ମନର ବୋଝ ହାଲ୍‌କା କରେ ସହକର୍ମୀଙ୍କ ସହ ବାର୍ତ୍ତାଳାପ

ଲଣ୍ଡନ: ବିଭିନ୍ନ ସାମାଜିକ ତଥା ଆର୍ଥିକ ସମସ୍ୟା ଯୋଗୁ ମନ ଅନେକ ସମୟରେ ଭାରାକ୍ରାନ୍ତ ହୋଇଯାଇଥାଏ। ମାନସିକ ଅବସ୍ଥାର ସାଧାରଣ ସ୍ଥିତି ଫେରାଇ ଆଣିବାରେ ଭାବର ଆଦାନ ପ୍ରଦାନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ଲଣ୍ଡନ ସୁରୀ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବନ୍ଧୁବାନ୍ଧବଙ୍କ ସହିତ କଥାବାର୍ତ୍ତା ହେଲେ ମନର ବୋଝ ହାଲ୍‌କା ହୋଇଥାଏ। ସେହିପରି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଦ୍ୱାରା ମଧ୍ୟ ମାନସିକ ଅବସ୍ଥାରେ ସନ୍ତୁଳନ ଆସିଥାଏ। କର୍ମକ୍ଷେତ୍ରରେ କାର୍ଯ୍ୟର ଚାପଯୋଗୁ ବିଭିନ୍ନ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ପୂର୍ବରୁ ଆକଳନ କରାଯାଉଥିଲା। ଏହି ନୂତନ ଅନୁଧ୍ୟାନରୁ ମିଳିଥିବା ତଥ୍ୟ ଅନୁସାରେ କର୍ମକ୍ଷେତ୍ରରେ ମାନସିକ ଚାପ ସୃଷ୍ଟି ହେବା ପରିବର୍ତ୍ତେ ହ୍ରାସ ପାଇଥାଏ ବୋଲି ଜଣାପଡିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ଭାବର ଆଦାନ ପ୍ରଦାନ ଯୋଗୁ କାମ ଭଲ ହୋଇଥାଏ ଓ ମାନସିକ ଅବସ୍ଥା ସୁଧୁରି ଯାଇଥାଏ। ଏହି ମର୍ମରେ ଗବେଷକ ୫୦୦ କର୍ମଚାରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସେମାନେ ଦେଇଥିବା ଉତ୍ତର ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ପ୍ରାୟ ୮୭ ପ୍ରତିଶତ କର୍ମଜୀବୀ କର୍ମକ୍ଷେତ୍ରରେ ମାନସିକ ଚାପ କମିଯାଇଥାଏ ବୋଲି କହିଥିଲେ। ଅନ୍ୟପକ୍ଷରେ ୧୨ ପ୍ରତିଶତ ଲୋକ କର୍ମକ୍ଷେତ୍ର ମାନସିକ ଅଶାନ୍ତି ବଢ଼ାଇଥାଏ ବୋଲି ମତ ଦେଇଥିଲେ। ସେହିପରି ୯୦ ପ୍ରତିଶତରୁ ଅଧିକ ଲୋକ କର୍ମକ୍ଷେତ୍ରରେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରାଇଥାଏ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଦିନରୁ ମୋବାଇଲ୍‌ରେ ଖେଳୁଥିଲେ ଗେମ୍‌, ଏବେ ଏମିତି ହେଲା ଅବସ୍ଥା

ମ୍ୟାସାଚୁଏଟ୍‌ସରେ ରହୁଥିବା ଜ୍ୟାକବ୍‌ ପିନାଙ୍କ ଆଙ୍ଗୁଠି ପିଲାଦିନରୁ ଠିକ୍‌ଠାକ୍‌ ଥିଲା। ପରେ ସେ ମୋବାଇଲରେ ଗେମ୍‌ ଖେଳିବାରେ ଏତେ ସମୟ କାଟୁଥିଲେ କି, ଯାହା ପରବର୍ତ୍ତୀ...

ଟ୍ରମ୍ପ୍‌ଙ୍କ ଧମକ: ଗୁଗୁଲ, ଫେସବୁକ୍‌ ଓ ଟୁଇଟର ଉପରେ ଚାଲିବ ମକଦମା

ଓ୍ବାଶିଂଟନ,୨୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ୍‌ ମିଡ଼ିଆକୁ ଧମକ୍‌ ଦେଇଛନ୍ତି। ଗୁଗୁଲ, ଫେସବୁକ୍‌ ଓ ଟୁଇଟର୍‌ ଉପରେ ମକଦମା ଚଳାଇବାକୁ ସେ ଚେତାବନୀ ଦେଇଛନ୍ତି।...

ଗାଡ଼ି ଷ୍ଟାର୍ଟ କରିବ ଆପ୍‌

ଜୟପୁର,୨୫।୨: ରାଜସ୍ଥାନର ଜଣେ ଯୁବକ ଏକ ନୂଆ ଆପ୍‌ ତିଆରି କରିଛନ୍ତି। ଏହି ଆପ୍‌ ଯେକୌଣସି ଗାଡ଼ି ଷ୍ଟାର୍ଟ ଏବଂ ବନ୍ଦ କରିବାକୁ ସକ୍ଷମ ହୋଇପାରିବ।...

‘ଏ’ ବ୍ଲଡ୍‌ ଗ୍ରୁପ୍‌ଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ: ଚାଇନା ରିପୋର୍ଟ !

ବେଜିଂ,୧୮।୩: ଚାଇନାରେ କରୋନା ସଂକ୍ରମଣ ଯୋଗୁ ବହୁ ଲୋକଙ୍କ ମୃତ୍ୟୁ ଘଟିଛି। ସମ୍ପ୍ରତି ଚାଇନାର ଉହାନ ଏବଂ ଶେନଜେନ୍‌ ସହରରେ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ...

ବାୟୁ ଚଳାଚଳ କରୁ ନ ଥିବା ହସ୍ପିଟାଲରେ କରୋନା ସଂକ୍ରମଣ ଆଶଙ୍କା ଅଧିକ

ଜେନେଭା,୧୧।୭: ପାଖାପାଖି ୩୨ ଦେଶର ୨୩୯ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଥିଲା କି ବାୟୁ ଦ୍ୱାରା କରୋନା ସଂକ୍ରମଣ ହୋଇପାରେ। ପ୍ରଥମେ ବିଶ୍ୱ ସ୍ବାସ୍ଥ୍ୟ...

କରୋନା ସଂକ୍ରମଣ ଅତି ଖରାପ ସ୍ଥିତିରେ ପହଞ୍ଚିବ: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୧୪।୭: ଆଗାମୀ ଦିନରେ ପୃଥିବୀରେ କରୋନା ସଂକ୍ରମଣ ଅତି ଖରାପ ସ୍ଥିତିରେ ପହଞ୍ଚିବ। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସୂଚନା ଦିଆଯାଇଛି। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ...

ଯାଆଁଳା ଝିଅଙ୍କ ସହ ମିଶି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ ମା’, ଫଳାଫଳ ଆସିଲା ଏମିତି

ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ରହୁଥିବା ଜଣେ ମା’ ନିଜ ଯାଆଁଳା ଝିଅଙ୍କ ସହ ମିଶି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଭଲ ନମ୍ବର ରଖି ସେ...

ବିଶ୍ୱକୁ ଭୟ ‘ସାର୍ସ’ ସଂକ୍ରମଣ

ଫୁସ୍‌ଫୁସରେ  ଗୁରୁତର ପ୍ରଦାହକୁ ‘ସାର୍ସ’ (ସିଭିୟର ଆକ୍ୟୁଟ ରେସିପିରେଟୋରି ସିଣ୍ଡ୍ରୋମ୍‌ )କୁହାଯାଏ। ଭୂତାଣୁ ସଂକ୍ରମଣରୁ ଏହା ହୋଇଥାଏ। ଅଧିକ ଜ୍ୱର, କାଶ ଓ ମୁଣ୍ଡବିନ୍ଧା ହୁଏ।...

Advertisement


Archives

Model This Week