Posted inଖେଳ

ମହିଳା ଫୁଟ୍‌ବଲ ଦଳକୁ ୬ ସ୍ଥାନ ପଦୋନ୍ନତି

ନୂଆଦିଲ୍ଲୀ,୧୩ା୭ (ପି.ଟି.)-ଭାରତୀୟ ମହିଳା ଫୁଟ୍‌ବଲ ଦଳ ଗତ କିଛି ମାସ ହେଲା ପ୍ରଭାବୀ ପ୍ରଦର୍ଶନ କରିଆସିଛି। ଏଥିପାଇଁ ସଦ୍ୟ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗ ତାଲିକାରେ ଦଳ ୬ ସ୍ଥାନ ପଦୋନ୍ନତି ପାଇ ୫୭ ତମ ସ୍ଥାନରେ ରହିଛି। ଏସୀୟ ଦେଶଗୁଡ଼ିକ ମଧ୍ୟରେ ଭାରତୀୟ ମହିଳା ଦଳ ର଼୍ୟାଙ୍କିଙ୍ଗରେ ୧୧ତମ ସ୍ଥାନରେ ରହିଛି। ଦଳର ବର୍ତ୍ତମାନ ପଏଣ୍ଟ ସଂଖ୍ୟା ୧୪୨୨ ରହିଛି। ପୂର୍ବରୁ ଗତମାର୍ଚ୍ଚ ମାସରେ ଯେତେବେଳେ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଥିଲା, ଭାରତର ପଏଣ୍ଟ ସଂଖ୍ୟା ୧୩୯୨ ରହିଥିଲା। ଜାନୁୟାରୀଠାରୁ ଦଳ ୧୮ଟିରେ ବିଜୟ ହାସଲ କରିଥିଲା। ତନରୁ ଦଳ ୧୨ଟିରେ ବିଜୟ ହାସଲ କରିଥିଲା। ଦଳ ଦକ୍ଷତା ବୃଦ୍ଧି ପାଇଁ ହଂକଂ, ଇଣ୍ଡୋନେସିଆ ଓ ତୁର୍କୀ ଟୁର୍‌ କରିଥିଲା। ଭୁବନେଶ୍ୱରରେ ଅନୁଷ୍ଠିତ ଉଦ୍‌ଘାଟନୀ ହିରୋ ଗୋଲ୍ଡ କପ୍‌ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟ ବ୍ୟତୀତ ସାଫ୍‌ ଚାମ୍ପିୟନଶିପ୍‌, ଏଏଫ୍‌ସି ଅଲିମ୍ପିକ କ୍ୱାଲିଫାୟର୍ସ ରାଉଣ୍ଡ ୨ରେ ଅଂଶଗ୍ରହଣ କରିଥିଲା। ଦଳ ଚଳିତ ମାସ ପରବର୍ତ୍ତୀ ଭାଗରେ ସ୍ପେନ୍‌ରେ କୋଟିଫ୍‌ କପ୍‌ ଖେଳିବ। ଫିଫା ର଼୍ୟାଙ୍କିଙ୍ଗରେ ପଦୋନ୍ନତି ପାଇଁ ମେମୋଲ ରକି ଖେଳାଳିମାନଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ବାଳିକାମାନଙ୍କ କଠିନ ପରିଶ୍ରମର ଫଳ ବୋଲି ସେ କହିଛନ୍ତି। ବାଳିକା ଦଳର ର଼୍ୟାଙ୍କିଙ୍ଗ ତାଲିକାରେ ପଦୋନ୍ନତି ପାଇ ଥିବାରୁ ମୁଁ ଗର୍ବିତ ବୋଲି ଭାରତୀୟ ପୁରୁଷ ଦଳର ଅଧିନାୟକ ସୁନୀଲ ଛେତ୍ରୀ କହିଛନ୍ତି। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ମହିଳା ‘ପ୍ଲେୟର ଅଫ୍‌ ଦି ଇୟର’ ବିବଚେିତ ଆଶାଲତା ଦେବୀ କହିଛନ୍ତି, ର଼୍ୟାଙ୍କିଙ୍ଗ ତାଲିକାରେ କିପରି ଆହୁରି ଉଚ୍ଚକୁ ଯାଇ ହେବ ସେ ନେଇ ଆମକୁ ଉଦ୍ୟମ କରିବାକୁ ପଡ଼ିବ। ଆମ ସାମର୍ଥ୍ୟ ଉପରେ ଆମର ଭରସା ରହିଛି। ଦକ୍ଷତା ବୃଦ୍ଧି ଟୁର୍‌ ଦ୍ୱାରା ଆମ ଆତ୍ମ ବିଶ୍ୱାସ ବୃଦ୍ଧି ପାଇଛି। ଏସିଆର ଟପ୍‌ ୧୦ ମଧ୍ୟରେ ସ୍ଥାନ ପାଇବା ଆମର ପରବର୍ତ୍ତୀ ଲକ୍ଷ୍ୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

କୋକସରା,୨୮ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ…

PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ…

ଅଙ୍ଗନୱାଡ଼ି କର୍ମୀଙ୍କ ଅନଶନ ପ୍ରତ୍ୟାହୃତ

ଗୁଣପୁର, ୨୮/୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ର ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ୍ ୱାର୍କର୍ସ ଆସୋସିଏଶନ୍ ପକ୍ଷରୁ ଦୀର୍ଘଦିନର ବିଭିନ୍ନ ଦାବି ନେଇ ପ୍ରଶାସନକୁ…

ଭାଜପା ମହିଳା ମୋର୍ଚ୍ଚାର ରକ୍ଷାବନ୍ଧନ

ହାଟଡିହୀ, ୨୮/୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀ ଭାଜପା କାର୍ଯ୍ୟାଳୟ ପରିସରରେ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ଅନଲାଇନରେ ଠକେଇ ହେବାମାତ୍ରେ ଶୀଘ୍ର କରନ୍ତୁ ଏପରି: ପାଟପୁର ପୋଲିସ ପକ୍ଷରୁ…

ଦିଗପହଣ୍ଡି,୨୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ଶୁକ୍ରବାର ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍ ରୁ କିଭଳି ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri