Posted inଫୁରସତ

ମନୁଷ୍ୟକୃତ ଇନ୍ଦ୍ରଧନୁ

ଇନ୍ଦ୍ରଧନୁ ପ୍ରକୃତିର ଏକ ଅପରୂପ ଦୃଶ୍ୟ। ଖୋଲା ଆକାଶରେ ସପ୍ତରଙ୍ଗର ଏହି ଦୃଶ୍ୟ ଦେଖିବାକୁ କାହାକୁ ବା ଭଲ ନ ଲାଗେ। ତେବେ ଇନ୍ଦ୍ରଧନୁକୁ ଚାରିକାନ୍ଥ ଭିତରେ ମନୁଷ୍ୟକୃତ ଭାବେ ସୃଷ୍ଟିକରି ଜଣେ କଳାକାର ସାଉଁଟିଛନ୍ତି ଅନେକ ପ୍ରଶଂସା। ମେକ୍ସିକୋ ଜନ୍ମିତ ଗାବ୍ରିଏଲ ଦାବେ ନାମକ ଏହି କଳାକାର ନିଜ ସୃଜନାତ୍ମକ କଳାକୃତି ଲାଗି ବେଶ୍‌ ଚର୍ଚ୍ଚାରେ ଥା’ନ୍ତି। ଓହିଓଠାରେ ଥିବା ଗ୍ରେଟ ଗ୍ୟାଲେରି ଅଫ୍‌ ଟୋଲେଡୋ ମ୍ୟୁଜିୟମ୍‌ ଅଫ୍‌ ଆର୍ଟଠାରେ ସେ ଏମ୍ବ୍ରୋଡରୀ ସୂତାକୁ ବ୍ୟବହାର କରି ସୃଷ୍ଟି କରିଛନ୍ତି ଏଭଳି ଏକ କଳାକୃତି, ଯାହା ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରିଥାଏ। ଗାବ୍ରିଏଲ ହଜାରେ ପ୍ରକାର ସାଧାରଣ ରଙ୍ଗିନ ଏମ୍ବ୍ରୋଡରୀ ସୂତାକୁ ଘରର ଛାତରୁ ଚଟାଣ ଯାଏ ପୁଣି ଚଟାଣରୁ ଛାତ ଯାଏ ବାରମ୍ବାର ଗୁଡାଇ ଏହି ପ୍ୟାଟର୍ନ ପ୍ରସ୍ତୁତ କରିଥିଲେ, ଯାହା ଇନ୍ଦ୍ରଧନୁର ଏକ କଳାତ୍ମକ ଦୃଶ୍ୟ ଭଳି ପ୍ରତୀୟମାନ ହେଲା। ଏହି କଳାକୃତି ସମ୍ପର୍କରେ ଗାବ୍ରିଏଲ କୁହନ୍ତି, ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ଥିବା ଦୃଢ ସମ୍ପର୍କକୁ ଦର୍ଶାଇବାକୁ ଯାଇ ସେ ଏଭଳି ଏକ କଳାକୃତି ନିର୍ମାଣ କରିବା କଥା ଚିନ୍ତା କରିଥିଲେ। ପ୍ଲେକ୍‌ସସ୍‌ ଏ-୧ ନାମକ ଏହି କଳାକୃତି ପ୍ରସ୍ତୁତ କରିବା ଲାଗି ଗାବ୍ରିଏଲଙ୍କୁ ୧୦ ଦିନ ସମୟ ଲାଗିଥିଲା ଏବଂ ଏଥିରେ ୬୦ ମାଇଲ ସୂତା ବ୍ୟବହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଜୁମ୍‌ ମିଟିଂ: ଉଲଗ୍ନ ହୋଇ ଠିଆ ହେଲେ ନେତାଙ୍କ ସ୍ତ୍ରୀ, ଆଉ ତା’ ପରେ…

କରୋନା ଭାଇରସ ଯୋଗୁ ବର୍ତ୍ତମାନ ଅଧିକାଂଶ ଲୋକେ ଘରେ ରହି କାମ କରୁଛନ୍ତି। ଏହି ସମୟରେ ସକରାରୀ ଅଧିକାରୀ ଏବଂ ନେତାମାନେ ଜୁମ୍‌ ଆପ୍‌ରେ ମିଟିଂ...

ସ୍କୁଲରେ ସିଗାରେଟ ଟାଣୁଥିଲେ ପ୍ରିନ୍ସପାଲ: ଜଣାପଡ଼ିବା ପରେ…

ପାଟଣା, ୨୪।୯: ବିହାର ଭାଗଲପୁରର ଏକ ସରକାରୀ ବିଦ୍ୟାଳୟରେ ପ୍ରିନ୍ସପାଲଙ୍କୁ ସିଗାରେଟ ଟାଣିବା ମହଙ୍ଗା ପଡ଼ିଛି। କରୋନା ମହାମାରୀ ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।...

ସଂଘର୍ଷରୁ ସଫଳ: ଅଣଶ୍ୱେତାଙ୍ଗ ସିନେଟର୍‌

ଭରମୋଣ୍ଟ ଷ୍ଟେଟ୍‌ ଲେଜିସ୍‌ଲେଚରକୁ ପ୍ରଥମ ଭାରତୀୟ ବଂଶୋଦ୍ଭବ ତଥା ଅଣଶ୍ୱେତାଙ୍ଗ ମହିଳା ଭାବେ ନିର୍ବାଚିତ ହେବାରେ କେଶା ରାମ ଥିଲେ ଆମେରିକାର ସବୁଠୁ କମ୍‌ ବୟସର...

ଫିଲ୍ମ ଷ୍ଟାଇଲ୍‌ରେ ମୋବାଇଲ୍‌ ଚୋରକୁ କାବୁ କଲେ ପୋଲିସ କର୍ମଚାରୀ, ଭିଡିଓ ଦେଖିଲେ…

ଚୋର ଧରିବା ପୋଲିସର କାମ। ହେଲେ ଅନେକ ସମୟରେ ଏପରି କିଛି ଘଟେ ଯାହା ଚର୍ଚ୍ଚାର ବିଷୟ ପାଲଟିଥାଏ। ମାଙ୍ଗାଲୁର ପୋଲିସର ସେଭଳି ଏକ ଭିଡିଓ...

ଜାଣନ୍ତି କି କୂଅର ଆକାର କାହିଁକି ହୋଇଥାଏ ଗୋଲାକାର…

ଦୁନିଆରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଅନେକ ଥର ଦେଖିଥିବେ, କିନ୍ତୁ ଏପରି ଜିନିଷ ତିଆରି କରିବାର କାରଣ କ’ଣ ହୋଇପାରେ ତାହା ଜାଣି...

ଗୋବରରୁ ଉତ୍ପନ୍ନ ହେବ ବିଜୁଳି

ଗାଈ ଗୋବରର ଉପକାରିତା ବିଷୟରେ ବହୁତ ଶୁଣିଥିବେ। ବାୟୋଗ୍ୟାସ, ଗୋବର ଗ୍ୟାସ, ଖତ ଏବଂ ଗୋବରରୁ ଦୀପ ତିଆରି ହୋଇଥିବା ସମ୍ପର୍କରେ ବି ପୂର୍ବରୁ ଜାଣିଥିବେ।...

ତିନି ନାୟିକାଙ୍କ ‘ନାୟିକା’

ସେମାନେ ତିନିଜଣ, ତିନି ହେଁ ନାଟ୍ୟ ନିର୍ଦ୍ଦେଶିକା, ଲେଖିକା ଓ ଅଭିନେତ୍ରୀ। ନାଟକର ପ୍ରଚାର ପ୍ରସାର ସହ ମହିଳାମାନଙ୍କୁ ଆଗକୁ ଆଣିବା ପାଇଁ ସେମାନେ ତିନୋଟି...

୩ ରାଶିର ବ୍ୟକ୍ତିଙ୍କ ଉପରେ ହେବ ପ୍ରେମର ବର୍ଷା…

ପ୍ରେମୀ ଦିବସକୁ ନେଇ ପ୍ରତିଟି ପ୍ରେମିକାପ୍ରେମିକଙ୍କ ମଧ୍ୟରେ ଉତ୍ସୁକତା ଭରି ରହିଥାଏ। ପ୍ରେମ ଉପରେ ସବୁବେଳେ କଟକଣା ଲାଗିଛି। ତେବେ ଯେତେବେଳେ କଟକଣା ଶକ୍ତ ହୋଇଛି...

Advertisement
Archives

Model This Week