ମଧ୍ୟାହ୍ନଭୋଜନ ଖାଇ ୧୯ ଅସୁସ୍ଥ, ୨ ଗୁରୁତର

ତାଳଚେର,୧୩।୭(ନି.ପ୍ର.) : ମଧ୍ୟାହ୍ନଭୋଜନ ଖାଇ ଶନିବାର ପରଜଙ୍ଗ ବ୍ଲକ କଳେଇ ୟୁପିସ୍କୁଲର ୧୯ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ପଡ଼ିଥିଲେ। ଚିକିତ୍ସା ପାଇଁ ସମସ୍ତଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବେ ୨ ଜଣ ଡାକ୍ତରଖାନାରେ ଚିକିସତ୍ାଧୀନ ଥିବାବେଳେ ଅନ୍ୟମାନେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଯାଇଛନ୍ତି। ଉକ୍ତ ସ୍କୁଲରେ ୭୦ ଜଣ ଛାତ୍ରୀଛାତ୍ର ପାଠ ପଢ଼ନ୍ତି। ଶନିବାର ଥିବାରୁ ପୂର୍ବାହ୍ନ ୧୦ଟା ବେଳେ ସମସ୍ତ ପିଲା ମଧ୍ୟାହ୍ନଭୋଜନ ଖାଇଥିଲେ। କିଛି ସମୟ ପରେ ସ୍କୁଲ ଛୁଟି ହୋଇଥିଲା। ପିଲାମାନେ ଘରକୁ ଯିବା ବେଳେ ବାଟରେ ୬ଷ୍ଠ ଶ୍ରେଣୀ ଛାତ୍ରୀ ସିବାସିନି ଭୂତିଆ ରାସ୍ତାରେ ପଡ଼ିଯାଇଥିଲେ। ଖବର ପାଇ  ପରିବାର ଲୋକେ ପହଞ୍ଚି ତାଙ୍କୁ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ସେହିପରି ୭ମ ଶ୍ରେଣୀ ଛାତ୍ରୀ ସାହିଲି ଭୂତିଆଙ୍କ ପେଟ ବ୍ୟଥା ଓ ମୁଣ୍ଡ ବୁଲାଇବାରୁ ତାଙ୍କୁ ମଧ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ପରେ କାଜଲ ଜେନା, ଲିବ୍ରା ଜେନା, ଋଷି ଜେନା, ସାଲିନା ଜେନା, ସାଗରି ଜେନା, ଉପତ୍ଳ ଜେନା,ସାଲଇନା ଖଟୁଆ, ଲକ୍ଷ୍ମୀଶ୍ରୀ ମହାଭୋଇ, ପାଏଲ ଖଟୁଆ, ସୁପ୍ରିୟା ମାକତା,ସୋହମ ମହାଭୋଇ, ସୁନୀଲ ଭୂତିଆ, ରୁଦ୍ର ଜେନାଙ୍କ ସମେତ ୧୯ ଜଣ ଛାତ୍ରୀଛାତ୍ର ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ବେହେରା କୁହନ୍ତି, ଭାତରେ ବୁଢ଼ିଆଣି ପଡ଼ିଥିବାରୁ ଏଭଳି ଘଟିଲା। ଖବର ପାଇ ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା ଡାକ୍ତରଖାନାକୁ ଆସି ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ତାଳଚେର ପୋଲିସ ମଧ୍ୟ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଶୋଇଥିଲେ ସାଙ୍ଗ, ଛୁରି ଭୁସିଦେଲେ ଗଣ୍ଡ: ବିଶ୍ୱାସଘାତକତାର କରୁଣ ପରିଣତି

ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା…

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri