହେବାକୁ...

ଅପରେଶନ୍‌ ଅଲ୍‌ଆଉଟ୍‌: ହିଟ୍‌ ଲିଷ୍ଟ୍‌ରେ ୧୦ ଆତଙ୍କବାଦୀ

ଶ୍ରୀନଗର,୪।୬: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରାଇବା ପାଇଁ ନୂଆ ସରକାର ଆରମ୍ଭ କରିଛନ୍ତି ଯୋଜନା। ଏହି ମର୍ମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ...

ଖାଇବା ଥାଳିରୁ ଗିରଫ ହେଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୮ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ମନ୍ତବ୍ୟ ଦେଇଥିବା କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ମଙ୍ଗଳବାର ଖାଉଥିବା ବେଳେ ତାଙ୍କୁ ମହାରାଷ୍ଟ୍ର...

Advertisement
Archives

Model This Week