ମନକୁ ହାଲକା କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ବିଭିନ୍ନ ସମସ୍ୟା ଯୋଗୁ ମନ ବେଳେବେଳେ ଭାରାକ୍ରାନ୍ତ ହୋଇଯାଇଥାଏ। ମାନସିକ ଅବସ୍ଥାର ସାଧାରଣ ସ୍ଥିତି ଫେରାଇ ଆଣିବାରେ ଭାବର ଆଦାନପ୍ରଦାନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ବନ୍ଧୁ ବାନ୍ଧବଙ୍କ ସହିତ କଥାବାର୍ତ୍ତା ହେଲେ ମନର ବୋଝ ହାଲକା ହୋଇଯାଇଥାଏ। ସେହିପରି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଦ୍ୱାରା ମଧ୍ୟ ମନର ବୋଝ ହାଲକା ହେବା ସହିତ ମାନସିକ ଅବସ୍ଥାରେ ସନ୍ତୁଳନ ଆସିଥାଏ। କର୍ମକ୍ଷେତ୍ରରେ କାର୍ଯ୍ୟର ଚାପଯୋଗୁ ବିଭିନ୍ନ ଶାରିରୀକ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ପୂର୍ବରୁ ଆକଳନ କରାଯାଉଥିଲା। ଏହି ନୂତନ ଅନୁଧ୍ୟାନରୁ ମିଳିଥିବା ତଥ୍ୟ ଅନୁସାରେ କର୍ମକ୍ଷେତ୍ରରେ ମାନସିକ ଚାପ ସୃଷ୍ଟି ହେବା ପରିବର୍ତ୍ତେ ହ୍ରାସ ପାଇଥାଏ ବୋଲି ବୋଲି ଲଣ୍ଡନ ସୁରୀ ବିଶ୍ୱ ବିଦ୍ୟାଳୟ ଅଧୀନରେ କାର୍ଯ୍ୟ କରୁଥିବା କିଙ୍ଗସ୍‌ କଲେଜର ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ଭାବର ଆଦାନପ୍ରଦାନ ଯୋଗୁ କାମ ଭଲ ହୋଇଥାଏ ଓ ମାନସିକ ଅବସ୍ଥା ସୁଧୁରି ଯାଇଥାଏ। ଏହି ମର୍ମରେ ଗବେଷକ ୫୦୦ କର୍ମଚାରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସେମାନେ ଦେଇଥିବା ଉତ୍ତର ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ପୁରୁଷଙ୍କ ତୁଳନାରେ ମହିଳା ଅଧିକ ଗପସପ କରିଥାନ୍ତି। ତେଣୁ ମହିଳାମାନେ ତୁଳନାତ୍ମକ ଭାବେ ଅଧିକ ସୁସ୍ଥ ରହିଥାନ୍ତି ବୋଲି ଗବେଷକ ସୂଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ଡାକିଲେ ବଡ଼ ବୈଠକ, ଆଉ କିଛି ସମୟରେ ବଡ଼ ଘୋଷଣା!

ଭୁବନେଶ୍ୱର,୧୦।୬: ରାଜ୍ୟ ରାଜନୀତିରେ ଏବେ ହଲଚଲ ଜୋର ଧରିଛି। ବିଶେଷ କରି ସାଧାରଣ ନିର୍ୱାଚନ ପରେ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଦିଲ୍ଲୀ ଗସ୍ତରୁ ଫେରିବା…

କେସିଙ୍ଗା ମେଡିକାଲ ଉପରେ ପଡ଼ିଲା ଗଛ, ଭାଙ୍ଗିଗଲା….

କେସିଙ୍ଗା,୧୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବର୍ହିବିଭାଗ ସମ୍ମୁଖରେ ପଡ଼ିଗଲା ବିରାଟକାୟ ଗଛ । ଅଳ୍ପକେ ଦୁର୍ଘଟଣା ବର୍ତ୍ତିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ…

କଂଗ୍ରେସରେ ମିଶିବେ ମମତା? ମୁହଁ ଖୋଲିଲା TMC, ରାଜନୀତିରେ ଚହଳ

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଦଳର ବିଧାୟକମାନଙ୍କ ବିଦାୟ ପରେ, ଏମପିମାନେ ମଧ୍ୟ ଦଳ ଛାଡିବାକୁ ପ୍ରସ୍ତୁତ…

ମମତାଙ୍କ ଠୁ ୬ଗୁଣା ଅଧିକ ଧନୀ ସାୟନି ଘୋଷ, ଏତେ ଟଙ୍କାର ମାଲିକାଣୀ…

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନ ଫଳାଫଳ ଏବଂ ରାଜ୍ୟରେ ଭାଜପା ସରକାର ଗଠନ ପରେ, ୧୫ ବର୍ଷ ଧରି ବଙ୍ଗଳାରେ ଶାସନ କରିଥିବା ତୃଣମୂଳ କଂଗ୍ରେସ (ଟିଏମସି)…

ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!

ଇସଲାମବାଦ,୧୦।୬: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ପାକିସ୍ତାନ ସେନା ଆଭିଏସନ୍ Mi-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଏଥିରେ…

ଧାନ ଚୋରି କରି ନେଇଯାଉଥିବା ବେଳେ ଦୁର୍ଘଟଣା ହେଲା ଟ୍ରକ, ଚାଳକ….

ଅତାବିରା,୧୦।୬(ଯୁଧିଷ୍ଠିର ମହାପାତ୍ର): ରାଜ୍ୟରେ ରବି ଧାନ କିଣାବିକା ଅବଧି ଯେତେ ବିତୁଛି, ସେତିକି ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟୋକନ ତ ଆଉ କେତେବେଳେ…

ଧକ୍କା ଦେଇ ସ୍କୁଟିକୁ ଘୋଷାଡ଼ି ନେଲା ପିକ୍‌ଅପ୍‌, ଆଉ ତା’ ପରେ…

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଖଦାଲପଡ଼ା ସୁରୁଚି ମାର୍କେଟ ସମ୍ମୁଖ ରାସ୍ତାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ପିକ୍‌ଅପ୍‌ ଗାଡ଼ି ଜଣେ ଓକିଲଙ୍କ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟ ଶେଷ କରିବାକୁ ହିତାଧିକାରୀଙ୍କୁ ନିର୍ଦ୍ଦେଶ

କେସିଙ୍ଗା,୧୦ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ସଭାପତିତ୍ୱରେ ପୌର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ୧.୦ ମାଧ୍ୟମରେ କାର୍ଯ୍ୟ ସମ୍ପୂର୍ଣ୍ଣ କରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri