Posted inରାଜ୍ୟ

ମନ୍ତ୍ରିମଣ୍ଡଳ ସହ ବିଜେଡିକୁ ଘାରିଛି ସଙ୍ଗଠନ ଚିନ୍ତା

ଭୁବନେଶ୍ୱର,୨୮।୫(ବ୍ୟୁରୋ): ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପଞ୍ଚମ ଥର ସରକାର ଗଢ଼ିବାକୁ ଯାଉଛି। ରାତି ପାହିଲେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ଦେବେ ଅଥବା ନ ଦେବେ, ସେ ଚିନ୍ତା ବିଜେଡି ସଭାପତିଙ୍କୁ ଘାରିଛି। ଅନୁରୂପ ଭାବେ ଆଗାମୀ ଦିନରେ ରାଜନୈତିକ ଚ୍ୟାଲେଞ୍ଜ ପାଇଁ କାହାକୁ ସଙ୍ଗଠନ ଦାୟିତ୍ୱ ପ୍ରଦାନ କରିବେ, ତାହା ମଧ୍ୟ ଚିନ୍ତାର କାରଣ ହୋଇଛି। ୨୦୧୭ରେ ସାଙ୍ଗଠନିକ ବ୍ୟାପାରକୁ ସୁଦୃଢ଼ କରିବା ପାଇଁ କେତେକ ମନ୍ତ୍ରୀଙ୍କୁ ଅପସାରଣ କରାଯାଇଥିଲା। ଅନୁରୂପଭାବେ କେତେକ ବରିଷ୍ଠଙ୍କୁ ମନ୍ତ୍ରୀପଦ ଦେଇ ସମ୍ମାନିତ କରାଯାଇଥିଲା। ହେଲେ ଦଳ ସେମାନଙ୍କଠାରୁ କରିଥିବା ଆଶା ଲୋକ ସଭା ଫଳାଫଳରେ ଦେଖିବାକୁ ମିଳିନାହିଁ। ତେଣୁ ସଙ୍ଗଠନ ଏବଂ ମନ୍ତ୍ରିମଣ୍ଡଳରେ କିପରି ସମନ୍ବୟ ଅଣାଯିବ, ତାହା ବିଜେଡି ଶୀର୍ଷ ନେତୃତ୍ୱର ଚିନ୍ତାର କାରଣ ହୋଇଛି।
କୋରାପୁଟ ଓ ମାଲକାନଗିରି ଜିଲାର ଦାୟିତ୍ୱ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରଦାନ କରାଯାଇଥିଲା। ନିକଟରେ ସମାପ୍ତ ହୋଇଥିବା ନିର୍ବାଚନରେ ୨୦୧୪ରେ ଦଳ ପାଖରେ ଥିବା କୋରାପୁଟ ଲୋକ ସଭା ଆସନ ହାତଛଡ଼ା ହୋଇଛି। ଅନେକ ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ଜୟପୁର ଭଳି କେତେକ ଆସନ ବିଜେଡି ହାତେଇ ପାରିନାହିଁ। ତେଣୁ ମନ୍ତ୍ରିମଣ୍ଡଳ ଚୟନରେ ପ୍ରଣବଙ୍କ ପର୍ଯ୍ୟବେକ୍ଷକ ଭାବେ ପ୍ରଦର୍ଶନକୁ ମଧ୍ୟ ବିଚାର କରାଯାଇପାରେ। ସେହିପରି ମୟୂରଭଞ୍ଜ ଜିଲା ଦାୟିତ୍ୱ ଅରୁଣ ସାହୁଙ୍କ ମୁଣ୍ଡରେ ନ୍ୟସ୍ତ ଥିଲା। ବିଜାତଳା ଉପନିର୍ବାଚନ ଫଳାଫଳ ବିଜେଡି ସପକ୍ଷରେ ଯାଇଥିଲା। ହେଲେ ଅସଲ ପରୀକ୍ଷା ଲୋକ ସଭାରେ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡିଛି। ମୟୂରଭଞ୍ଜରେ ପଞ୍ଚାୟତ ନିର୍ବାଚନ ସ୍ଥିତି ସୁଧୁରିଥିଲେ ବି ପ୍ରଦର୍ଶନ ଆଶାନୁରୂପ ହୋଇ ନ ଥିବା ନେତୃତ୍ୱ ଅନୁଭବ କରୁଛି। ସେହିପରି ଗଜପତି ଜିଲା ଦାୟିତ୍ୱରେ ଥିବା ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରଦର୍ଶନକୁ ନେଇ ନେତୃତ୍ୱ ଖପ୍ପା ଥିବା ଜଣାପଡିଛି। ଜିଲାର କୌଣସି ଗୋଟିଏ ହେଲେ ବିଧାନସଭା ଆସନରେ ବିଜେଡି ଜିତି ନାହିଁ। ସୂର୍ଯ୍ୟନାରାୟଣ ପାତ୍ର ବଲାଙ୍ଗୀର ଜିଲା ଦାୟିତ୍ୱରେ ଥାଇ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିପାରି ନାହାନ୍ତି। ବଲାଙ୍ଗୀର ରାଜପରିବାର-ଅଣ ରାଜପରିବାର ନେତୃବର୍ଗଙ୍କ ମଧ୍ୟରେ ସମନ୍ବୟର ଅଭାବ ରହିଥିଲା, ଯାହାଦ୍ୱାରା ଲୋକ ସଭା ସମେତ ବଲାଙ୍ଗୀର, ଲୋଇସିଂହା ଏବଂ କଣ୍ଟାବାଞ୍ଜି ବିଧାନସଭା ସିଟ୍‌ ବିଜେଡି ହାତରୁ ଚାଲିଯାଇଛି। ତେଣୁ ସୂର୍ଯ୍ୟଙ୍କୁ ପୁନର୍ବାର ମନ୍ତ୍ରୀ କରିବା ପୂର୍ବରୁ ଏ କଥା ବିଚାର କରାଯାଉଛି ନା ନାହିଁ, ତାହା ଦେଖିବାକୁ ବାକି ରହିଲା। ବାଲେଶ୍ୱର ଦାୟିତ୍ୱ ଅତନୁ ସବ୍ୟସାଚୀଙ୍କୁ ପ୍ରଦାନ କରାଯାଇଥିଲା। ହେଲେ କେତେକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଅତନୁ ପୂର୍ଣ୍ଣରୂପେ ଜିଲା ସଭାପତି ରବୀନ୍ଦ୍ର ଜେନାଙ୍କ ଉପରେ ନିର୍ଭରଶୀଳ ହୋଇ ପଡିଥିଲେ। ଏକାଧିକ ବିଧାନସଭା ସହ ବାଲେଶ୍ୱର ଲୋକ ସଭା ଏବେ ଭାଜପା ଖାତାକୁ ଚାଲିଯାଇଛି। ବହୁଚର୍ଚ୍ଚିତ ବରଗଡ଼ ଜିଲା ଦାୟିତ୍ୱରେ ଥିବା ପ୍ରଫୁଲ୍ଲ ମଲିକଙ୍କ ପ୍ରଦର୍ଶନକୁ ମଧ୍ୟ ଅନୁଧ୍ୟାନ କରାଯିବ। ସେ ଦାୟିତ୍ୱରେ ଥିବା ଅଞ୍ଚଳର ସବୁ ବିଧାନସଭା ଆସନରେ ବିଜେଡି ଜିତିଥିବା ବେଳେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଲୋକ ସଭା ଆସନରେ ହାରିଛନ୍ତି। ସଞ୍ଜୟ ଦାସବର୍ମା ରାୟଗଡା ଓ ନବରଙ୍ଗପୁର ଦାୟିତ୍ୱରେ ରହିଥିଲେ। ନବରଙ୍ଗପୁର ଲୋକ ସଭାରେ ପୂର୍ବାପେକ୍ଷା ବିଜେଡି ସାମାନ୍ୟ ଭଲ ପ୍ରଦର୍ଶନ କରିଛି। ହେଲେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କୁ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ବିଧାନସଭାରେ ପରାସ୍ତ କରିଛନ୍ତି। ସଞ୍ଜୟ ନିର୍ବାଚନ ହାରିଯାଇଥିବାରୁ ତାଙ୍କୁ ବର୍ତ୍ତମାନ ମନ୍ତ୍ରୀ ପଦ ମିଳିବାର ନାହିଁ। ହେଲେ ତାଙ୍କୁ ଭବିଷ୍ୟତରେ ସଙ୍ଗଠନ ଦାୟିତ୍ୱ ମିଳୁଛି କି ନାହିଁ, ତା’ ଉପରେ ରାଜନୈତିକ ସମୀକ୍ଷକଙ୍କ ନଜର ରହିଛି। କଳାହାଣ୍ଡି ଏବଂ ନୂଆପଡା ଦାୟିତ୍ୱରେ ଥିବା ନିରଞ୍ଜନ ପୂଜାରୀଙ୍କ ପ୍ରଦର୍ଶନ ମଧ୍ୟ ଉତ୍ସାହଜନକ ନୁହେଁ। କଳାହାଣ୍ଡି ଲୋକ ସଭା ଏବଂ ଏହା ଅଧୀନ ବହୁ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ବିରୋଧୀଙ୍କ ହାତକୁ ଚାଲିଯାଇଛି। ସୁନ୍ଦରଗଡ଼ ବିଜେଡି ଦାୟିତ୍ୱରେ ଥିବା ପ୍ରଶାନ୍ତ ନନ୍ଦଙ୍କ ପୁତ୍ର ରିଷବ ନନ୍ଦ ଭାଜପା ପ୍ରାର୍ଥୀ ଭାବେ ବେଗୁନିଆ ଆସନରୁ ଲଢ଼ିଥିଲେ। ସୁନ୍ଦରଗଡ ଲୋକ ସଭାରେ ବିଜେଡି ପୂର୍ବାପେକ୍ଷା ଖରାପ ପ୍ରଦର୍ଶନ କରିବା ସହ ଏହା ଅଧୀନ ୫ ବିଧାନସଭା ବିରୋଧୀଙ୍କ ହାତକୁ ଯାଇଛି। ତେଣୁ ରାଜ୍ୟ ସଭା ଏମ୍‌ପି ଥିବା ପ୍ରଶାନ୍ତଙ୍କୁ ଭବିଷ୍ୟତରେ ସାଙ୍ଗଠନିକ ଦାୟିତ୍ୱରେ ରଖାଯାଉଛି ନା ଅପସାରଣ କରାଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।
ଭାଜପା ୨୦୧୯ ନିର୍ବାଚନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଭାବେ ଉଭା ହୋଇଛି। ସର୍ବଭାରତୀୟସ୍ତରରେ ସହରାଞ୍ଚଳରେ ଭାଜପାର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ତେଣୁ କିଛିମାସ ପରେ ରାଜ୍ୟରେ ହେବାକୁ ଥିବା ପୌର ନିର୍ବାଚନକୁ ଆଖି ଆଗରେ ରଖି ସରକାର ଓ ସଙ୍ଗଠନ କିଭଳି ପ୍ରସ୍ତୁତ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ୧୮ ପ୍ରତିଶତରେ ଥିବା ଭାଜପା ୩୮ ପ୍ରତିଶତକୁ ପହଞ୍ଚିବା ବିଜେଡି ନେତୃତ୍ୱକୁ ଚିନ୍ତାରେ ପକାଇଥିବା ଏକାଧିକ ନିର୍ବାଚିତ ବିଧାୟକ, ଏମ୍‌ପି ନିଜ ନାମକୁ ଗୋପନ ରଖି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri